Advertisment

ଏଠି ଦୋକାନ ଅଛି କିନ୍ତୁ ଦୋକାନୀ ନାହିଁ, ଜିନିଷ ନେଇ ଆପେ ଆପେ ରଖନ୍ତି ଟଙ୍କା

ମିଜୋରାମ: ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦୋକାନ ତ ଅଛି କିନ୍ତ ପାଉଣା ଆଦାୟ କରିବା ପାଇଁ ଦୋକାନୀ ନାହାନ୍ତି। ଗ୍ରାହକ ଜିନିଷ କିଣିବା ପରେ ନିଜେ ହିସାବ କରି ଟଙ୍କା ଦେଇ ଯାଆନ୍ତି। କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ବି ଏହା ସତ। ଏହି ସ୍ଥାନଟି କେଉଁଠି ଅଛି ତାହା ଜାଣିବା ପାଇଁ ଆପଣଙ୍କ ମନରେ ଉତ୍କଣ୍ଠା ଜାଗ୍ରତ ହେବଣି। ବ୍ୟସ୍ତ ହୁଅନ୍ତୁନି, ଆଜି ଆମେ ଆପଣଙ୍କୁ ଏହି ସ୍ଥାନ ବିଷୟରେ […]

ଏଠି ଦୋକାନ ଅଛି କିନ୍ତୁ ଦୋକାନୀ ନାହିଁ, ଜିନିଷ ନେଇ ଆପେ ଆପେ ରଖନ୍ତି ଟଙ୍କା

mijoram

Advertisment

ମିଜୋରାମ: ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଦୋକାନ ତ ଅଛି କିନ୍ତ ପାଉଣା ଆଦାୟ କରିବା ପାଇଁ ଦୋକାନୀ ନାହାନ୍ତି। ଗ୍ରାହକ ଜିନିଷ କିଣିବା ପରେ ନିଜେ ହିସାବ କରି ଟଙ୍କା ଦେଇ ଯାଆନ୍ତି। କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ବି ଏହା ସତ। ଏହି ସ୍ଥାନଟି କେଉଁଠି ଅଛି ତାହା ଜାଣିବା ପାଇଁ ଆପଣଙ୍କ ମନରେ ଉତ୍କଣ୍ଠା ଜାଗ୍ରତ ହେବଣି। ବ୍ୟସ୍ତ ହୁଅନ୍ତୁନି, ଆଜି ଆମେ ଆପଣଙ୍କୁ ଏହି ସ୍ଥାନ ବିଷୟରେ ଜଣାଇବୁ। ଏହି ସ୍ଥାନଟି ମିଜୋରାମର ରାଜଧାନୀ ଆଇଜୋଲରୁ ମତ୍ର ଅଳ୍ପ ଦୂରରେ ରହିଛି। ଏହି ସହରର ନାଁ ସେଲିଙ୍ଗ୍ ସହର।

Advertisment

ଏଠାକର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଠାରେ ବସବାସ କରୁଥିବା ସ୍ଥାନୀୟ ସମ୍ପ୍ରଦାୟର ଲୋକମାନେ ଏକ ନିଆରା ଓ ଅଦ୍‌ଭୁତ୍‌ ପରମ୍ପରାକୁ ଅନୁସରଣ କରୁଛନ୍ତି। ଆଜିର ସମୟରେ ଏଭଳି ଘଟଣା ଟିକେ ଅଜବ ଲାଗୁଥାଇପାରେ, କିନ୍ତୁ ମିଜୋରାମରେ ଆଜି ବି ‘ନଗହା ଲୋ ଡାୱର୍‌’ ସଂସ୍କୃତି ଏପର୍ଯ୍ୟନ୍ତ ପ୍ରଚଳିତ ରହିଛି। ଏଠାକାର ପରମ୍ପରା ଅନୁସାରେ, ଲୋକମାନେ ଦୋକାନର ଜିନିଷ କିଣି ଆପେ ଆପେ ହିସାବ କରି ପଇସା ଦେଇ ଯାଆନ୍ତି। ତେବେ ଟଙ୍କା ଦେବା ପାଇଁ ଦୋକନା ପାଖରେ ଏକ ବାସ୍କ ରହିଥାଏ।

ସେଲିଙ୍ଗ୍‌ ସହରରେ ସ୍ଥାନୀୟ ଦୋକାନଗୁଡ଼ିକ ଖୋଲା ରହିଥାଏ, କିନ୍ତୁ ଦୋକାନୀ ମାଲିକ ସେଠାରେ ଉପସ୍ଥିତ ନଥାନ୍ତି। ଏହା ହେଉଛି ଭାରତର ଏପରି ଏକ ସ୍ଥାନ ଯେଉଁଠାରେ ଦୋକାନ ଖୋଲା ରହେ ହେଲେ ଦୋକାନୀ ନଥାନ୍ତି। ସ୍ଥାନୀୟ ଲୋକମାନେ ଦୋକାନରୁ ଜିନିଷ କିଣି ସେଠାରେ ଥିବା ବାକ୍ସରେ ହିସାବ କରି ଟଙ୍କା ରଖି ଯଆନ୍ତି।

Advertisment

ସୂଚନା ଅନୁଯାୟୀ, ମିଜୋରାମ ସହରରେ ଏପରି ଅନେକ ଦୋକାନ ରହିଛି। ‘ମାଇଁ ହୋମ୍‌ ଇଣ୍ଡିଆ’ ନାମକ ଏକ ଏନ୍‌ଜିଓ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଏକ ସପୁରୀ ଦୋକାନରର ଫଟୋକୁ ଶେୟାର କରିଛି। ଯାହା ଏବେ ଚର୍ଚ୍ଚାରେ। ସପୁରି ଦୋକାନ ଫଟୋ ଶେୟାର କରି ଏହି ବିଷୟରେ ସୂଚନା ଦେଇଛି। ସେ ଲେଖିଛି ‘ଦୋକାନୀମାନେ ସେମାନଙ୍କ ଦୋକାନ ଖୋଲନ୍ତି ଓ ନିଜ ଦୋକାନରେ ଟଙ୍କା ରଖିବା ପାଇଁ ଏକ ସ୍ୱତନ୍ତ୍ର ବାକ୍ସ ରଖିଥାନ୍ତି। ଏଠି ବିଶ୍ୱାସରେ ସବୁକିଛି ଚାଲିଛି।

Advertisment

ଆଜିକାଲି ଯୁଗରେ କେହି କାହାରିକୁ ବିଶ୍ୱାସ କରିନଥାନ୍ତି। କିନ୍ତୁ ମିଜୋରାମରେ ବିଶ୍ୱାସର ସହିତ ସେମାନେ ପ୍ରତ୍ୟେକ ଦିନ ଏଭଳି ଭାବେ ଦୋକାନ ଖୋଲିଥାନ୍ତି। ଦୋକାନୀ ମାଲିକ ମଧ୍ୟ ଲୋକମାନଙ୍କର ଆବଶ୍ୟକ ଅନୁଯାୟୀ ସାମଗ୍ରୀ ଦୋକାନରେ ରଖିଥାନ୍ତି। ଲୋକମାନେ ମଧ୍ୟ ବିଶ୍ୱାସର ସହିତ ନିଜର ଯେତିକି ଆବଶ୍ୟକ ସାମଗ୍ରୀ ନେଇ ତା’ର ଟଙ୍କାକୁ ସେଠାରେ ଥିବା ବାକ୍ସ ମଧ୍ୟରେ ରଖି ଆସନ୍ତି।

ସୋସିଆଲ ମିଡିଆରେ ଏହି ଟୁଇଟ୍‌ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। ଏହି ଟୁଇଟ୍‌ରେ ଲୋକମାନେ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ