Advertisment

ଏହି ମନ୍ଦିରରେ କେବଳ ମହିଳାମାନେ କରନ୍ତି ପୂଜା

ନୂଆଦିଲ୍ଲୀ: ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠିକୁ ମହିଳାମାନେ ଯାଇପାରବେ ନାହିଁ। ଏମିତି ବି କିଛି ମନ୍ଦିର ଅଛି ସେଠାକୁ ପୁରୁଷମାନେ ମଧ୍ୟ ଯାଇପାରିବେ ନାହିଁ। କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛି, ଯେଉଁଠି ମହିଳାମାନେ ଭଗବାନଙ୍କୁ ପୂଜା କରିଥାନ୍ତି। ଏହି ମନ୍ଦିର ହେଉଛି ଦେଶର ଏକମାତ୍ର ମନ୍ଦିର ,ଯେଉଁଠାରେ ମହିଳାମାନେ ପୂଜା କରିଥାନ୍ତି। ଏହି ମନ୍ଦିରଟି ଉତ୍ତରପ୍ରଦେଶର ଫୁନାଲ୍‌ନାରାୟଣ ମନ୍ଦିର। ଏହି ମନ୍ଦିରରେ ଅନେକ ରୋଚକ ରହସ୍ୟ […]

ଅଦ୍ୟତନ ହୋଇଛି
ଏହି ମନ୍ଦିରରେ କେବଳ ମହିଳାମାନେ କରନ୍ତି ପୂଜା

bhabagan

Advertisment

ନୂଆଦିଲ୍ଲୀ: ଆମ ଦେଶରେ ଏମିତି କିଛି ମନ୍ଦିର ଅଛି ଯେଉଁଠିକୁ ମହିଳାମାନେ ଯାଇପାରବେ ନାହିଁ। ଏମିତି ବି କିଛି ମନ୍ଦିର ଅଛି ସେଠାକୁ ପୁରୁଷମାନେ ମଧ୍ୟ ଯାଇପାରିବେ ନାହିଁ। କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛି, ଯେଉଁଠି ମହିଳାମାନେ ଭଗବାନଙ୍କୁ ପୂଜା କରିଥାନ୍ତି। ଏହି ମନ୍ଦିର ହେଉଛି ଦେଶର ଏକମାତ୍ର ମନ୍ଦିର ,ଯେଉଁଠାରେ ମହିଳାମାନେ ପୂଜା କରିଥାନ୍ତି। ଏହି ମନ୍ଦିରଟି ଉତ୍ତରପ୍ରଦେଶର ଫୁନାଲ୍‌ନାରାୟଣ ମନ୍ଦିର। ଏହି ମନ୍ଦିରରେ ଅନେକ ରୋଚକ ରହସ୍ୟ ଲୁଚି ରହିଛି।

Advertisment

ଖବର ଅନୁଯାୟୀ, ମନ୍ଦିରଟି ଉତ୍ତରପ୍ରଦେଶର ଚାମୋଲି-ଗରୱାଲ ଜିଲ୍ଲାରେ ଅବସ୍ଥିତ। ପ୍ରତିବର୍ଷ ଶ୍ରାବଣ ମାସର ଏହି ମନ୍ଦିରର ଦ୍ୱାର ଖୋଲାଯାଏ। ପ୍ରତିବର୍ଷ ମନ୍ଦିର ଖୋଲିବା ପୂର୍ବରୁ ଜଣେ ପୁରୁଷ ପୂଜାରୀଙ୍କ ସହିତ ଜଣେ ମହିଳା ପୂଜାରୀଙ୍କୁ ନିୟୋଜିତ କରାଯାଇଥାଏ। ତା’ପରେ ଭଗବାନ ନାରାୟଣଙ୍କୁ ଦେଢ଼ ମାସ ପର୍ଯ୍ୟନ୍ତ ଫୁଲରେ ସଜା ଯାଇଥାଏ। ମନ୍ଦିରରେ ଏଭଳି ଅନନ୍ୟ ପରମ୍ପରାକୁ ବର୍ଷ ବର୍ଷ ଧରି କରାଯାଉଛି।

ଏହି ମନ୍ଦିରର କବାଟ ଶ୍ରାବଣ ମାସର ସଂକ୍ରାନ୍ତିରେ ଖୋଲାଯାଇଥାଏ। ଦେଢ଼ ମାସେ ପ୍ରଭୁ ନାରାୟଣଙ୍କୁ ପୂଜା କରିବା ପରେ ଜନ୍ମାଷ୍ଟମୀରେ ପୁଣି ମନ୍ଦିରର ଦ୍ୱାରକୁ ବର୍ଷେ ପର୍ଯ୍ୟନ୍ତ ବନ୍ଦ କରାଯାଇଥାଏ। ଏନେଇ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦେଢ଼ମାସ ପର୍ଯ୍ୟନ୍ତ ମନ୍ଦିରର ଭଗବାନଙ୍କୁ ମହିଳାମାନେ ଫୁଲରେ ସଜେଇଥାନ୍ତି। ଦ୍ୱାରକୁ ଖୋଲିବା ପରେ ଦୁଗ୍ଧ, ଦହି ଇତ୍ୟାଦି ଭଗବାନଙ୍କ ପାଖରେ  ଭୋଗ ଲଗାଯାଇଥାଏ।

Advertisment

ସ୍ଥାନୀୟ ଲୋକମାନେ ଆହୁରି କହିଛନ୍ତି ଯେ ମନ୍ଦିରଟି ଯେତେଦିନ ପର୍ଯ୍ୟନ୍ତ ଖୋଲା ରହିବ, ସେତେଦିନ ପର୍ଯ୍ୟନ୍ତ ଗାଁରେ କ୍ଷୀର ଦେଉଥିବା ଗାଇମାନଙ୍କର ସବୁ କ୍ଷୀର ଭଗବାନଙ୍କ ପାଖରେ ଲଗାଯାଇଥାଏ।

ଏହି ମନ୍ଦିରକୁ ମହିଳାମାନେ କ’ଣ ପାଇଁ ପୂଜା କରନ୍ତି ତାହାର ଏକ ପୌରାଣିକ କିମ୍ୱଦନ୍ତୀ ରହିଛି। ଲୋକକଥା ଅନୁଯାୟୀ, ଥରେ ସ୍ୱର୍ଗୀୟ ଅପସରା ଉର୍ବଶୀ ଉର୍ଗାମ ଘାଟିକୁ ଫୁଲ ତୋଳିବାକୁ ଆସିଥିଲେ। ତା’ପରେ ସେ ଦେଖିଲେ ଭଗବାନ ବିଷ୍ଣୁ ଏଠାରେ ବିରାଜମାନ କରିଛନ୍ତି। ଭଗବାନ ବିଷ୍ଣୁଙ୍କୁ ଦେଖିବା ମାତ୍ରେ ଉର୍ବଶୀ ସେଠାରୁ ବିଭିନ୍ନ ରଙ୍ଗ ବିରଙ୍ଗର ଫୁଲ ଆଣି ପ୍ରଭୁଙ୍କୁ ପୂଜା କରିଥିଲେ ଏବଂ ଫୁଲରେ ବିଷ୍ଣୁଙ୍କୁ ସଜାଇଥିଲେ। ସେହିଦିନ ଠାରୁ ମହିଳାମାନେ ଭଗବାନ ବିଷ୍ଣୁଙ୍କୁ ବିଭିନ୍ନ ଫୁଲରେ ସଜାଇଥାନ୍ତି ବୋଲି ବିଶ୍ୱାସ ରହି ଆସିଛି। ସେବେ ଠାରୁ ଆଜି ପର୍ଯ୍ୟନ୍ତ ଏହି ପରମ୍ପରା ଜାରି ରହିଛି।

Advertisment

ଗତ ବର୍ଷ ଏହି ମନ୍ଦିରର ଦ୍ୱାର ଜୁଲାଇ ୧୭ରେ ଖୋଲା ଯାଇଥିଲା। କିନ୍ତୁ ଚଳିତ ବର୍ଷ କରୋନା ସଙ୍କଟ ଯୋଗୁ ମନ୍ଦିରଟି ଖୋଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ