ଦୀପାବଳିରେ ବଡବଡୁଆ ଡାକ ଓଡ଼ିଶାର ଏକ ନିଆରା ପରମ୍ପରା। ମହାଳୟା ଦିନ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।
Published By: Pramod Behera
Last updated: 01 November 2024, 01:45 PM IST
ଅସଂଖ୍ୟ ଭକ୍ତ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ଜାଳନ୍ତି। ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି। ଓଡ଼ିଶାରେ ଏହି ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ କରି ଗାଁ ଦାଣ୍ଡରେ ଲୋକେ କାଉଁରିଆ କାଠି ଜାଳନ୍ତି।
ଲୋକେ କାଉଁରିଆ କାଠି ଜାଳି ପରିବାରର ସବୁ ସଦସ୍ୟଙ୍କ ସହ ବଡବଡୁଆ ଡାକନ୍ତି। ଏଥିରେ କେବଳ ପୁରୁଷମାନେ ଭାଗ ନେଉଥିବା ବେଳେ ମହିଳାମାନଙ୍କୁ ବାରଣ ରହିଛି।
ପିତୃପୁରୁଷ ପିତୃପକ୍ଷ ବା ଆଶ୍ୱିନ କୃଷ୍ଣପକ୍ଷରେ ପିତୃଲୋକ ପରିତ୍ୟାଗ କରି ଧରାବତରଣ କରିଥାନ୍ତି ଏବଂ କାର୍ତ୍ତିକ ଅମାବାସ୍ୟାରେ ପୁନଶ୍ଚ ପିତୃଲୋକ ପ୍ରତ୍ୟାବର୍ତ୍ତନ କରନ୍ତି।
ଶାସ୍ତ୍ରରେ ଶ୍ରାଦ୍ଧକାଳ ମଧ୍ୟାହ୍ନ ଏବଂ ଅପରାହ୍ଣ ବ୍ୟାପିନୀ ହୋଇଥିବାରୁ ଦୀପାବଳି ଅମାବାସ୍ୟାରେ କରାଯାଉଥିବା ପିତୃଶ୍ରାଦ୍ଧ ବା ପୟାଶ୍ରାଦ୍ଧ ନଭେମ୍ବର ୧ ତାରିଖ ଶୁକ୍ରବାର ପାଳନ କରାଯାଉଛି।