ମା’ ଭଗବତୀ ପୀଠରେ ବଜାୟ ରହିଛି ପରମ୍ପରା । ପୂର୍ବରୁ ନରବଳୀ ଦିଆଯାଉଥିବା ବେଳେ ଏବେ ପ୍ରତୀକାତ୍ମକ ନରବଳୀ ଦିଆଯାଉଛି ।
Published By: Prangyan Parimita
Last updated: 20 September 2022, 03:17 PM IST
ବାଣପୁରର ଆରାଧ୍ୟ ଦେବୀ ମା ଭଗବତୀ
ଶକ୍ତିପୀଠ ମା ଭଗବତୀ ପାଖରେ ଆଜି ଶହସ୍ରାକୁମ୍ଭାଭିଷେକ କରି ଦଶହରା ପର୍ଯ୍ୟନ୍ତ ଚାଲିବ ଷୋଡଶଦିନାତ୍ମକ ପର୍ବ ।
ମାଙ୍କ ପୀଠରେ ବହୁ ଆଗରୁ ବଳୀପ୍ରଥା ବନ୍ଦ ହୋଇଥିବା ବେଳେ ଦେଖିବାକୁ ମିଳୁଛି ଭିନ୍ନ ଏକ ପରମ୍ପରା ।
କୁହାଯାଏ କି କାହିଁ କେଉଁ ରାଜରାଜୁଡା ସମୟରେ ମାଙ୍କ ପାଖରେ ଦିଆଯାଇଥାଏ ନରବଳୀ । ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ଏବେ ପୀଠରେ ହେଉଛି ପ୍ରତୀକାତ୍ମକ ନରବଳୀ ।
ଏହି ପରମ୍ପରା ପାଇଁ ବାଲୁଗାଁ ଶିଙ୍ଗେଶ୍ୱର ଗ୍ରାମର ରବିନ୍ଦ୍ର କୁମାର ବଳୀଜେନା ଆଜିଠାରୁ କୁମାର ପୂର୍ଣିମା ଯାଏଁ ମାଙ୍କ ପାଖରେ ସମର୍ପିତ ହୋଇଥାନ୍ତି ।