Advertisment

ପ୍ରବାସୀଙ୍କ ଦୁର୍ଦ୍ଦଶା: ଦୁଇମୁଠା ଆହାର ପାଇଁ ବିକି ଦେଲେ ଗହଣା

କନୌଜ : କରୋନା ଭାଇରସର ପ୍ରକୋପ ଜାରି ରହିଥିଲେ ହେଁ ଲୋକଙ୍କ ସୁବିଧାକୁ ଦୃଷ୍ଟରେ ରଖି  ଦେଶରେ ଲକ୍‌ଡାଉନ୍‌ର ନିୟମକୁ କିଛିଟା କୋହଳ କରାଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀମାନେ ଘରକୁ ଫେରୁଛନ୍ତି। ହେଲେ ସେମାନଙ୍କ ଦୁର୍ଦ୍ଦଶାର କାହାଣୀ ଶୁଣିଲେ ଆଖିରେ ଲୁହ ରହିବନି। ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ଗତ ମେ’ ମାସରେ ଏକ ପରିବାର ତାମିଲନାଡୁରୁ ଉତ୍ତରପ୍ରଦେଶର କନୌଜକୁ ଫେରିଥିଲେ। ୟୁପିରେ ପହଞ୍ଚିବା ପରେ ପରିବାର ଲୋକଙ୍କ ପାଖରେ କିଛି ଖାଇବାକୁ ନଥିଲା। ଖାଦ୍ୟ […]

ପ୍ରବାସୀଙ୍କ ଦୁର୍ଦ୍ଦଶା: ଦୁଇମୁଠା ଆହାର ପାଇଁ ବିକି ଦେଲେ ଗହଣା

ice

Advertisment

କନୌଜ : କରୋନା ଭାଇରସର ପ୍ରକୋପ ଜାରି ରହିଥିଲେ ହେଁ ଲୋକଙ୍କ ସୁବିଧାକୁ ଦୃଷ୍ଟରେ ରଖି  ଦେଶରେ ଲକ୍‌ଡାଉନ୍‌ର ନିୟମକୁ କିଛିଟା କୋହଳ କରାଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀମାନେ ଘରକୁ ଫେରୁଛନ୍ତି। ହେଲେ ସେମାନଙ୍କ ଦୁର୍ଦ୍ଦଶାର କାହାଣୀ ଶୁଣିଲେ ଆଖିରେ ଲୁହ ରହିବନି।

Advertisment

ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ଗତ ମେ’ ମାସରେ ଏକ ପରିବାର ତାମିଲନାଡୁରୁ ଉତ୍ତରପ୍ରଦେଶର କନୌଜକୁ ଫେରିଥିଲେ। ୟୁପିରେ ପହଞ୍ଚିବା ପରେ ପରିବାର ଲୋକଙ୍କ ପାଖରେ କିଛି ଖାଇବାକୁ ନଥିଲା। ଖାଦ୍ୟ ସାମଗ୍ରୀ ଓ ମେଡିସିନ୍‌ କିଣିବା ପାଇଁ ସେମାନେ ନିଜ ଗହଣାକୁ ୧୫୦୦ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ପରିବାରକୁ ସାହାଯ୍ୟର ହାତ ବଢ଼ାଇଥିଲା। ପ୍ରଶାସନ ତରଫରୁ ପରିବାରକୁ ରାସନ କାର୍ଡ ଓ ମନରେଗା ଜବ୍‌ କାର୍ଡ ଯୋଗାଇ ଦିଆଯାଇଛି।

ଖବର ଅନୁଯାୟୀ,କନୌଜର ଫତେହପୁର ଜସୋଡା ଗାଁର ବାସିନ୍ଦା ଶ୍ରୀରାମ ତିନି ଦଶନ୍ଧି ପୂର୍ବରୁ ପରିବାର ସହିତ ତାମିଲନାଡୁରେ ରହୁଥିଲେ। ସେଠାରେ ଶ୍ରୀରାମ କୁଲଫି ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଶ୍ରୀରାମ, ତାଙ୍କ ପତ୍ନୀ ଓ ୯ ସନ୍ତାନ ଏକ ଭଡା ଘରେ ରହୁଥିଲେ। ଲକ୍‌ଡାଉନ୍‌ ଯୋଗୁ କୁଲ୍ଫି‌ ବେପାର ବନ୍ଦ ହୋଇଯାଇଥିଲା। କିଛିଦିନ ପରେ ଶ୍ରୀରାମ ରହୁଥିବା ଭଡାଘରର ମାଲିକ ତାଙ୍କୁ ଘରଭଡା ମାଗିଥିଲେ। ହେଲେ ବେପାର ନ ଥିବାରୁ ଶ୍ରୀରାମ ଭଡା ଟଙ୍କା ଦେଇ ପାରି ନ ଥିଲେ। ଫଳରେ ମାଲିକ ଘର ଖାଲିକରି  ଚାଲିଯିବାକୁ କହିଥିଲେ।

Advertisment

ଏହା ପରେ ଶ୍ରୀରାମ ମେ’ ୧୯ ତାରିଖରେ ପରିବାର ସହ ଟ୍ରେନ୍‌ ଯୋଗେ ଗାଁକୁ ବାହାରିଲେ। ମେ’୨୧ରେ ଗାଁରେ ପହଁଞ୍ଚିଥିଲେ।  ଏନେଇ ଶ୍ରୀରାମଙ୍କ ଝିଅ ରାଜକୁମାରୀ କହିଛନ୍ତି ଯେ ‘ଗାଁକୁ ଫେରିବା ପରେ ଆମକୁ ୧୦କିଲୋ ଚାଉଳ ଓ ଡାଲି ମିଳିଥିଲା । କିନ୍ତୁ ଆମର ତ ବହୁତ ବଡ ପରିବାର। ସେସବୁ ଖାଦ୍ୟ ସାମଗ୍ରୀ ଶୀଘ୍ର ସରିଯାଇଥିଲା।

ସେହି ସମୟରେ ମୋ ମା’ ଓ ଭାଇଭଉଣୀଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ତଥାପି ମୋ ବାପା ଚେଷ୍ଟା କରି ଆଉ ଦୁଇଦିନର ଖାଦ୍ୟ ଯୋଗାଡ କରିଥିଲେ। ଏଭଳି ପରିସ୍ଥିତିରେ ବାଧ୍ୟହୋଇ ମା’ ପିନ୍ଧୁଥିବା ଗହଣାକୁ ବିକ୍ରି କରିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା। ସେହି ଟଙ୍କାରେ ମା’ ଓ ଭାଇଭଉଣୀଙ୍କ ପାଇଁ ମେଡିସିନ୍‌ ଓ ଖାଦ୍ୟ କିଣିଥିଲୁ। ସେହି ସମୟରେ ଆମେ ରାସନ କାର୍ଡ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଆମକୁ କୁହାଯାଇଥିଲା ଯେ ନୂଆ କାର୍ଡ ଆଉ ତିଆରି କରାଯାଉନାହିଁ।

Advertisment

ଘଟଣାକୁ ନେଇ କନୌଜ କଲେକ୍ଟର କହିଛନ୍ତି, ‘ମୁଁ ବିଡିଓ ଓ ଯୋଗାଣ ନିରୀକ୍ଷକଙ୍କୁ ଏହି ଘଟଣାର ତଦନ୍ତ ପାଇଁ ପଠାଇଥିଲି। ତଦନ୍ତରୁ ଜଣାପଡିଛି ଯେ, ଏହି ପରିବାର ଦୁଇ ସପ୍ତାହ ପୂର୍ବରୁ ଗାଁକୁ ଫେରିଛନ୍ତି। ସେମାନେ କୋଭିଡ୍‌ କ୍ୟାମ୍ପରେ ରହୁଛନ୍ତି। ପରିବାରକୁ ୧୫ କିଲୋର ରାସନ କିଟ୍‌ ଦିଆଯାଇଛି। ମନରେଗା ଜବ୍‌ କାର୍ଡ ଓ ରାସନ କାର୍ଡ ମଧ୍ୟ ଦିଆଯାଇଛି। ବର୍ତ୍ତମାନ ସେମାନଙ୍କର କୌଣସି ଅସୁବିଧା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ