ଆସିଛି ପାର୍ବଣ । ଚଳଚଞ୍ଚଳ ହେଲାଣି ସହର ବଜାର । ମେଢ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟୁଇନସିଟିର ପୂଜା ମଣ୍ଡପ । ସରିଆସୁଥିବା ସାଜସଜ୍ଜା ଭିତରେ କେଉଁଠି ମନମୋହିଲାଣି କାଳ୍ପନିକ ପରୀ ମହଲ ତ କେଉଁଠି ତାଇୱାନର ବୁଦ୍ଧ ମନ୍ଦିର ଶୋଭା ପାଇଲାଣି । ଭୁବନେଶ୍ୱର ଝାରପଡ଼ାର ଗୋଲଡେନ୍ ପ୍ୟାଲେସ ତ ପାର୍ବଣରେ ଚାର୍ ଚାନ୍ଦ ଲଗାଇଦେବ ।
Published By: Manoranjan Behera
Last updated: 19 October 2023, 10:44 PM IST
ଝାରପଡ଼ା ପୂଜା କମିଟିରେ ଗୋଲଡେନ୍ ପ୍ୟାଲେସ ଆକୃତିରେ ତିଆରି କରାଯାଉଛି ମଣ୍ଡପ
ବମିଖାଲ ପୂଜା ମଣ୍ତପରେ ସୁଉଚ୍ଚ ତୋରଣ
ବରମୁଣ୍ତାରେ ଆଲୋକରେ ସୁସଜ୍ଜିତ ତୋରଣ
ରସୁଲଗଡ଼ ପୂଜା କମିଟି ପ୍ରାୟ ୬୫ଫୁଟ୍ ଉଚ୍ଚ ଓ ୧୨୦ ଫୁଟ୍ ଚଉଡ଼ାରେ ଛିଡ଼ା କରିଛି ତାଇୱାନର ବୁଦ୍ଧ ମନ୍ଦିର ସୁଦୃଶ୍ୟ ତୋରଣ
୪୬ ବର୍ଷରେ ପାଦ ଥାପି ଥିବା ସହିଦ ନଗର ପୂଜା କମିଟି କାଳ୍ପନିକ ପରୀ ମହଲ ତିଆରି କରିଛି