irl
ନୂଆଦିଲ୍ଲୀ: ଜଣେ ପ୍ରେମିକ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଅନେକ ପ୍ରକାରର ପନ୍ଥା ଆପଣାଇଥାଏ। କିନ୍ତୁ ଆମେ ଆପଣଙ୍କୁ ଏମିତି ଜଣେ ପ୍ରେମିକ ବିଷୟରେ କହିବାକୁ ଯାଉଛି, ଯାହାକୁ ପଢ଼ି ଆପଣମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯାହା ବିପଜ୍ଜନକ ପ୍ରମାଣିତ ହୋଇଛି। ବ୍ୟକ୍ତି ଜଣଙ୍କ ନିଜ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଘରକୁ ମହମବତୀରେ ସଜାଇ ଥିଲେ। କିନ୍ତୁ ପ୍ରେମିକାଟି ହଁ କହିବା ପୂର୍ବରୁ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ, ସତରେ ଏମିତି ଏକ ଘଟଣା ଘଟିଛି।
ଖବର ଅନୁଯାୟୀ, ବ୍ୟକ୍ତି ଜଣଙ୍କ ହେଉଛନ୍ତି ବ୍ରିଟିଶ ସହରର। ବ୍ୟକ୍ତିଙ୍କ ନାଁ ଗୋପନ ରଖାଯାଇଛି। ସେ ତାଙ୍କ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଏକ ପ୍ଲାନ କରିଥିଲେ। ବ୍ୟକ୍ତି ଜଣଙ୍କ ଘରେ ଶହ ଶହ ମହମବତୀ ଲଗାଇବା ସହିତ ଟି-ଲାଇଟ୍, ବେଲୁନ୍ ଓ ଗ୍ଲାସରେ ୱାଇନ୍ ରଖିଥିଲେ। କିନ୍ତୁ ପ୍ରେମିକଙ୍କ ପ୍ଲାନ ସଂପୂର୍ଣ୍ଣ ଭାବେ ଫ୍ଲପ୍ ହୋଇଯାଇଥିଲା। ସେ ନିଜ ପ୍ରେମିକାକୁ ଆଣି ଘରେ ପହଞ୍ଚିଲା ବେଳକୁ ଘରେ ନିଆଁ ଲାଗି ଯାଇଥିଲା।
ସାଉଥ ୟର୍କଶାୟର ଫାୟାର୍ ଆଣ୍ଡ ରେସକ୍ୟୁ (South Yorkshire Fire & Rescue) ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣଙ୍କ ପ୍ରେମିକାକୁ ପ୍ରପୋଜ କରିବା ପାଇଁ ଘରେ ଏକ ରୋମାଣ୍ଟିକ୍ ମାହୋଲ ପ୍ରସ୍ତୁତ କରିଥିଲେ। ପରେ ବ୍ୟକ୍ତି ଜଣଙ୍କ ଗର୍ଲଫ୍ରେଣ୍ଡକୁ ଆଣିବା ପାଇଁ ବାହାରକୁ ଯାଇଥିଲେ। ଦୁହେଁ ଆସି ଘରେ ପହଁଞ୍ଚିଲା ବେଳକୁ ଘରେ ନିଆଁ ଲାଗିଯାଇଥିଲା। କାରଣ ବ୍ୟକ୍ତି ଜଣଙ୍କ ମହମବତୀ ଓ ଟି ଲାଇଟ୍କୁ ପାଖାପାଖି ରଖିଥିଲେ। ଯାହାଫଳରେ ଘରେ ନିଆଁ ଯାଇଥିଲା।
ଅଗ୍ନିଶମ ବିଭାଗ ଏହି ଦୃଶ୍ୟର ଫଟୋକୁ ଫେସ୍ବୁକରେ ଶେୟାର କରି ଲେଖିଛିନ୍ତି ଯେ 'ଏହି ଫଟୋଗୁଡ଼ିକୁ ଅତି ପାଖରୁ ଦେଖନ୍ତୁ। ଫଟୋରେ ଦେଖିବେ ପୋଡ଼ି ଯାଇଥିବା ଟି ଲାଇଟ୍ ଗୁଡ଼ିକ ତଳେ ପଡ଼ିଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୟୁଜରମାନେ ନିଜ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଏନେଇ ଜଣେ ୟୁଜର କହିଛନ୍ତି ଯେ 'ଲୋକମାନେ କୁହନ୍ତି ଯେ ପ୍ରେମରେ ପଡ଼ିବା ବିପଜ୍ଜନକ ନୁହେଁ।' ଅନ୍ୟ ଜଣେ ୟୁଜର କହିଛନ୍ତି 'ଏଭଳି ଘଟଣା ଆଉ କାହା ସହିତ ନଘଟୁ, ଦୁହେଁ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ।'
ଅନ୍ୟପକ୍ଷରେ ଘରେ ନିଆଁ ଲାଗିବା ଦ୍ୱାରା କାହାରି କିଛି କ୍ଷତି ହୋଇ ନାହିଁ। ପରେ ଯେତେବେଳେ ବ୍ୟକ୍ତି ଜଣଙ୍କ ପ୍ରେମିକାକୁ ପ୍ରପୋଜ କରିଥିଲେ, ସେତେବେଳେ ପ୍ରେମିକା ତାଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/irl_1625466948.jpg)