Advertisment

ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

ଚେନ୍ନାଇ: ତାମିଲନାଡୁର ମାମଲାଲାପୁରମରେ ଜଣେ ମହିଳା ଚିକେନ୍‌ ବିରିୟାନୀ ଖାଇବାକୁ ନେଇ ଆତ୍ମହତ୍ୟା କରିଛନ୍ତି। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ମହିଳା ଜଣଙ୍କ ଚିକେନ୍‌ ବିରିୟାନୀ ଖାଇବା ପାଇଁ ତାଙ୍କ ସ୍ୱାମୀକୁ କହିଥିଲେ। କିନ୍ତୁ ସ୍ୱାମୀ ଚିକେନ୍‌ ବିରିୟାନୀ ନଆଣିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ମହିଳାଙ୍କ ନାଁ ସୌମ୍ୟା(୨୮)। ତାଙ୍କ ସ୍ୱାମୀଙ୍କ ନାଁ ମନୋହରନ୍‌(୩୨)। ପୋଲିସର କହିବା ଅନୁଯାୟୀ, ସୌମ୍ୟା ଓ ତାଙ୍କ ସ୍ୱାମୀ ମନୋହରନ ଦୁହେଁ ମୂର୍ତ୍ତି […]

ସ୍ୱାମୀ ଚିକେନ୍‌ ବିରିୟାନୀ ନଦେବାରୁ ପତ୍ନୀ ନେଲେ ଚରମ ନିଷ୍ପତ୍ତି

biriuyan

Advertisment

ଚେନ୍ନାଇ: ତାମିଲନାଡୁର ମାମଲାଲାପୁରମରେ ଜଣେ ମହିଳା ଚିକେନ୍‌ ବିରିୟାନୀ ଖାଇବାକୁ ନେଇ ଆତ୍ମହତ୍ୟା କରିଛନ୍ତି। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ। ମହିଳା ଜଣଙ୍କ ଚିକେନ୍‌ ବିରିୟାନୀ ଖାଇବା ପାଇଁ ତାଙ୍କ ସ୍ୱାମୀକୁ କହିଥିଲେ। କିନ୍ତୁ ସ୍ୱାମୀ ଚିକେନ୍‌ ବିରିୟାନୀ ନଆଣିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିଥିବା ମହିଳାଙ୍କ ନାଁ ସୌମ୍ୟା(୨୮)। ତାଙ୍କ ସ୍ୱାମୀଙ୍କ ନାଁ ମନୋହରନ୍‌(୩୨)।

Advertisment

ପୋଲିସର କହିବା ଅନୁଯାୟୀ, ସୌମ୍ୟା ଓ ତାଙ୍କ ସ୍ୱାମୀ ମନୋହରନ ଦୁହେଁ ମୂର୍ତ୍ତି ଗଢ଼ିବା କାମ କରୁଥିଲେ। ୧୨ ବର୍ଷ ହେଲା ଦୁହଁଙ୍କର ବାହାଘର ହୋଇଛି। ଦୁହଁଙ୍କର ୧୦ବର୍ଷର ଏକ ପୁଅ ଓ ୧୧ବର୍ଷର ଏକ ଝିଅ ମଧ୍ୟ ଅଛି। ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ସୌମ୍ୟା ଓ ମନୋହରନ୍‌ଙ୍କ ଘର ପାଖରେ ଏକ ନୂଆ ରେଷ୍ଟୁରାଣ୍ଟ ଖୋଲାଯାଇଛି। ସେହି ରେଷ୍ଟୁରାଣ୍ଟରେ ଗୋଟେ ଚିକେନ୍‌ ବିରିୟାନୀ ନେଲେ ତା ସହ ଆଉ ଗୋଟେ ଚିକେନ୍‌ ବିରିୟାନୀ ଫ୍ରି ମିଳୁଥିଲା। ଏହାକୁ ଶୁଣି ସୌମ୍ୟା ତାଙ୍କ ସ୍ୱାମୀଙ୍କୁ ଚିକେନ୍‌ ବିରିୟାନୀ ଆଣିବାକୁ କହିଥିଲେ। ଏକଥା ଶୁଣି ମନୋହରନ୍‌ ଯେତେବେଳେ ବିରିୟାନୀ ଆଣିବାକୁ ଯାଇଥିଲେ, ସେତେବେଳେ ଚିକେନ୍‌ ବିରିୟାନୀ ଶେଷ ହୋଇଯାଇଥିଲା। ସରିଯିବା ପରେ ମନୋହରନ୍‌ ସେହି ରେଷ୍ଟୁରାଣ୍ଟରୁ ଏକ ପ୍ଲେନ୍‌(ସାଧା) ବିରିୟାନୀ ଆଣିଥିଲେ। ମନୋହରନ୍‌ ସାଧା ବିରିୟାନୀ ନେଇ ଘରେ ପହଁଞ୍ଚିଲେ। ଏହା ଦେଖି ସୌମ୍ୟା ରାଗି ଯାଇଥିଲେ ଏବଂ ଏହାକୁ ଖାଇବେ ନାହିଁ ବୋଲି ମନାକରିଦେଲେ। ତେଣୁ ମନୋହରନ୍‌ ବିରିୟାନୀକୁ ପଡ଼ୋଶୀକୁ ଦେଇଥିଲେ।

Advertisment

ପୋଲିସର କହିବା ଅନୁଯାୟୀ, ପରେ ମନୋହରନ୍‌ କାମ କରିବାକୁ ଯାଇଥିଲେ। ଏହି ସମୟରେ ସୌମ୍ୟା ରାଗି ଯାଇ ଛାତ ଉପରକୁ ଯାଇଥିଲେ। ସେଠାରେ ଥିବା ଏକ ରୁମ୍‌ରେ ନିଜକୁ ବନ୍ଦ କରିଦେଇଥିଲେ। ପରେ ସୌମ୍ୟା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ପଡ଼ୋଶୀ ଏହି ଘଟଣା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ। ସୌମ୍ୟାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସୌମ୍ୟାଙ୍କ ଶରୀର ଏତେ ମାତ୍ରାରେ ପୋଡ଼ି ଯାଇଥିଲା ଯେ ଶୁକ୍ରବାର ଦିନ ସେ ମୃତ୍ୟୁବରଣ କରିଥିଲେ।

ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି। ଏନେଇ ପୋଲିସ ଟିମ୍ ପରିବାରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ପଚରାଉଚରା କରୁଛି। ଏହା ବ୍ୟତୀତ ପଡ଼ୋଶୀଙ୍କ ବୟାନ ମଧ୍ୟ ପୋଲିସ ରେକର୍ଡ କରୁଛି। ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଆଗରୁ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା କି ନାହିଁ, ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ