ବିଚିତ୍ର ଏ ଦେଶ, ବିଚିତ୍ର ଏହାର ଧର୍ମ ପରମ୍ପରା। ୪୫ ଦିନ ଧରି ଚାଲିବାକୁ ଥିବା ମହାକୁମ୍ଭ ମେଳା ୨୦୨୫ ପାଇଁ ରଙ୍ଗୀନ ହୋଇଉଠିଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ସହର। ଭକ୍ତ ଓ ସାଧୁମାନେ ବିଚିତ୍ର ବେଶରେ ନିଜକୁ ସଜେଇବା ମଧ୍ୟ ଏକ ମାନସିକ ପୂଜାରେ ଯାଏ। ଦେଖନ୍ତୁ କିଛି ଦୃଶ୍ୟ।
Published By: Amaresh Biswal
Last updated: 22 January 2025, 03:24 PM IST
ତ୍ରିବେଣୀ ସଙ୍ଗମ ସ୍ଥଳରେ ତିନିଜଣ ଭକ୍ତ ଦେବାଦେବୀଙ୍କ ବେଶରେ ନିଜକୁ ସଜେଇଛନ୍ତି। ଏହା ମଧ୍ୟ ଏକପ୍ରକାର ମାନସିକ ପୂଜା ବୋଲି କୁହାଯାଏ।
ପ୍ରୟାଗରାଜ ମହାକୁମ୍ଭ ମେଳାରେ ସାଧୁ ମାନଙ୍କର ବିଚିତ୍ର କାରନାମା ଦେଖିବାକୁ ପାଇବେ। ଜଣେ ସାଧୁ କଣ୍ଟାରେ ଶୋଇଛନ୍ତି।
ମହାକୁମ୍ଭ ମେଳାରେ ଜଣେ ସାଧୁ ମାଟିର ଏକ ଲିଙ୍ଗ ତିଆରି କରି ଏହାକୁ ଫୁଲରେ ସଜାଉଛନ୍ତି
ଉତ୍ତର ଭାରତର ପ୍ରଚଣ୍ଡ ଶୀତରେ ମଧ୍ୟ କୁମ୍ଭମେଳାରେ ଜଣେ ବୟସ୍କ ସାଧୁ ଖାଲି ଦେହରେ
ତ୍ରିଶୂଳ ସହିତ ସାଧୁ, ସାରା ଦେହରେ ଭସ୍ମର ଲେପ, ମହାକୁମ୍ଭର ବିଚିତ୍ର ସାଧୁ
ବାବାଙ୍କ ଗଳାରେ ମଣିଷ ଖପୁରୀ। କୁମ୍ଭମେଳାରେ ଏହି ପରି ବାବାଙ୍କର ବେଶ ପରମ୍ପରା ଦେଖି ଉତଫୁଲ୍ଲିତ ହୁଅନ୍ତି ଭକ୍ତ