gooogle photo
ଯେତେବେଳେ ଆପଣ ନିଜର ପ୍ରିୟଜନଙ୍କୁ ବହୁଦିନଠୁ ହରେଇ ଦେଇଥାନ୍ତି । ଆଉ ତାଙ୍କର ସ୍ମୃତିକୁ ମନେପକାଇ ପାଖରେ ସାଇତି ଥିବା ଆଲବମ୍ରୁ ତାଙ୍କର ଫଟୋଗୁଡ଼ିକୁ ଦେଖିଥାନ୍ତି । ସେହି ପୁରୁଣା ଫଟୋକୁ ଦେଖି ଭାବୁକ ବନିଥାନ୍ତି।
ଗୁଗଲ ମ୍ୟାପ୍ ସାହାଯ୍ୟରେ ଏବେ ଶହ ଶହ ଲୋକ ସୋଶାଲ ମିଡ଼ିଆରେ ଏହିପରି କାମ କରୁଛନ୍ତି । ଯଦି ଆପଣ ହରାଇଥିବା ନିଜର ପ୍ରିୟଜନର ଫଟୋକୁ ରଖିପାରିନାହାନ୍ତି । ଆଉ ତାଙ୍କୁ ଦେଖିବାକୁ ଚାହୁଁଛନ୍ତି । ଆପଣ ଗୁଗଲ ମ୍ୟାପ୍ ଷ୍ଟ୍ରିଟ୍ ଭ୍ୟୁ’ ଜରିଆରେ ଦେଖିପାରିବେ । ଏହା ହେଉଛି ବିଶ୍ୱର ଏକ ସ୍ୱତନ୍ତ୍ର ଅନ୍ଲାଇନ୍ ପ୍ରୋଟେଟ୍ , ଯାହାଦ୍ୱାରା ଅଗଣିତ ପାନୋରାମିକ୍ ଫଟୋସବୁ ଉଠାଯାଇଥାଏ ।
ମେକ୍ସିକୋର ଲେସ୍ଲି ବ୍ୟାରେଜା ଏମିତି ଏକ ଫଟୋ ନିଜ ଟ୍ୱିଟରରେ ସେୟାର କରି CNNକୁ କହିଛନ୍ତି । ଗତ ମଙ୍ଗଳବାର ଦିନ ୧୩ ସେକେଣ୍ଡ ଅବଧିର ଏକ ସ୍କ୍ରିନ୍ ରେକର୍ଡିଂକୁ ସେ ଗୁଗଲ ମ୍ୟାପ୍ ଷ୍ଟ୍ରିଟ୍ ଭ୍ୟୁ’ ଜରିଆରେ କରି ସେୟାର କରିଛନ୍ତି । ଯେଉଁଥିରେ ସେ ନିଜର ପରଲୋକ ଗତ ଜେଜେବାପାଙ୍କ ଫଟୋକୁ ଦେଖିବାର ସୁଯୋଗ ପାଇଛନ୍ତି ।
ଲେସ୍ଲି କହିଛନ୍ତି , ତାଙ୍କ ଭଉଣୀ ତାଙ୍କ ଜେଜେବାପା ,କାର୍ଲୋସ ବ୍ୟାରେଜାଙ୍କ ଫାର୍ମ ଥିବା ସହରକୁ ଚିହ୍ନାଇ ଦେଇଥିଲେ ଏବଂ ଅଳ୍ପ ସମୟର ଟାପ୍ କରି ରୋଡ୍ ଶେଷରେ ସେ ଦେଖିବାକୁ ପାଇଲେ ସେ ଘର ବାହାରେ ବସିଥିବାର ଫଟୋ । ଯାହା ଗୁଗଲ ମ୍ୟାପ୍ରେ ଥିଲା ।
ଉଲ୍ଲେଖନୀୟ ଯେ, ଲେସ୍ଲି ବ୍ୟାରେଜାଙ୍କ ଜେଜେବାପା ୨ ବର୍ଷ ତଳେ ମୃତ୍ୟୁ ହୋଇଛି । ସେ କହିଛନ୍ତି , ଜେଜେବାପାଙ୍କୁ ସେ ଶେଷ ବିଦାୟରେ ବି ଦେଖି ପାରିନଥିଲେ କି କେତେ ତାଙ୍କୁ ଭଲପାଏ ଜଣାଇପାରିନଥିଲେ ।
ଏବେ ଲେସ୍ଲି ବ୍ୟାରେଜା ଟ୍ୱିଟରରେ ସେୟାର କରିଥିବା ଏହି ‘ଗୁଗଲ ମ୍ୟାପ୍ ଷ୍ଟ୍ରିଟ୍ ଭ୍ୟୁ’ ରେ ସ୍କ୍ରିନ୍ ରେକର୍ଡିଂକୁ ପ୍ରଶଂସା କରି କମେଣ୍ଟ କରିଛନ୍ତି । ଗୁଗଲ ମଧ୍ୟ ବ୍ୟାରେଜାଙ୍କ ଟ୍ୱିଟ୍କୁ ଚିହ୍ନି ସେୟାରିଂ ପାଇଁ ତାଙ୍କୁ ଧନ୍ୟବାଦ ଦେଇଛି ।
ଗୁଗଲର ସ୍ପୋକ୍ସ ମ୍ୟାନ୍ ବେନ୍ ଜୋସ୍ CNNକୁ କହିଛନ୍ତି ,ବାସ୍ତବିକ୍ ଗୁଗଲ ମ୍ୟାପ୍ରେ ଥିବା ଏହି ‘ଗୁଗଲ ମ୍ୟାପ୍ ଷ୍ଟ୍ରିଟ୍ ଭ୍ୟୁ’ ଅନେକ ଲୋକଙ୍କୁ ସାହାଯ୍ୟ କରୁଛି । ଏହି ସ୍ୱତନ୍ତ୍ର ଉପାୟରେ ଲୋକେ ତାଙ୍କର ଅନେକ ଦିନରୁ ହରାଇ ଥିବା ପ୍ରିୟଲୋକଙ୍କୁ ଦେଖିବାର ସୁଯୋଗ ପାଇପାରୁଛନ୍ତି । ଆଉ ପୁରା ବିଶ୍ୱକୁ ନିଜର ସ୍ମୃତିକୁ ସେୟାର କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/gooogle-photo_1626689833.jpg)