ଢେଙ୍କାନାଳରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । ସହରରେ ମିଳିତ ବଜାର ପୂଜା କମିଟି ପକ୍ଷରୁ ୩୮ଟି ପୂଜା ମଣ୍ଡପର ଆୟୋଜନ କରାଯାଇଛି । ମୀନା ବଜାର, ଗଣେଶ ବଜାର, ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର ଓ ଗୁଡ଼ିଆନାଳୀରେ ଚାନ୍ଦି ମେଢରେ ସୁସଜ୍ଜିତ ହୋଇଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ସମଗ୍ର ସହର ।
Published By: Manoranjan Behera
Last updated: 10 October 2022, 11:03 PM IST
ଢେଙ୍କାନାଳରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା
ଧରାବତରଣ କରିସାରିଛନ୍ତି ଧନଦାତ୍ରୀ ମା'ଲକ୍ଷ୍ମୀ
ପୂଜା ମଣ୍ତପରେ ପୂଜା ପାଉଛନ୍ତି ମା’ଲକ୍ଷ୍ମୀ
ଜବାହର ଚୌକ ପୂଜା ମଣ୍ତପରେ ଶୋଭା ପାଉଛନ୍ତି ଅନନ୍ତ ଶେଷନାଗ..ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ଲକ୍ଷ୍ମୀ