Advertisment

ଗୁଗଲରେ ଭାରତୀୟ ମାନେ କଣ ବେଶୀ ଖୋଜନ୍ତି ? ଜାଣନ୍ତି ଆପଣ

ନୂଆଦିଲ୍ଲୀ  : ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଂଜିନ୍‌ ଗୁଗଲ । ୟୁଜର ଯେକୌଣସି ତଥ୍ୟ ପାଇଁ ଗୁଗଲର ସାହାଯ୍ୟ ନେଇଥାନ୍ତି । ଗୁଗଲ ସର୍ଚ୍ଚ କରିଥାନ୍ତି । ଗୁଗଲ ୨୦୧୯ ମସିହାରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ତଥ୍ୟର ଏକ ଲିଷ୍ଟ ଜାରି କରିଛି । ଗୁଗଲର ସୂଚନା ମୁତାବକ , ଏହି ବର୍ଷ ଲୋକମାନେ ଲୋକସଭା ନିର୍ବାଚନ , ଚନ୍ଦ୍ରୟାନ-୨,  ଆର୍ଟିକଲ ୩୭୦ ଭଳି ଘଟଣା ବିଷୟରେ ଜାଣିବାକୁ ଅଧିକ ମାତ୍ରାରେ ଗୁଗଲ ସର୍ଚ୍ଚ […]

ଗୁଗଲରେ ଭାରତୀୟ ମାନେ କଣ ବେଶୀ ଖୋଜନ୍ତି ? ଜାଣନ୍ତି ଆପଣ

gogle

Advertisment

ନୂଆଦିଲ୍ଲୀ  : ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଂଜିନ୍‌ ଗୁଗଲ । ୟୁଜର ଯେକୌଣସି ତଥ୍ୟ ପାଇଁ ଗୁଗଲର ସାହାଯ୍ୟ ନେଇଥାନ୍ତି । ଗୁଗଲ ସର୍ଚ୍ଚ କରିଥାନ୍ତି । ଗୁଗଲ ୨୦୧୯ ମସିହାରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ତଥ୍ୟର ଏକ ଲିଷ୍ଟ ଜାରି କରିଛି ।

Advertisment

ଗୁଗଲର ସୂଚନା ମୁତାବକ , ଏହି ବର୍ଷ ଲୋକମାନେ ଲୋକସଭା ନିର୍ବାଚନ , ଚନ୍ଦ୍ରୟାନ-୨,  ଆର୍ଟିକଲ ୩୭୦ ଭଳି ଘଟଣା ବିଷୟରେ ଜାଣିବାକୁ ଅଧିକ ମାତ୍ରାରେ ଗୁଗଲ ସର୍ଚ୍ଚ କରିଛନ୍ତି ।

ଖାଲି ଏତିକି ନୁହେଁ ଫିଲ୍ମ କବିର ସିଂ ଓ ଆଭେଞ୍ଜର୍‌ସ ଏମଡଗେସ୍‌ ଭଳି ଫିଲ୍ମକୁ ମଧ୍ୟ ଅଧିକ ମାତ୍ରାରେ ସର୍ଚ୍ଚ କରାଯାଇଛି । ଏଠାରେ ଆପଣଙ୍କୁ ନ୍ୟୁଜ୍‌ ଓ ସ୍ପୋର୍ଟ୍‌ସଠୁ ନେଇ ଗୁଗଲରେ ସବୁଠୁ ବେଶୀ ସର୍ଚ୍ଚ କରାଯାଇଥିବା ଫିଲ୍ମର ଟପ୍‌ ୫ ଲିଷ୍ଟ ବିଷୟରେ ସୂଚନା ଦେଉଛୁ-

Advertisment

publive-imageସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ବିଷୟ-

ଭାରତରେ ସବୁଠୁ ବେଶୀ ସର୍ଚ୍ଚ କରାଯାଇଥିବା ବିଷୟ ବସ୍ତୁ ମଧ୍ୟରେ କ୍ରିକେଟ୍‌ ୱଲର୍ଡ କପ୍‌  । ଏହାପରେ ଲୋକେ ଲୋକସଭା ନିର୍ବାଚନ , ଚନ୍ଦ୍ରୟାନ-୨, କବିର  ସିଂ, ଆଭେଞ୍ଜର୍ସ ଏଣ୍ଡଗେମ୍‌ ଏବଂ ଆର୍ଟିକଲ୍‌ ୩୭୦ ଅଟେ ।

ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ନ୍ୟୁଜ୍‌ -

ଭାରତରେ ସବୁଠୁ ଅଧିକ ଲୋକ ସଭା ଫଳାଫଳ ବିଷୟକୁ ନେଇ ସର୍ଚ୍ଚ କରାଯାଇଛି । ଏହାପରେ  ମିଶନ ଚନ୍ଦ୍ରୟାନ-୨, କଶ୍ମୀରରୁ ହଟାଯାଇଥିବା ଆର୍ଟିକଲ୍‌ ୩୭୦,  ଭାରତ ସରକାରଙ୍କର ପିଏମ୍‌ କିଷାନ ଯୋଜନା। ଓ ମହାରାଷ୍ଟ୍ର  ବିଧାନସଭା ନିର୍ବାଚନକୁ ବହୁ ସଂଖ୍ୟାରେ ସର୍ଚ୍ଚ କରାଯାଇଛି ।

Advertisment

ସବୁଠୁ ବେଶୀ ସର୍ଚ୍ଚ କରାଯାଇଥିବା ବ୍ୟକ୍ତିତ୍ୱ -

ଯେଉଁ ଲୋକଙ୍କୁ ଗୁଗଲରେ ସର୍ଚ୍ଚ କରାଯାଇଛି , ସେମାନଙ୍କ ମଧ୍ୟରେ ସବୁଠୁ ଆଗର ଅଛନ୍ତି ଭାରତୀୟ ଏୟାରଫୋର୍ସର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ , ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏକ ଚିହ୍ନା ଚେହେରା ପାଲଟି ଯାଇଥିଲେ । ଏହା ବ୍ୟତୀତ ଲତା ମଙ୍ଗେସକର , ଯୁବରାଜ ସିଂ , ଆନନ୍ଦ କୁମାର ଓ ଭକି କୌଶଳଙ୍କୁ ମଧ୍ୟ ସର୍ଚ୍ଚ କରାଯାଇଛି ।

ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସ୍ପୋର୍ଟ୍ସ ଇଭେଣ୍ଟ –

ଗୁଗଲରେ ୨୦୧୯ରେ ସର୍ଚ୍ଚ କରାଯାଇଥିବା ଟପ୍‌ ସ୍ପୋର୍ଟ୍ସ ଇଭେଣ୍ଟ ମଧ୍ୟରେ କ୍ରିକେଟ୍‌ ୱର୍ଲ୍ଡ କପ୍‌,  ପ୍ରୋ କବାଡ଼ି ଲିଗ୍‌ , ୱିବଲଡନ୍‌, କୋପା ଆମେରିକା  ଓ ଅଷ୍ଟ୍ରେଲିଆନ୍‌ ଓପ୍‌ନ ରହିଛି ।

ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି what is….

ଲୋକେ ଯେକୌଣସି ଟପିକ୍‌କୁ ଆରମ୍ଭରୁ ବୁଝିବା ପାଇଁ ଏମିତି ସର୍ଚ୍ଚ କରିଥାନ୍ତି । ଭାରତୀୟ ୟୁଜର ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି – what is article 370, ଏହା ପରେ what is exit poll, what is black hole, what is  howdy modi ଓ e-cigarette କୁ ବି ସର୍ଚ୍ଚ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ