Advertisment

ଟ୍ରମ୍ପଙ୍କ ହାତକୁ ଏମିତି ବାଡେଇଲେ ମୋଦି.... ଫଟୋକୁ ନେଇ ସୋଶାଲ ମିଡିଆରେ ମଜାକ୍‌

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫ୍ରାନ୍ସ ଜି-୭ରେ ସମ୍ମିଳନୀରେ ସାକ୍ଷାତ ହୋଇଥିଲା।  ଦୁଇ ନେତାଙ୍କର ଏହି ସାକ୍ଷାତକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱ ବହନ କରୁଥିଲା। ବିଶେଷ କରି ଭାରତ-ପାକିସ୍ତାନ ପାଇଁ। କାରଣ ଏହି ସାକ୍ଷାତ ସମୟରେ ଟ୍ରମ୍ପ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଥିଲେ। ପାକିସ୍ତାନ ବେଶ ଉତ୍ସାହର ସହ ଏହି ସାକ୍ଷାତକାରକୁ ଚାହିଁ ବସିଥିଲା।   ହେଲେ ଟ୍ରମ୍ପ […]

ଟ୍ରମ୍ପଙ୍କ ହାତକୁ ଏମିତି ବାଡେଇଲେ ମୋଦି.... ଫଟୋକୁ ନେଇ ସୋଶାଲ ମିଡିଆରେ ମଜାକ୍‌

Capture1

Advertisment

ନୂଆଦିଲ୍ଲୀ: ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଫ୍ରାନ୍ସ ଜି-୭ରେ ସମ୍ମିଳନୀରେ ସାକ୍ଷାତ ହୋଇଥିଲା।  ଦୁଇ ନେତାଙ୍କର ଏହି ସାକ୍ଷାତକାର ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱ ବହନ କରୁଥିଲା।

Advertisment

ବିଶେଷ କରି ଭାରତ-ପାକିସ୍ତାନ ପାଇଁ। କାରଣ ଏହି ସାକ୍ଷାତ ସମୟରେ ଟ୍ରମ୍ପ ମୋଦିଙ୍କ ସହ କାଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଥିଲେ। ପାକିସ୍ତାନ ବେଶ ଉତ୍ସାହର ସହ ଏହି ସାକ୍ଷାତକାରକୁ ଚାହିଁ ବସିଥିଲା।

[caption id="attachment_118223" align="alignnone" width="1029"]publive-image Source: Social Media[/caption]

Advertisment

ହେଲେ ଟ୍ରମ୍ପ ସମସ୍ତଙ୍କୁ ଚକ୍‌ମା ଦେଇ ୟୁ ଟର୍ଣ୍ଣ ନେଲେ । କହିଲେ- କାଶ୍ମୀର ଭାରତ-଼ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା...। ଟ୍ରମ୍ପଙ୍କ ଏପରି ଉତ୍ତର ପାକିସ୍ତାନକୁ ବେଶି ବାଧିଛି।

ତେବେ ଏହି ସାକ୍ଷାତକାର ବି ବେଶ ମଜାର ଖୋରାକ ହୋଇଛି। ଟ୍ରମ୍ପ ମୋଦିଙ୍କ ଇଂରାଜୀକୁ ବେଶ ପ୍ରଶଂସା କରିଥିଲେ। ଏହାକୁ ନେଇ ଦୁଇ ନେତା ତଥା ସେଠାରେ ଉପସ୍ଥିତ ଅନ୍ୟମାନେ ବେଶ ହସିଥିଲେ। ଏହାପରେ ମୋଦି ଟ୍ରମ୍ପଙ୍କ ହାତକୁ ଥପଡେଇଥିଲେ।

Advertisment

ଏହି ଥପଡର ଶବ୍ଦ ଏତେ ଜୋର ଥିଲା ଯେ, ଭିଡିଓରେ ଏହାକୁ ସ୍ପଷ୍ଟ ଶୁଣିହେବ। ଏହାକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି। ଦେଖନ୍ତୁ କିପରି ଲୋକେ ଏହାର ମଜା ଉଠାଉଛନ୍ତି।

[caption id="attachment_118218" align="alignnone" width="1200"]publive-image Source: Social Media[/caption]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ