ବଲିଉଡ ଅଭିନେତ୍ରୀ ଜାହ୍ନଭୀ କପୁର ଚମତ୍କାର ଚେହେରା ପାଇଁ ବେଶ ପରିଚିତ। ତାଙ୍କ ରୂପ ଆଉ ସୌନ୍ଦର୍ଯ୍ୟରେ ସମସ୍ତେ ପାଗଳ। ସେ ସୋସିଆଲ୍ ମିଡିଆରେ ତାଙ୍କର ଫଟୋ-ଭିଡିଓ ଶେୟାର୍ କରୁ କରୁ ଭାଇରାଲ୍ ହୁଏ। ନିକଟରେ ଜାହ୍ନଭୀ ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଏବଂ ଭିଡିଓ ଶେୟାର କରିଛନ୍ତି, ଯାହାକୁ ଖୁବ ପସନ୍ଦ କରାଯାଉଛି।
Published By: Pramod Behera
Last updated: 23 September 2024, 04:25 PM IST
ଥରେ ନଜର ପକାନ୍ତୁ ଜାହ୍ନଭୀଙ୍କ ଏହି ଦେଶୀ ଲୁକ୍ ଉପରେ। ଅଭିନେତ୍ରୀ ଏକ ସୁନ୍ଦର ନୀଳ ରଙ୍ଗର ଶାଢି ସହିତ ଏକ ମ୍ୟାଚିଂ ବ୍ଲାଉଜ୍ ପିନ୍ଧିଛନ୍ତି।
ହାଲୁକା ମେକଅପ୍ ସହିତ ରୂପେଲି କାନଫୁଲ, ଝୁମୁକା, ବ୍ରେସ୍ଲେଟ୍ ଏବଂ କପାଳରେ ବିନ୍ଦି ତାଙ୍କୁ ଆହୁରି ସୁନ୍ଦର କରିଦେଉଛି। ତାଙ୍କର ଏହି ଦେଶୀ ଅବତାର ଦେଖି ଲୋକେ ଦିବାନା ହେବାକୁ ବଶିଲେଣି।
ଏହି ଫଟୋଗୁଡିକ ଶେୟାର କରି ଜାହ୍ନଭୀ ତାଙ୍କର ଆଗାମୀ ଫିଲ୍ମ 'ଦେବରା'ର ଟିମ୍କୁ ଧନ୍ୟବାଦ ଜଣାଇଛନ୍ତି। ଜାହ୍ନଭୀ ଏହି ଫିଲ୍ମରେ ଜୁନିଅର ଏନ୍ଟିଆର୍ଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ।
ଏହି ଫିଲ୍ମ ୨୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଜାହ୍ନଭୀଙ୍କ ଏହି ଦେଶୀ ଅବତାରକୁ ତାଙ୍କ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି। ଜାହ୍ନଭୀ ଏହି ଫଟୋଗୁଡିକୁ ସେମାନେ ପରସ୍ପରଙ୍କ ମଧ୍ୟରେ ଶେୟାର କରୁଛନ୍ତି।
ଜଣେ ପ୍ରଶଂସକ ତାଙ୍କ ସୋନ୍ଦର୍ଯ୍ୟରେ ଉତ୍ସାହିତ ହୋଇ ପଡିଛନ୍ତି ଆଉ ମତ ଦେଇ ଲେଖିଛନ୍ତି – ଆଉ ଲଭ୍ ୟୁ ଜାନୁ। ଆଉ ଜଣେ ଲେଖିଛନ୍ତି – ଆପଣ ଜଣେ ସୁନ୍ଦରୀ ରାଜକୁମାରୀ। ଖବର ଲେଖା ହେବା ବେଳକୁ ତାଙ୍କର ଏହି ପୋଷ୍ଟକୁ ୧୧ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିଲେ।