ଊଈଓଗଲ ଜୀଆଉଲୋଲୂ
ନୂଆଦିଲ୍ଲୀ : ସୋଶାଲ୍ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ଘଟଣାକୁ ନେଇ ଭିଡ଼ିଓ ଓ ଫଟୋ ଭାଇରାଲ୍ ହେଉଛି । ଆଉ କିଛି ଭଲ ଘଟଣା ବା କଥାକୁ ସେୟାର କରୁଛନ୍ତି । ଆଉ ଏହାକୁ ଲୋକେ ପ୍ରଶଂସା କରି ନିଜର ମତ ଦେଉଛନ୍ତି । ଏହା ଭିତରେ ଟ୍ୱିଟରରେ ଏକ ଫଟୋ ବହୁତ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋଟିକୁ ଏଡିଜି ପିଆଇ-ଇଣ୍ଡିଆନ୍ ଆର୍ମିଙ୍କ ଟ୍ୱିଟର ପେଜ୍ରୁ ସେୟାର କରାଯାଇଛି । ଯେଉଁଥିରେ ଦୁଇ ମହିଳା ଏକ ନବଜାତ ଶିଶୁ ସହ ନଜର ଆସୁଛନ୍ତି ।
ଉକ୍ତ ଫଟୋକୁ ସେୟାର କରି ଏଡିଜି ପିଆଇ-ଇଣ୍ଡିଆନ୍ ଆର୍ମି ଲେଖିଛନ୍ତି, ‘କ୍ୟାପଟେନ୍ ଲଳିତା ଓ କ୍ୟାପଟେନ୍ ଅମନଦୀପ୍ ଜଣେ ମହିଳାଙ୍କୁ ପ୍ରସବ ପୀଡ଼ା ସମୟରେ ସାହାଯ୍ୟ କରିଥିଲେ। ଆଉ ମହିଳା ଜଣଙ୍କ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କ୍ୟାପଟେନ୍ ଲଳିତା ଓ କ୍ୟାପଟେନ୍ ଅମନଦୀପ ଭାରତୀୟ ସେନାର ୧୭୨ ହସ୍ପିଟାଲର ଡାକ୍ତର ।’
ଏହା ସହ ଟ୍ୱିଟରରେ ଆହୁରି ଲେଖିଛନ୍ତି , ‘’ଏହି ଦୁଇ ଡାକ୍ତର ମହିଳାଙ୍କୁ ହାୱଡ଼ା ଏକ୍ସପ୍ରେସରେ ଯାଉଥିବା ବେଳେ ସାହାଯ୍ୟର ହାତ ବଢ଼ାଇଥିଲେ । ଆଉ ଏବେ ମହିଳା ଓ ନବଜାତ ଶିଶୁ ସୁରକ୍ଷିତ ଅଛନ୍ତି । ‘’
ଏହି ଫଟୋକୁ ୨୮ ଡିସେମ୍ୱରରେ ସେୟାର କରାଯିଥିଲା । ଏହାପରେ ଫଟୋଟିକୁ ଏବେ ସୁଦ୍ଧା ୨୧,୯୦୦ ଲାଇକ୍ କରାଯାଇଛି। ୪,୩୦୦ ରିଟ୍ୱିଟ୍ ମଧ୍ୟ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ଊଈଓଗଲ-ଜୀଆଉଲୋଲୂ_1626688743.jpg)