Advertisment

ଜଣେ ବୀର ଯୋଦ୍ଧାଙ୍କ କାହାଣୀ ଯିଏ ଘରେ ପଶି ଶତ୍ରୁଙ୍କୁ ନିପାତ କରିଥିଲେ

ନୂଆଦିଲ୍ଲୀ: ଦେଶ ମାତୃକାର ରକ୍ଷା ପାଇଁ ଆମ ଯବାନମାନେ ସବୁବେଳେ ସ୍ମରଣୀୟ, ବନ୍ଦନୀୟ…। କୌଣସି ପରିସ୍ଥିତିରେ ଶତ୍ରୁକୁ ଖୁସି ହେବାର ମୌକା ଏମାନେ ଦେଇ ନାହାନ୍ତି। ଭାରତୀୟ ଯବାନଙ୍କର ବୀରତ୍ୱର କଥା ଯେତେ କହିଲେ ବି ସରିବନି । ବିଶେଷ ଦିନ ମାନଙ୍କରେ ସେମାନଙ୍କ ବୀରତ୍ୱ ଆଉ ତ୍ୟାଗର କାହାଣୀ ସ୍ମୃତିକୁ ଆହୁରି ସତେଜ କରିଦିଏ। ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରେ ଭାରତ। ୧୯୭୧ ଭାରତ-ପାକ୍‌ ଯୁଦ୍ଧର ସ୍ମୃତିକୁ ଏହି ଦିବସ ଆହୁରି […]

ଜଣେ ବୀର ଯୋଦ୍ଧାଙ୍କ କାହାଣୀ ଯିଏ ଘରେ ପଶି ଶତ୍ରୁଙ୍କୁ ନିପାତ କରିଥିଲେ

vijay-diwas

Advertisment

ନୂଆଦିଲ୍ଲୀ: ଦେଶ ମାତୃକାର ରକ୍ଷା ପାଇଁ ଆମ ଯବାନମାନେ ସବୁବେଳେ ସ୍ମରଣୀୟ, ବନ୍ଦନୀୟ...। କୌଣସି ପରିସ୍ଥିତିରେ ଶତ୍ରୁକୁ ଖୁସି ହେବାର ମୌକା ଏମାନେ ଦେଇ ନାହାନ୍ତି। ଭାରତୀୟ ଯବାନଙ୍କର ବୀରତ୍ୱର କଥା ଯେତେ କହିଲେ ବି ସରିବନି । ବିଶେଷ ଦିନ ମାନଙ୍କରେ ସେମାନଙ୍କ ବୀରତ୍ୱ ଆଉ ତ୍ୟାଗର କାହାଣୀ ସ୍ମୃତିକୁ ଆହୁରି ସତେଜ କରିଦିଏ। ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରେ ଭାରତ। ୧୯୭୧ ଭାରତ-ପାକ୍‌ ଯୁଦ୍ଧର ସ୍ମୃତିକୁ ଏହି ଦିବସ ଆହୁରି ଉଜ୍ଜୀବିତ କରିଥାଏ।

Advertisment

publive-image

୧୯୭୧ ଯୁଦ୍ଧରେ ପାକିସ୍ତାନ ଭାରତୀୟ ଯବାନଙ୍କ ପାଖରେ ପରାଜୟ ସ୍ୱୀକାର କରିଥିଲେ। ଏଥିପାଇଁ ଅନେକ ବୀର ସନ୍ତାନଙ୍କୁ ହରାଇଥିଲା ଭାରତମାତା। ଏମିତି ଜଣେ ଯୋଦ୍ଧା ନିର୍ମଳଜିତ୍‌ ସିଂହ।  ଭାରତୀୟ ବାୟୁ ସେନାର ଏହି ଯୋଦ୍ଧାଙ୍କୁ ପରମବୀର ଚକ୍ର ମିଳିଥିଲା। ୧୯୭୧ ଯୁଦ୍ଧ ଯେବେ ବି ମନକୁ ଆସିବ  ଫ୍ଲାଇଙ୍ଗ ଅଫିସର ନିର୍ମଳଜିତ ସିଂହଙ୍କ ବୀରତ୍ୱର କାହାଣୀ ଆଖି ଆଗରେ ଭାସି ଉଠିବ। ନିର୍ମଳଜିତ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ପାକିସ୍ତାନର ୬ଟି ଜେଟ ବିମାନକୁ ଏକା ଏକା ଧୂଳି ଚଟାଇଥିଲେ ଏବଂ ଦୁଇଟିକୁ ଡଗ ଫାଇଟ୍‌ରେ ହରାଇ ଖସାଇବାରେ ସଫଳ ହୋଇଥିଲେ। ଅନ୍ୟ ୪ଟି ଶତ୍ରୁପକ୍ଷ ଜେଟ ପରିସ୍ଥିତିକୁ ଦେଖି ଖସି ପଳାଇବାକୁ ବାଧ୍ୟ ହୋଇଥିଲେ।

publive-image

ଡିସେମ୍ବର ୧୯୭୧ରେ ଯେତେବେଳେ ପାକିସ୍ତାନୀ ଫୌଜର ୧୧ ବାୟୁସେନା ଆମର ବାୟୁସେନା ଆଡ୍ଡା ଉପରେ ଆକ୍ରମଣ କଲା ସେତେବେଳେ ନିର୍ମଳଜିତ୍‌ ଶ୍ରୀନଗର ଏୟାର ବେସ୍‌ରେ ତାଙ୍କର ନେଟ ଏୟାର ସ୍କ୍ୱାର୍ଡନଙ୍କ ସହ ଦାୟତ୍ୱରେ ଥିଲେ। ପାକ୍‌ ସେନାଙ୍କ ଆକ୍ରମଣରୁ  ଶ୍ରୀନଗରରୁ ବଞ୍ଚାଇବା ଦାୟିତ୍ୱ ତାଙ୍କୁ ଦିଆଯାଇଥିଲା।୧୪ ଡିସେମ୍ବର ସକାଳ ପ୍ରାୟ ୮ଟା ହେବ। ଏକାସାଙ୍ଗରେ ୬ ପାକିସ୍ତାନୀ ଜେଟ ବିମାନ ଶ୍ରୀନଗର ଏୟାର ବେସ୍‌କୁ ଟାର୍ଗେଟ କରିଥିଲା।

Advertisment

publive-image

ନିର୍ମଳଜିତ ତୁରନ୍ତ ଅତି ନିକଟରେ ଉଡୁଥିବା ପାକିସ୍ତାନୀ ଜେଟକୁ ପିଛା କରିବାକୁ ଲାଗିଲେ। ତାଙ୍କ ପଛରେ ଆଉ ଏକ ପାକିସ୍ତାନୀ ଜେଟ ତାଙ୍କ ସହ ତାଙ୍କୁ ଟାର୍ଗେଟ କରୁଥିଲେ ଏବଂ ପଛରେ ଦୁଇଟ ଜେଟ୍‌ ବି ତାଙ୍କୁ ପିଛା କରୁଥିଲା। ଏପରି ସ୍ଥିତିରେ ଜୀବନକୁ ଭୟ ନ କରି ସେ ଡଗ ଫାଇଟ୍‌ କରି ଶତ୍ରୁ ବିମାନକୁ ପାଣି ପିଆଇ ଦେଇଥିଲେ। ଶେଷରେ ଦୁଇଟି ବିମାନକୁ ମାରି ଖସାଇବାରେ ସଫଳ ହୋଇଥିଲେ।

publive-image

ଦୁଇଟି ବିମାନକୁ ଖସାଇବା ପରେ ନିର୍ମଳଜିତ୍‌ ୩ୟ ବିମାନକୁ ଟାର୍ଗେଟ କଲେ। ହେଲେ ତା ପୂର୍ବରୁ ସେ ଜାଣି ପାରିଥିଲେ ତାଙ୍କ ବିମାନରେ ନିଆଁ ଲାଗି ଯାଇଛି। ତା ପୂର୍ବରୁ ସେ ଶେଷ ସନ୍ଦେଶ ଦେଇଗଲେ-‘ ବୋଧହୁଏ ମୋ ନେଟ ବି ଟାର୍ଗେଟରେ ପହଞ୍ଚି ଗଲାଣି..ଏବେ ତୁମେ ମୋର୍ଚ୍ଚା ଦାୟିତ୍ୱ ନିଅ।’ ଏହା କହିବା ପରେ ପରେ ତାଙ୍କ ବିମାନ ଜଳୁଥିବା ଅବସ୍ଥାରେ ତଳକୁ ଖସୁଥିବା ଦେଖିବାକୁ ମିଳିଥିଲା। ସମସ୍ତଙ୍କ ସାମ୍ନାରେ ଚାହୁଁ ଚାହୁଁ ଭାରତ ମାତା ତା‘ର ବୀର ପୁତ୍ରକୁ ସବୁଦିନ ପାଇଁ ହରାଇ ଦେଲା...।

Advertisment
Vijay Divas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ