ଆଉ କିଛି ଦିନ ବାକି ରହିଲା ଆଲୋକର ପର୍ବ ଦୀପାବଳି। ଘରେ ଘରେ ଜଳିବ ମାଳ ମାଳ ଦୀପ । ଦୀପର ଆଲୋକରେ ଦୂରେଇ ଯିବ ଅନ୍ଧକାର । ଏହି ଅବସରରରେ ଦୀପ ପ୍ରସ୍ତୁତିରେ ଲାଗିପଡିଛିନ୍ତି କାରିଗର । କୁମ୍ଭାରମାନେ ଦୀପାବଳି ପାଇଁ ଭଳି କି ଭଳି ଦୀପ ତିଆରି କରିବାରେ ଲାଗିପଡିଛନ୍ତି । ବିଭିନ୍ନ ପ୍ରକାରର ଦୀପ ତିଆରି କରି ସେମାନେ ନିଜ ପରିବାର ପ୍ରତିପୋଷଣ କରନ୍ତି ।
Published By: Otv Khabar Bureau
Last updated: 29 October 2021, 01:01 PM IST
କାରିଗର ସ୍ପ୍ରେ ମାଧ୍ୟମରେ ଦୀପଗୁଡୁକୁ ରଙ୍ଗ କରୁଛନ୍ତି ।
ଜଣେ ଶ୍ରମିକ କାରଖାନାର ଏକ ଛାଞ୍ଚରୁ ମହମବତୀ ବାହାର କରୁଛନ୍ତି
କାରଖାନାରେ ଶ୍ରମିକମାନେ ମାଟି ଦୀପଗୁଡିକ ରଙ୍ଗ କରୁଛନ୍ତି ।
ଶ୍ରମିକ ଜଣକ ଛାଞ୍ଚରୁ ମହମବତୀ ବାହାର କରୁଛନ୍ତି
ଜଣେ ଶ୍ରମିକ ଏକ ବଡ଼ ମହମବତୀ ତିଆରି କରୁଛନ୍ତି
ମାଟିର ଦ୍ୱିପକୁ ରଙ୍ଗରେ ବୁଡାଇ କାରିଗରମାନେ ପ୍ରସ୍ତୁତ କରୁଛନ୍ତି ଦୀପ
କାରିଗର ଜଣକ ତିଆରି କରିଥିବା ଦୀପଗୁଡିକୁ ଶୁଖାଇବା ପାଇଁ ରଖୁଛନ୍ତି ।
କାରିଗର କୁମ୍ଭାରଶାଳାରେ ମାଟି ଦୀପ ତିଆରି କରୁଛନ୍ତି
ରଙ୍ଗରେ ବୁଡା ହୋଇ ପ୍ରସ୍ତୁତ ହେଉଛି ଭଳି କି ଭଳି ରଙ୍ଗୀନ୍ ମାଟି ଦୀପ
ଦେଖନ୍ତୁ ଭଳିକି ଭଳି ରଙ୍ଗ ବିରଙ୍ଗର ଦୀପ