Advertisment

ଏହି ସବୁ ମୋବାଇଲ୍‌ରେ ଆଉ ଚାଲିବନି ହ୍ୱାଟ୍‌ସଆପ୍‌

ଖୁବ୍‌କମ୍‌ ଦିନରେ ସୋଶାଲ ମିଡିଆ ଆପ୍‌ ହ୍ୱାଟସଆପ୍‌ ଲୋକଙ୍କ ହୃଦୟ ଜିଣିପାରିଛି। ପୁରା ଦୁନିଆର ଲକ୍ଷ ଲକ୍ଷ ଲୋକ ଏହି ସୋଶାଲ ମିଡିଆ ଆପ୍‌କୁ ବ୍ୟବହାର କରୁଛନ୍ତି। ସ୍କୁଲ୍‌ , କଲେଜଠୁ ନେଇ ଅଫିସ୍‌ କି ଅନୁଷ୍ଠାନ ସବୁଠି ହ୍ୱାଟ୍‌ସଆପ୍‌ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ହେଲେ ଏବେ ଏକ ଖରାପ ଖବର ଆସିଛି, ଯାହା ହ୍ୱାଟସ୍‌ଆପ୍‌ ୟୁଜରଙ୍କୁ ବ୍ୟଥିତ କରିବ। ୧ଫେବ୍ରୁୟାରୀ ୨୦୨୦ରୁ ହ୍ୱାଟସ୍‌ଆପ୍‌ ଅନେକ ସ୍ମାର୍ଟଫୋନ୍‌ରେ ଆଉ କାମ କରିବ ନାହିଁ । କଂପାନୀ […]

ଏହି ସବୁ ମୋବାଇଲ୍‌ରେ ଆଉ ଚାଲିବନି ହ୍ୱାଟ୍‌ସଆପ୍‌

whatsapp-features-01

Advertisment

ଖୁବ୍‌କମ୍‌ ଦିନରେ ସୋଶାଲ ମିଡିଆ ଆପ୍‌ ହ୍ୱାଟସଆପ୍‌ ଲୋକଙ୍କ ହୃଦୟ ଜିଣିପାରିଛି। ପୁରା ଦୁନିଆର ଲକ୍ଷ ଲକ୍ଷ ଲୋକ ଏହି ସୋଶାଲ ମିଡିଆ ଆପ୍‌କୁ ବ୍ୟବହାର କରୁଛନ୍ତି। ସ୍କୁଲ୍‌ , କଲେଜଠୁ ନେଇ ଅଫିସ୍‌ କି ଅନୁଷ୍ଠାନ ସବୁଠି ହ୍ୱାଟ୍‌ସଆପ୍‌ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି। ହେଲେ ଏବେ ଏକ ଖରାପ ଖବର ଆସିଛି, ଯାହା ହ୍ୱାଟସ୍‌ଆପ୍‌ ୟୁଜରଙ୍କୁ ବ୍ୟଥିତ କରିବ।

Advertisment

୧ଫେବ୍ରୁୟାରୀ ୨୦୨୦ରୁ ହ୍ୱାଟସ୍‌ଆପ୍‌ ଅନେକ ସ୍ମାର୍ଟଫୋନ୍‌ରେ ଆଉ କାମ କରିବ ନାହିଁ । କଂପାନୀ ଏକ ବ୍ଲଗ୍‌ ଫୋଷ୍ଟ କରି ଏହି ଡିଭାଇସ୍‌ ବିଷୟରେ କହିଛି, ଯେଉଁଥିପାଇଁ ହ୍ୱାଟ୍‌ସଆପ୍‌ ବନ୍ଦ ହୋଇଯିବ। କଂପାନୀର କହିବା କଥା ହେଲା ୟୁଜରଙ୍କ ସୁରକ୍ଷା ପାଇଁ ଏମିତି କରିବା ଜରୁରୀ ହୋଇଛି। ହ୍ୱାଟ୍‌ସଆପ୍‌ର ଏହି ନିଷ୍ପତ୍ତି ପରେ ଏଣ୍ଡ୍ରୟଡ୍‌ ,ଆଇଓଏସ୍‌ ଓ ୱିଣ୍ଡୋଜ୍‌ ଅପରେଟିଂ ସିଷ୍ଟମରେ କାମ କରୁଥିବା ଲକ୍ଷ ଲକ୍ଷ ପୁରୁଣା ସ୍ମାର୍ଟଫୋନ୍‌ ୟୁଜର ଆଉ ହ୍ୱାଟ୍‌ସଆପ୍‌ର ବ୍ୟବହାର କରିପାରିବେ ନାହିଁ ।

publive-imageଏହି ଆଇଫୋନ୍‌ରେ ଚାଲିବନି ହ୍ୱାଟସ୍‌ଆପ୍‌ -

ହ୍ୱାଟ୍‌ସଆପ୍‌ ଫେବ୍ରୁୟାରୀ ୨୦୨୦ରୁ ଆଇଓଏସ୍‌ ୮ ଓ ଏହାର ପୂର୍ବ ଭର୍ସନରେ ଚାଲୁଥିବା ଆଇଫୋନ୍‌ରେ କାମ କରିବନାହିଁ । ଏହାର ଅର୍ଥ ଯେଉଁ ୟୁଜରଙ୍କ ଆଇଫୋନ୍‌ ୬ ଓ ଏହାପରେ ଆସିଥିବା ଆଇଫୋନ୍‌ ଅଛି ସେମାନେ କୌଣସି ଚିନ୍ତା କରିବା ଦରକାର ନାହିଁ ।

Advertisment

ଆଇଫୋନ୍‌ ୟୁଜରଙ୍କ ପାଇଁ ହ୍ୱାଟ୍‌ସଆପ୍‌ ନିଜର ବ୍ଲଗ୍‌ ପୋଷ୍ଟରେ କହିଛି , ‘ହ୍ୱାଟ୍‌ସଆପ୍‌ର ବେଷ୍ଟ ଏକ୍ସପିରିଏନ୍‌ସ ପାଇଁ ଆମେ ୟୁଜରଙ୍କୁ ଏହି ଆଇଫୋନ୍‌ ପାଇଁ  ଉପଲବ୍ଧ ଆଇଓଏସ୍‌ର ଲାଟେଷ୍ଟ ଭର୍ସନର ଅପଡେଟ୍‌ କରିବା ପାଇଁ ନିର୍ଦ୍ଦେଶ ଦେଉଛୁ ।’

publive-image

ପୁରୁଣା ଏଣ୍ଡ୍ରୟଡ୍‌ ଡିଭାଇସ୍‌  ପାଇଁ ବି ବନ୍ଦ ହେବ –

ଯଦି ଆପଣ ଏହି ୟୁଜରମାନଙ୍କ ମଧ୍ୟରେ  ଯିଏ ଅଣ୍ଡ୍ରଏଡ୍‌ର ୨.୩.୩ ଭର୍ସନ(Gingerbread) ଠାରୁ ପୁରୁଣା ଭର୍ସନର ବ୍ୟବହାର କରୁଛନ୍ତି , ତ ଏବେ ଆପଣଙ୍କ ସ୍ମାର୍ଟଫୋନ୍‌ରେ ହ୍ୱାଟସ୍‌ଆପ୍‌ ଚାଲିବନାହିଁ ।  ଯଦି କୌଣସି ୟୁଜର ପୁରୁଣା ଏଣ୍ଡ୍ରଏଡ୍‌ ଭର୍ସନ ରେ ଚାଲୁଥିବା ଡିଭାଇସ୍‌ରେ  ହ୍ୱାଟ୍‌ସଆପ୍‌ର ନୂଆ ଆକାଉଣ୍ଟ ତିଆରି କରେ, ବା ଖୋଲାଯାଇଥିବା ଆକାଉଣ୍ଟକୁ ଭେରିଫାଏ କରେ, ତ ଏହାକୁ ହ୍ୱାଟ୍‌ସଅପ୍‌ରୁ ବ୍ଲକ୍‌ କରିଦିଆଯିବ । ଅଣ୍ଡ୍ରଏଡ୍‌ ଜିଞ୍ଜରବ୍ରେଡ୍‌ ୨୦୧୦ରେ ଲଂଚ ହୋଇଥିଲା । ଏହା ଭିତରେ ପାଖାପାଖି ୧୦ ବର୍ଷ ପୂର୍ବରୁ ଲଂଚ ହୋଇଥିବା ହୁଆୱେ, ସାମସଙ୍ଗ, ସୋନୀ ଓ ଗୁଗଲର କିଛି ସ୍ମାର୍ଟଫୋନ୍‌ ୟୁଜରଙ୍କୁ ହ୍ୱାଟ୍‌ସଆପ୍‌ ସପୋର୍ଟ ବନ୍ଦ କରିବା ନେଇ ଚିନ୍ତା କରିବା ଆବଶ୍ୟକ ନାହିଁ ।

Advertisment

ୱିଣ୍ଡୋଜ୍‌ ଫୋନ୍‌ ୮.୧ ଓ ଏହା ପରେ ଆସିଥିବା ଡିଭାଇସ୍‌ରେ ହ୍ୱାଟ୍‌ସଆପ୍‌ର ସପୋର୍ଟ ମିଳିବ ।

ଏହା ପ୍ରଥମଥର ନୁହେଁ , ପୂର୍ବରୁ ୩୦ ଜୁନ୍‌ ୨୦୧୭ରୁ Nokia Symbian S60, ୩୧ଡିସେମ୍ୱର ୨୦୧୭ରୁ ବ୍ଲାକ୍‌ବେରୀ OS ଓ ବ୍ଲାକ୍‌ବେରୀ ୧୦ ଓ ୩୧ ଡିସେମ୍ବର ୨୦୧୮ରୁ ନୋକିଆ S40 ପାଇଁ ନିଜର ସପୋର୍ଟ ବନ୍ଦ କରିଦେଇଥିଲା ହ୍ୱାଟ୍‌ସଆପ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ