Advertisment

୧ ଲିଟର କ୍ଷୀର ପିଇଲେ ୮୧ ଜଣ ପିଲା !

ସୋନଭଦ୍ରା : ଗୋଟିଏ ଲିଟର କ୍ଷୀର ଖାଇଲେ ୮୧ ଜଣ ଛାତ୍ରଛାତ୍ରୀ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାର ଚୋପାନ ଅଂଚଳର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବେଳେ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ବର ଅଭିଯୋଗ କରିବାପରେ ଆରମ୍ଭ ହୋଇଛି ତନାଘନା। ଅଭିଯୋଗ ଅନୁଯାୟୀ, ଚୋପାନ ଅଂଚଳର ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ […]

୧ ଲିଟର କ୍ଷୀର ପିଇଲେ ୮୧ ଜଣ ପିଲା !

milk

Advertisment

ସୋନଭଦ୍ରା : ଗୋଟିଏ ଲିଟର କ୍ଷୀର ଖାଇଲେ ୮୧ ଜଣ ଛାତ୍ରଛାତ୍ରୀ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାର ଚୋପାନ ଅଂଚଳର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନ ବେଳେ ଏଭଳି ନିମ୍ନମାନର ଖାଦ୍ୟ ଯୋଗାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।

Advertisment

ଏ ସମ୍ପର୍କରେ ସ୍ଥାନୀୟ ୱାର୍ଡ ମେମ୍ବର ଅଭିଯୋଗ କରିବାପରେ ଆରମ୍ଭ ହୋଇଛି ତନାଘନା। ଅଭିଯୋଗ ଅନୁଯାୟୀ, ଚୋପାନ ଅଂଚଳର ଏକ ସରକାରୀ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ପାଚିକାଙ୍କୁ ଏକ ଲିଟର କ୍ଷୀର ଯୋଗାଇ ଦିଆଯାଇଥିଲା । ଆଉ ଏତିକି କ୍ଷୀରରେ ସମସ୍ତ ପିଲାଙ୍କୁ ଖାଦ୍ୟ ଯୋଗାଇ ଦେବାକୁ କଡ଼ା ନିର୍ଦ୍ଦେଶ ରହିଥିଲା । ପରିସ୍ଥିତିକୁ ଦେଖି ପାଚିକା ଜଣଙ୍କ ଏକ ଲିଟର କ୍ଷୀରରେ ବାଲଟିଏ ପାଣି ମିଶାଇଥିଲେ।  ଏହାପରେ ପାଣି ମିଶା କ୍ଷୀରକୁ ଉପସ୍ଥିତ ଥିବା ୮୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା । ଏନେଇ ଅଭିଯୋଗ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

publive-imageବେସିକ୍‌ ଏଜୁକେସନ  ଅଫିସର ଗୋରେଖନାଥ ପଟେଲ୍‌ ଏହି ମାମଲାର ତଦନ୍ତ ଆଦେଶ ଦେଇଛନ୍ତି । ରିପୋର୍ଟ ମିଳିଲା ପରେ ଦୋଷୀ କର୍ମଚାରୀଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେ କହିଛନ୍ତି , -“ ମିଡ୍‌ ଡେ ମିଲ୍‌ର ନିୟମ ଅନୁସାରେ , ପ୍ରତି ପିଲାକୁ ୧୫୦ମିଲିଲିଟର କ୍ଷାର ମିଳିବା ଉଚିତ୍‌ । ଯେତେବେଳେ ଆମେ ଏହି ଘଟଣା ବିଷୟରେ ଅବଗତ ହେଲି ତ ଆଉ ଅଧିକା କ୍ଷୀର ମଗାଇ ପିଲାଙ୍କୁ ଦେଇଥିଲୁ ।”

Advertisment

ଉଲ୍ଲେଖନୀୟ ଯେ , ପୂର୍ବରୁ ଉତ୍ତର ପ୍ରଦେଶର ମିର୍‌ଜାପୁର ଜିଲ୍ଲାରେ ଏମିତି ଏକ ଘଟଣା ସାମନାକୁ ଆସିଥିଲା । ପିଲାଙ୍କୁ ମିଡ୍‌ ଡେ ମିଲ୍‌ରେ ରୁଟି ଓ ଲୁଣ ଖାଇବାକୁ ଦିଆଯାଇଥିଲା । ଆଉ ଏହାର ଭିଡ଼ିଓ ମଧ୍ୟ ଭାଇରାଲ୍‌ ହେଲା ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ