mask
ନୂଆଦିଲ୍ଲୀ: କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନ୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏଭଳି ପରିସ୍ଥିତରେ କିଛି ଅମାନିଆ ଲକ୍ଡାଉନ୍ର ନିୟମକୁ ମାନୁନଥିବା ଜଣାପଡିଛି। ଏହି ସମୟରେ ଉତ୍ତରପ୍ରଦେଶର ମେରଠ ଠାରେ ଦୁଇଜଣ ଯୁବକ ମୁହଁରେ ମାସ୍କ ପିନ୍ଧିନଥିବାରୁ ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି। ସେମାନଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ଦୁଇଜଣ ଯୁବକଙ୍କ ମୁହଁରେ ମାସ୍କ ନଥିଲା, ସେମାନଙ୍କୁ ଯେତେବେଳେ ପୋଲିସ ଧରିବାକୁ ଚେଷ୍ଟା କରିଥିଲା, ଦୁହିଁଙ୍କ ମଧ୍ୟରୁ ଜଣେ ୧୦ଟଙ୍କିଆ ନୋଟ୍କୁ ମାସ୍କପରି ମୁହଁରେ ପିନ୍ଧିଥିବା ଦେଖିବାକୁ ମିଳିଛି।
ଖବର ଅନୁଯାୟୀ, ମେରଠର ସିଭିଲ୍ ଲାଇନ୍ ପୋଲିସ୍ ଷ୍ଟେସନର ଡ୍ୟୁଟି କରୁଥିବା ଜଣେ ପୋଲିସ କର୍ମଚାରୀ କହିଛନ୍ତି ଯେ, ଦୁଇଜଣ ଯୁବକ ଗାଡିରେ ବସି ଯାଉଥିଲେ। ସେ ଦୁହିଁଙ୍କ ମଧ୍ୟରୁ ଜଣେ ମୁହଁରେ ରୁମାଲ ବାନ୍ଧିଥିବାବେଳେ ଅନ୍ୟ ଜଣେ ମୁହଁରେ କିଛି ପିନ୍ଧିନଥିଲେ। ଏନେଇ ପୋଲିସ କର୍ମଚାରୀ ଯେତେବେଳେ ତାଙ୍କୁ ଅଟକାଇଥିଲେ, ଗାଡିର ପଛରେ ବସିଥିବା ଯୁବକ ଜଣଙ୍କ ଭୟରେ ନିଜ ପର୍ସକୁ ବାହାର କରି ସେଥିରେ ଥିବା ୧୦ଟଙ୍କିଆ ନୋଟକୁ ମୁହଁରେ ପିନ୍ଧିଥିଲେ। ଦୁହିଁଙ୍କୁ ପଚାରିବାରୁ କହିଥିଲେ ଯେ,ଆମ ପାଖରେ ମାସ୍କ ନାହଁ। ଏହାଶୁଣି ପୋଲସ କର୍ମଚାରୀ ଜଣଙ୍କ ଦୁହଁଙ୍କୁ ମାସ୍କ ଦେଇଥିଲେ।
ପୋଲିସ କର୍ମଚାରୀ ଜଣଙ୍କ ଯେତେବେଳେ ଦୁହିଁଙ୍କୁ ପଚାରିଲେ ଯେ, ଲକ୍ଡାଉନ୍ ସମୟରେ କ’ଣ ପାଇଁ ତୁମେ ଦୁହେଁ ବାହାରକୁ ଆସିଛ। ସେତେବଳେ ଦୁହେଁ ସନ୍ତୋଷଜନକ ଉତ୍ତର କିଛି ଦେଇପାରିନଥିଲେ। ଏନେଇ ପୋଲିସ ଦୁହିଁଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡିଛି।
ପୋଲିସର କହିବା ଅନୁଯାୟୀ, ଦୁହେଁ ଆମିର ଓ ମହବୁବ ସହରରେ ଠିକାଦର ଭାବେ କାମ କରନ୍ତି। ସେ ଦୁହେଁ ସେମାନଙ୍କ ପଇଷା ପାଇଁ ମାଲିକ ପାଖକୁ ଯାଉଥିଲେ। ମାସ୍କ କ’ଣ ପାଇଁ ପିନ୍ଧିନ ପଚାରିବାରୁ ସେ କହିଥିଲେ ଯେ ଗୋଟେ ମାସ୍କର ଦାମ୍ ୪୦ ଟଙ୍କା , କିନ୍ତୁ ମୋ ପାଖରେ ଏତେ ଟଙ୍କା ନାହିଁ । ମାତ୍ର ୧୦ଟଙ୍କା ଅଛି। ସେଥିପାଇଁ ମୁଁ ୧୦ଟଙ୍କିଆ ନୋଟ୍କୁ ମାସ୍କ ଭାବରେ ପିନ୍ଧିଛି।
ଏହା ପରେ ପୋଲିସ ତାଙ୍କୁ ଦୁଇଟି ମାସ୍କ ଉପହାର ଦେଇଥିଲା। ମେରଠ ଜିଲ୍ଲାରେ ୩୧୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ୧୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mask-3_1626694361.jpg)