Advertisment

ଜାଣନ୍ତୁ, ରାମନବମୀର ବିଶେଷ ମହତ୍ୱ

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀରେ ରାମନବମୀ ପାଳନ କରାଯାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ, ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ତ୍ରେତୟାଯୁଗରେ ରାବଣର ଅତ୍ୟାଚାରର ସବୁ ଦିନ ପାଇଁ ଅନ୍ତ ଘଟାଇବା ପାଇଁ ତଥା ଧର୍ମର ପୁନଃ ସ୍ଥାପନ ପାଇଁ ଭଗବାନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଲପକ୍ଷ ନବମୀରେ ପୁନର୍ବସୁ ନକ୍ଷତ୍ର ତଥା କର୍କଟ ଲଗ୍ନରେ ରାଜା ଦଶରଥଙ୍କ ଘରେ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଚଳିତ […]

ଜାଣନ୍ତୁ, ରାମନବମୀର ବିଶେଷ ମହତ୍ୱ

lord ram

Advertisment

ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀରେ ରାମନବମୀ ପାଳନ କରାଯାଏ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ, ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ତ୍ରେତୟାଯୁଗରେ ରାବଣର ଅତ୍ୟାଚାରର ସବୁ ଦିନ ପାଇଁ ଅନ୍ତ ଘଟାଇବା ପାଇଁ ତଥା ଧର୍ମର ପୁନଃ ସ୍ଥାପନ ପାଇଁ ଭଗବାନ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ। ଚୈତ୍ର ଶୁକ୍ଲପକ୍ଷ ନବମୀରେ ପୁନର୍ବସୁ ନକ୍ଷତ୍ର ତଥା କର୍କଟ ଲଗ୍ନରେ ରାଜା ଦଶରଥଙ୍କ ଘରେ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ। ଚଳିତ ବର୍ଷ ଏପ୍ରିଲ ୨୧ରେ ରାମନବମୀ ପାଳନ କରାଯିବ।

Advertisment

ରାମନବମୀର ଶୁଭ ମୂହୁର୍ତ୍ତ...

  • ନବମୀ ତିଥି ଆରମ୍ଭ: ୨୦୨୧, ଏପ୍ରିଲ ୨୧, ବୁଧବାର ରାତି ୧୨ଟା ୪୩ ମିନିଟ୍‌ରୁ
  • ନବମୀ ତିଥି ସମାପ୍ତ: ଏପ୍ରିଲ ୨୨, ଗୁରୁବାର ରାତି ୧୨ଟା ୩୫ ମିନିଟ୍‌ ପର୍ଯ୍ୟନ୍ତ

ନବମୀ ପୂଜା ଶୁଭ ମୂହୁର୍ତ୍ତ- ପୂର୍ବାହ୍ନ ୧୧.୦୨ରୁ ମଧ୍ୟାହ୍ନ ୧.୩୮ ମର୍ଯ୍ୟନ୍ତ। ମୋଟ ପୂଜା ସମୟ ଦୁଇ ଘଣ୍ଟା ୩୬ ମିନିଟ୍‌।

Advertisment

ରାମନବମୀର ମହତ୍ୱ....

  • ହିନ୍ଦୁ ଧର୍ମରେ ପବିତ୍ର ରାମ ନବମୀ ପର୍ବ ବିଶେଷ ମହତ୍ୱ ରଖିଥାଏ। ଏହି ଦିନକୁ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ଭାବେ ପାଳନ କରାଯାଏ।
  • ବିଶ୍ୱାସ କରାଯାଏ ଯେ, ଏହି ଦିନ ଭଗବାନ ବିଷ୍ଣୁଙ୍କ ଅବତାର ପ୍ରଭୁ ଶ୍ରୀରାମଙ୍କ ବିଧିପୂର୍ବକ ଭାବେ ପୂଜା କଲେ ଶ୍ରଦ୍ଧାଳୁଙ୍କ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। ଏହାସହ ସମସ୍ତ ଦୁଃଖ କଷ୍ଟ ମଧ୍ୟ ଦୂର ହୋଇଯାଏ।
  • ରାମନବମୀ ଏଥିପାଇଁ ମଧ୍ୟ ଖାସ୍‌ ଯେ, ଏହି ଦିନ ନବରାତ୍ରିର ସମାପ୍ତ ହୋଇଥାଏ। ଏଥିପାଇଁ ଏହି ଦିନକୁ ମହା ନବମୀ ଭାବେ ମଧ୍ୟ ପାଳନ କରାଯାଏ।
  • ରାମନବମୀ ଦିନ ପ୍ରଭୁ ଶ୍ରୀରାମଙ୍କ ସହ ମା’ ଦୁର୍ଗାଙ୍କୁ ମଧ୍ୟ ପୂଜା କରାଯାଏ।

ବିଶ୍ୱାସ କରାଯାଏ ଯେ, ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା ପାଇଁ ରାମନବମୀ ଦିନ ବ୍ରତ ରଖାଯାଇଥାଏ। ଏହି ଦିନ ଶ୍ରୀରାମରକ୍ଷା ଶ୍ଲୋକ ପାଠ କରାଯାଏ।

Advertisment
Ram Navami 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ