ଜମୁଛି କଟକ ବାଲିଯାତ୍ରା । ପ୍ରତିଦିନ ମେଳା ବୁଲିବାକୁ ଆସୁଛନ୍ତି ଲକ୍ଷାଧିକ ଲୋକ । ବାଲିଯାତ୍ରାରେ ମିଳିବ ଗାଁର ଅନୁଭୂତି । ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ ବାଲିଯାତ୍ରାରେ। ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।
Published By: Manoranjan Behera
Last updated: 30 November 2023, 10:35 PM IST
କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା..ରଙ୍ଗୀନ ଆଲୋକରେ ଝଟକୁଛି ବାଲିଯାତ୍ରା ଗେଟ୍
ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ରାମଦୋଳି ଝୁଲା
ମନ ମୋହୁଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ
ପ୍ରଥମଥର ପାଇଁ ତିଆରି ହୋଇଛି ଅଣ୍ଡର ୱାଟର୍ ଟନେଲ ଆକ୍ୱାରିୟମ । ଯେଉଁଠି ଦର୍ଶକ ସମୁଦ୍ର ଭିତରେ ଚାଲି ଚାଲି ଯିବାର ଅନୁଭବ ସହ ଅସଂଖ୍ୟ ମାଛ ଦେଖିବାର ମଜା ଉଠାଇପାରିବେ ।
ମାଟି ଚାଳ ଘର ଠାରୁ ଆରମ୍ଭ କରି ମାଟି ଚୂଲି ଏବଂ ଗାଁର ଚାଲିଚଳଣି ଥିମ୍ରେ ସଜେଇ ହୋଇଛି କଟକ ଇନ୍ କଟକ ପାଭିଲିଅନ୍