Advertisment

୩୦୦ଟଙ୍କାରୁ କମ୍‌ରେ ପ୍ରତିଦିନ ୨ଜିବିର ଭଲ ଡାଟା ପ୍ଲାନ୍‌, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ : ଟେଲିକମ୍‌ କଂପାନୀଗୁଡ଼ିକ ନିକଟରେ ନୂଆ ତାରିଫ୍‌ ପ୍ଲାନ୍‌ ଆଣିଛନ୍ତି । ଯାହା କି ପୂର୍ବର ପ୍ଲାନ୍‌ ଅପେକ୍ଷା ମହଙ୍ଗା । ବର୍ତ୍ତମାନ ସମୟରେ ଏୟାରଟେଲ୍‌, ଭୋଡ଼ାଫୋନ୍‌-ଆଇଡ଼ିଆ,ନିଜର ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ କଲିଂର ଫାଇଦା ଗ୍ରାହକଙ୍କୁ ଦେଉଛନ୍ତି । କିନ୍ତୁ ରିଲାଏନ୍ସ ଜିଓ ନିଜର ପ୍ଲାନ୍‌ରେ ଗ୍ରାହକଙ୍କୁ ଜିଓ -ଟୁ –ଜିଓ ଫ୍ରି ଭଏସ୍‌ କଲିଂର ଫାଇଦା ଦେଉଛି । ଅନ୍ୟ ନେଟୱର୍କକୁ କଲ୍‌ ପାଇଁ ନନ୍‌ଜିଓ FUP ମିନିଟ୍‌ସ ଦେଇଛି କଂପାନୀ । ଆମେ ଆପଣଙ୍କୁ […]

୩୦୦ଟଙ୍କାରୁ କମ୍‌ରେ ପ୍ରତିଦିନ ୨ଜିବିର ଭଲ ଡାଟା ପ୍ଲାନ୍‌, ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

data plan

Advertisment

ନୂଆଦିଲ୍ଲୀ : ଟେଲିକମ୍‌ କଂପାନୀଗୁଡ଼ିକ ନିକଟରେ ନୂଆ ତାରିଫ୍‌ ପ୍ଲାନ୍‌ ଆଣିଛନ୍ତି । ଯାହା କି ପୂର୍ବର ପ୍ଲାନ୍‌ ଅପେକ୍ଷା ମହଙ୍ଗା । ବର୍ତ୍ତମାନ ସମୟରେ ଏୟାରଟେଲ୍‌, ଭୋଡ଼ାଫୋନ୍‌-ଆଇଡ଼ିଆ,ନିଜର ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ କଲିଂର ଫାଇଦା ଗ୍ରାହକଙ୍କୁ ଦେଉଛନ୍ତି । କିନ୍ତୁ ରିଲାଏନ୍ସ ଜିଓ ନିଜର ପ୍ଲାନ୍‌ରେ ଗ୍ରାହକଙ୍କୁ ଜିଓ -ଟୁ –ଜିଓ ଫ୍ରି ଭଏସ୍‌ କଲିଂର ଫାଇଦା ଦେଉଛି । ଅନ୍ୟ ନେଟୱର୍କକୁ କଲ୍‌ ପାଇଁ ନନ୍‌ଜିଓ FUP ମିନିଟ୍‌ସ ଦେଇଛି କଂପାନୀ ।

Advertisment

ଆମେ ଆପଣଙ୍କୁ ଏଠାରେ ଏମିତି କିଛି ପ୍ଲାନ୍‌ ବିଷୟରେ ସୂଚନା ଦେବୁ ଯାହାକି ୩୦୦ଟଙ୍କାରୁ କମ୍‌ ଦାମ୍‌ରେ ଆପଣ ୨ଜିବି ଡାଟା ଓ ଅନେକ ସୁବିଧା ପାଇପାରିବେ । ଆସନ୍ତୁ ଜାଣିବା ଏହି ପ୍ଲାନ୍‌ ବିଷୟରେ –

publive-imageଏୟାରଟେଲ୍‌ର ୨୯୮ଟଙ୍କିଆ ପ୍ଲାନ୍‌ -

ଏୟାରଟେଲ୍‌ର ୨୯୮ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିବ । ଏହି ପ୍ଲାନ୍‌ର ସମୟ ଅବଧି ୨୮ ଦିନ । ଗ୍ରାହକଙ୍କୁ ସମୁଦାୟ ୫୬ଜିବି ଡାଟାର ସୁବିଧା ମିଳିବ । ଏୟାରଟେଲ୍‌ର ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂର ସୁବିଧା ବି ମିଳିବ । ଅର୍ଥାତ୍ ଯେକୌଣସି ନମ୍ୱରକୁ ଫ୍ରି କଲିଂର ସୁବିଧା ପାଇପାରିବେ । ଏହି ପ୍ଲାନ୍‌ରେ ପ୍ରତିଦିନ ୧୦୦ SMS ପଠାଇପାରିବେ।

Advertisment

ଭୋଡ଼ାଫୋନ୍‌-ଆଇଡିଆର ପ୍ରତିଦିନଇ ଡାଟା ପ୍ଲାନ୍‌ -

ଭୋଡାଫୋନ୍‌ର ୨୯୯ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତିଦିନ ୨ଜିବି ଡାଟା ମିଳିବ । ଏହି ପ୍ଲାନ୍‌ର ଭାଲିଡିଟି ୨୮ ଦିନ ମଧ୍ୟ ଅଟେ । ଅର୍ଥାତ୍‌ ଗ୍ରାହକକୁ ସମୁଦାୟ ୫୬ ଜିବି ଡାଟା ମିଳିଥାଏ ।  ଭୋଡ଼ାଫୋନ୍‌ର ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରଦିଦିନ ୧୦୦ SMS ପଠାଇବାର ସୁବିଧା ରହିଛି । ଗ୍ରାହକ ମଧ୍ୟ ଏହି ପ୍ଲାନ୍‌ରେ ଅନ୍‌ଲିମିଟେଡ୍‌ କଲିଂର ସୁବିଧା ପାଇପାରିବେ । ଗ୍ରାହକ ଯେକୌଣସି ନେଟ୍‌ୱର୍କକୁ ମାଗଣା ଲୋକଲ୍‌ ଓ ଇଣ୍ଟରନ୍ୟାସନ୍ୟାଲ୍‌ କଲ୍‌ କରିପାରିବେ ।

ରିଲିଏନ୍ସ ଜିଏର ୨୪୯ ଟଙ୍କିଆ ପ୍ଲାନ୍‌ -

ଯଦି ୨ଜିବି ଡାଟା କଥା କହିବା ତ ଅନ୍ୟ କଂପାନୀଙ୍କ ତୁଳନାରେ ରିଲିଏନ୍ସ ଜିଓର ପ୍ଲାନ୍‌ ବହୁତ ଭଲ । ବର୍ତ୍ତମାନ ରିଲିଏନ୍ସ ଜିଓର ପ୍ଲାନ୍‌ରେ ପୂର୍ବଭଳି ଅନ୍‌ଲିମିଟେଡ୍‌ ଭଏସ୍‌ କଲିଂର ସୁବିଧା ମିଳୁନାହିଁ । ହେଲେ ଜିଓ –ଟୁ ଜିଓ କଲିଂର ଫ୍ରି ସୁବିଧା ମିଳୁଛି ।  ଅନ୍ୟ ନେଟ୍‌ୱର୍କର ନମ୍ୱରକୁ କଲ୍‌ କରିବାକୁ ହେଲେ ପ୍ଲାନ୍‌ରେ ୧୦୦୦FUP ମିନିଟ୍‌ ଦିଆଯାଇଛି । ଏହି ପ୍ଲାନ୍‌ର ସମୟ ଅବଧି ୨୮ ଦିନ ଅଟେ । ଅର୍ଥାତ୍‌ ଗ୍ରାହକଙ୍କୁ ୫୬ ଜିବି ଡାଟା ମିଳିଥାଏ ।  ପ୍ଲାନ୍‌ରେ ପ୍ରତିଦିନ ୧୦୦ SMS ପଠାଇବାର ସୁବିଧା ମିଳିଥାଏ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ