ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଉଭୟଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଜିଲ୍ଲା ଜଜ୍ କୋର୍ଟ । ଅର୍ଚ୍ଚନାଙ୍କୁ ଆଉ ୬ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି । ଜଗବନ୍ଧୁ ଚାନ୍ଦଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ମଧ୍ୟ ଅନୁମତି ।
Published By: Satyendu Shekher Mishra
Last updated: 13 December 2022, 08:51 PM IST
ମଙ୍ଗଳବାର ସନ୍ଧ୍ୟାରେ ପୁଣି ED ଅଫିସ୍ରେ ପହଞ୍ଚିଲେ ଅର୍ଚ୍ଚନା ।
କୋର୍ଟରେ ଶୁଣାଣି ପରେ ମଙ୍ଗଳବାର ସନ୍ଧ୍ୟାରେ ଅର୍ଚ୍ଚନାଙ୍କୁ ଗିରଫ କରିଛି ED । ପୂର୍ବରୁ ଅର୍ଚ୍ଚନାଙ୍କ ସାହଯୋଗୀ ଖଗେଶ୍ୱରଙ୍କୁ ଗିରଫ କରିଥିଲା ED ।
କୋର୍ଟରୁ ଫେରି ED ଅଫିସରେ ପହଞ୍ଚିଲା ବେଳେ, ଗହଳି ମଧ୍ୟରେ ବିରକ୍ତ ହେଉଛନ୍ତି ଅର୍ଚ୍ଚନା । ଆଜି ଇଡି ଅଫିସ୍ଙ୍କୁ ତାଙ୍କୁ କୁନି ପୁଅ ବି ଆସିଥିଲା ।
କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅର୍ଚ୍ଚନାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ପୁଣି ଥରେ ED ଅଫିସ୍କୁ ନିଆଯାଇଛି । ଅର୍ଚ୍ଚନା ପୁଣି ୬ ଦିନ ରହିବେ ED ରିମାଣ୍ଡରେ ।
ଉଭୟ ସ୍ୱାମୀ-ସ୍ତ୍ରୀ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେବ ED । ଅନୁମତି ଦେଇସାରିଛନ୍ତି କୋର୍ଟ । ଅର୍ଚ୍ଚନାଙ୍କୁ ୬ ଦିନ, ଜଗବନ୍ଧୁଙ୍କୁ ୯ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି ।