Advertisment

ସ୍ତ୍ରୀଙ୍କୁ ହେଲା ଜ୍ୱର, କରୋନା ଭୟରେ ଆତ୍ମହତ୍ୟା କଲେ ସ୍ୱାମୀ

ସୋଲାପୁର: କରୋନା ଭାଇରସ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଥଣ୍ଡା ଜ୍ୱର ହେବାପରେ ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ କରୋନା ହେବା ସେନ୍ଦହ କରି ଆତ୍ମହତ୍ୟା କରିଛନ୍ତି। ଖବର ଅନୁଯାୟୀ, ସୋଲାପୁରର ନୂଆ ବୁଦ୍ଧ ପେଠ ଅଞ୍ଚଳରେ ରହୁଥିବା ସାରଦାବାଇ ଦୁଇ ଦିନ […]

ସ୍ତ୍ରୀଙ୍କୁ ହେଲା ଜ୍ୱର, କରୋନା ଭୟରେ ଆତ୍ମହତ୍ୟା କଲେ ସ୍ୱାମୀ

wife

Advertisment

ସୋଲାପୁର: କରୋନା ଭାଇରସ ଯୋଗୁ ଦେଶର ବିଭିନ୍ନ ସ୍ଥାନରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି। ଏହି ସମୟରେ ମହାରାଷ୍ଟ୍ରର ସୋଲାପୁରରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀକୁ ଥଣ୍ଡା ଜ୍ୱର ହେବାପରେ ମେଡିକାଲରେ ଭର୍ତ୍ତି କରିଥିଲେ। ଏନେଇ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ କରୋନା ହେବା ସେନ୍ଦହ କରି ଆତ୍ମହତ୍ୟା କରିଛନ୍ତି।

Advertisment

ଖବର ଅନୁଯାୟୀ, ସୋଲାପୁରର ନୂଆ ବୁଦ୍ଧ ପେଠ ଅଞ୍ଚଳରେ ରହୁଥିବା ସାରଦାବାଇ ଦୁଇ ଦିନ ପୂର୍ବେ ଥଣ୍ଡା ଜ୍ୱରରେ ପୀଡିତ ଥିଲେ। ଏନେଇ ସାରଦାବାଇଙ୍କ ସ୍ୱାମୀ ଅଭିମନ୍ୟୁ ତାଙ୍କୁ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ଅଭିମନ୍ୟୁ ମ୍ୟୁନିସିପାଲିଟି ସଫେଇ କର୍ମଚାରୀ ଭାବେ କାମ କରନ୍ତି। ମେଡିକାଲରେ ତାଙ୍କ ପତ୍ନୀକୁ ଭର୍ତ୍ତି କଲାପରେ ଅଭିମନ୍ୟୁ ବାରମ୍ୱାର ସେଠାକର ଡାକ୍ତରଙ୍କୁ ସାରଦାବାଇଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରିଥିଲେ। ଏମିତିକି ଅଭିମନ୍ୟୁ ତାଙ୍କ ପତ୍ନୀକୁ ଦେଖା କରିବା ପାଇଁ ମଧ୍ୟ ଡାକ୍ତରଙ୍କୁ କହିଥିଲେ। କିନ୍ତୁ ଡାକ୍ତର ଅଭମନ୍ୟୁଙ୍କୁ ସାରଦାବାଇଙ୍କ ସହ ଦେଖା କରିବାକୁ ମନା କରିଥିଲେ।

ଦୁଇଦିନ ପରେ ମଧ୍ୟ ସାରଦାବାଇଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ଆସିନଥିଲା। ଫଳରେ ଅଭିମନ୍ୟୁ ଭୟଭୀତ ହୋଇଯାଇଥିଲେ। ଅଭିମନ୍ୟୁ ସନ୍ଦେହ କରିଥିଲେ ଯେ ସାରଦାବାଇଙ୍କୁ କରୋନା ହୋଇଛି।  ସେ ଭୟଭୀତ ହୋଇ ଘରକୁ ଚାଲି ଆସିଥିଲେ । ପରେ ଘର ଭିତରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

Advertisment

ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ କରୁଛି।  ଅଭିମନ୍ୟୁଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଛି। କିନ୍ତୁ ସାରଦାବାଇ ଏକଥା ଜାଣିନାହାନ୍ତି ଯେ ତାଙ୍କ ସ୍ୱାମୀ ଆଉ ଦୁନିଆରେ ନାହାଁନ୍ତି ବୋଲି। ସାରଦାବାଇ ଯେଉଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି, ତାଙ୍କ ସ୍ୱାମୀ ଅଭିମନ୍ୟୁଙ୍କର ମରଶରୀର ମଧ୍ୟ ସେଠାରେ ହିଁ ରଖାଯାଇଛି।

ଗତକାଲି  ସୋଲାପୁର ସହରରେ ୨୩ ଜଣ ପୁରୁଷ ଓ ୧୯ ଜଣ ମହିଳାଙ୍କ ସମେତ ୪୨ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି  ତିନି ଜଣଙ୍କର ମୃତ୍ୟୁ ଘଟିଛି।  ସୋଲାପୁର ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୦ ଥିବାବେଳେ ୪୨୯ ଆକ୍ଟିଭ କେସ୍‌ ରହିଛି।  ୪୯ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Advertisment

ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୪୪୮ ଆକ୍ଟିଭ କେସ୍ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧ ଲକ୍ଷ ୪୧ ହଜାର ୨୯ ସଂକ୍ରମିତ। ରିକଭରି ହାର ଦିନକୁ ଦିନ ବୃଦ୍ଧି ପାଇ ୪୯.୨୧ରେ ପହଞ୍ଚିଛି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୫୨,୧୩,୧୪୦ ନମୂନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୫୧,୮୦୮ ନମୂନା ପରୀକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ