snake
ଡେରାଡୁନ୍: ଉତ୍ତରାଖଣ୍ଡର ନୈନିତାଲରେ ଏକ ଘରୁ ଏକ ବିରଳ ପ୍ରଜାତିର ସାପକୁ ଉଦ୍ଧାର କରାଯାଇଛି। ଏହି ସାପକୁ କୋରାଲ କୁକ୍ରି ବୋଲି କୁହାଯାଇଥାଏ। ସବୁଠାରୁ ଖାସ୍ କଥା ହେଉଛି ଏହି ସାପର ରଙ୍ଗ ସଂପୂର୍ଣ୍ଣ ଭାବେ ଲାଲ୍। ଏହି ସାପଟି ନୈନିତାଲର ଏକ ଘରେ ଲୁଚି ରହିଥିଲା। ଯାହାକୁ ବନ ବିଭାଗ ଟିମ୍ ଉଦ୍ଧାର କରିଛି।
ବନ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବିରଳ ପ୍ରଜାତର ସାପକୁ ପ୍ରଥମେ ୧୯୩୬ ମସିହାରେ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଏହା ପରେ ଏହାର ବୈଜ୍ଞାନିକ ନାଁ 'ଓଲିଗୋଡନ୍ ଖାରିଏନ୍ସିସ୍' (Oligodone khariensis) ଦିଆଯାଇଥିଲା। ଏହି ସାପକୁ କୁକ୍ରି ମଧ୍ୟ କୁହାଯାଇଥାଏ। ଏହି ସାପର ଦାନ୍ତଗୁଡ଼ିକ ବ୍ଲେଡ଼ ପରି ଧାରୁଆ ହୋଇଥାଏ।
/odishatv-khabar/media/post_attachments/aajtak/images/Photo_gallery/092019/redsnakeeee_080920121707.jpg)
ଡିଭିଜନାଲ ଫରେଷ୍ଟ ଅଫିସରଙ୍କ କହିବା ଅନୁଯାୟୀ, ‘ନୈନିତାଲ ଜିଲ୍ଲାର କୁରିଆଁ ଖଟା ଗାଁର ବାସିନ୍ଦା କବିନ୍ଦ୍ର କୋରଙ୍ଗା ଗତ ଶୁକ୍ରବାର ଦିନ ଏକ ସାପକୁ ଉଦ୍ଧାର କରିବା ପାଇଁ ଗୋଲା ଫରେଷ୍ଟ ରେଞ୍ଜ ଟିମ୍କୁ କହିଥିଲେ। ପରେ ଆମେ ସେଠାରେ ପହଞ୍ଚିଲାବେଳକୁ ଗ୍ରାମବାସୀ ସେହି ସାପଟିକୁ ଧରି ଏକ ପ୍ଲାଷ୍ଟିକ୍ ଅଖାରେ ବନ୍ଦ କରିଦେଇଥିଲେ।
ଫରେଷ୍ଟ ଅଫିସର ଆହୁରି ମଧ୍ୟ କହିଛନ୍ତି ଯେ ସାପକୁ ଘଟଣାସ୍ଥଳରୁ ଉଦ୍ଧାର କରିବା ପରେ ଆମ ଟିମ୍ ସାପଟିକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଏକ ବିରଳ ସାପ ମଧ୍ୟରୁ ଅନ୍ୟତମ। ପରେ କୁକ୍ରି ସାପକୁ ନେଇ ଉଦ୍ଧାରକାରୀ ଟିମ୍ ଜଙ୍ଗଲରେ ଛାଡ଼ି ଦେଇଥିଲେ।
/odishatv-khabar/media/post_attachments/aajtak/images/Photo_gallery/092019/fsdff_080920121707.jpg)
ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(WII) ର ବନ୍ୟପ୍ରାଣୀ ବିଶେଷଜ୍ଞ ଭିପୁଲ ମୌର୍ଯ୍ୟା କହିଛନ୍ତି ଯେ ଲାଲ୍ କୋରାଲ କୁକ୍ରି ହେଉଛି ଏକ ବିରଳ ପ୍ରଜାତିର ସାପ। ଏହା ଉତ୍ତରାଖଣ୍ଡରେ ମାତ୍ର ଦୁଇଥର ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/snake-1_1625451603.jpg)