ପ୍ରଣବ ମୁଖାର୍ଜୀ
ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ଦୀର୍ଘ ୫ ଦଶନ୍ଧି ଧରି ସକ୍ରିୟ ରହିଥିବା ପ୍ରଣବ ମୁଖାର୍ଜୀଙ୍କର ଆଜି ପରଲୋକ ହୋଇଛି। ଅଗଷ୍ଟ ୧୦ରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରଣବ ମୁଖାର୍ଜୀ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପୁଅ ପ୍ରଥମେ ସୂଚନା ଦେଇଛନ୍ତି।
ଆସନ୍ତୁ ଜାଣିବା ପ୍ରଣବ ଦା’ଙ୍କ ପୂରା ଜୀବନୀ:
- ୧୯୩୫ ମସିହା ଡିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ଏକ ଛୋଟିଆ ଗାଁ ମିରାଟିରେ ଥିବା ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପ୍ରଣବ ଦା’।
- ତାଙ୍କ ବାପା ନାମ କଦମ କିଙ୍କର ମୁଖାର୍ଜୀ ଓ ମା’ଙ୍କ ନାଁ ରାଜଲକ୍ଷ୍ମୀ।
- ପ୍ରଣବ ଦା' କଲିକତା ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ଏବଂ ଆଇନ ଡିଗ୍ରୀ ହାସଲ କରିଛନ୍ତି।
- ତେବେ ସେ ପ୍ରଥମେ କଲିକତାର ଡେପୁଟି ଆକାଉଣ୍ଟାଣ୍ଟ ଜେନେରାଲରେ ଜଣେ କିରାଣି ଭାବେ କାମ କରୁଥିଲେ। ପରେ ସେ କଲିକତା ସ୍ଥିତ ଇଣ୍ଡିଆନ୍ ଷ୍ଟାଟିଷ୍ଟିକାଲ୍ ଇନଷ୍ଟିଚ୍ୟୁଟର ଅଧକ୍ଷ ଭାବେ ନିଯୁକ୍ତି ପାଇଥିଲେ। ସେ ସାମ୍ବାଦିକତା ଓ ଓକିଲାତିକୁ କିଛିଦିନ ପାଇଁ ନିଜର ପେସା ରୂପେ ଆପଣାଇଥିଲେ।
ତାଙ୍କ ବାପା କଦମ କିଙ୍କର ଜଣେ ସ୍ୱାଧୀନତା ସଂଗ୍ରାମୀ। ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ବିଧାନସଭା ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏହାସହିତ ସେ ବୀରଭୂମି ଜିଲ୍ଲାର କଂଗ୍ରେସ କମିଟିର ସଭାପତି ଥିଲେ। ୧୯୫୭ରେ ଶୁଭ୍ରା ମୁଖାର୍ଜୀଙ୍କ ସହିତ ତାଙ୍କର ବିବାହ ହେଇଥିଲା। ତାଙ୍କର ଦୁଇ ପୁତ୍ର ଇନ୍ଦ୍ରଜିତ ଓ ଅଭିଜିତ ଏବଂ ଝିଅ ଶର୍ମିଷ୍ଠା ରହିଛନ୍ତି। ଅଭିଜିତ ଏବେ ପଶ୍ଚିମବଙ୍ଗର କଂଗ୍ରେସ ବିଧାୟକ ଅଛନ୍ତି। ଶର୍ମିଷ୍ଠା ଜଣେ କଥକ ନୃତ୍ୟାଙ୍ଗନା।
/odishatv-khabar/media/post_attachments/wp-content/uploads/2018/05/flickr-696x522.jpg)
୧୯୬୯ରେ ପ୍ରଣବ ଦା’ ନିଜର ରାଜନୀତିକ ଇନିଂସ ଆରମ୍ଭ କରିଥିଲେ। ସେହି ବର୍ଷ ଇନ୍ଦିରା ଗାନ୍ଧି ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ। ପରେ ସେ ୧୯୭୫, ୧୯୮୧, ୧୯୯୩ ଓ ୧୯୯୯ ମସିହାରେ ରାଜ୍ୟସଭାକୁ ପୁଣି ନିର୍ବାଚିତ ହେଇଥିଲେ। ୧୯୭୩ରେ ଇନ୍ଦିରାଙ୍କ କ୍ୟାବିନେଟରେ ତାଙ୍କୁ ଶିଳ୍ପ ବିକାଶ ରାଷ୍ଟ୍ରମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ୧୯୮୨ରୁ ୧୯୮୪ ପର୍ଯ୍ୟନ୍ତ ସେ ପ୍ରଥମଥର ଦେଶର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହି ସମୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଭାବେ ଡ. ମନମୋହନ ସିଂହଙ୍କ ନିଯୁକ୍ତି ପତ୍ରରେ ପ୍ରଣବ ଅର୍ଥମନ୍ତ୍ରୀ ଭାବେ ଦସ୍ତଖତ କରିଥିଲେ।। ଅର୍ଥାତ ମନମୋହନ ସିଂହଙ୍କୁ ପ୍ରଣବ ଦା’ ହିଁ ଆରବିଆଇ ଗଭର୍ଣ୍ଣର କରିଥିଲେ।
/odishatv-khabar/media/post_attachments/2018/06/pranab-mukherjee-1.jpg)
ଇନ୍ଦିରା ଗାନ୍ଧିଙ୍କ ମୃତ୍ୟୁ ପରେ ରାଜୀବ ଗାନ୍ଧିଙ୍କ ସହ ମତାନ୍ତର ସୃଷ୍ଟି ହେବାରୁ ସେ କଂଗ୍ରେସରୁ ଓହରିଯାଇଥିଲେ। ସେ ସମୟରେ ସେ ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ ନାଁରେ ସେ ନିଜର ଏକ ଦଳ ଗଠନ କରିଥିଲେ। ମାତ୍ର କିଛି ଦିନ ପରେ ରାଜୀବ ଗାନ୍ଧିଙ୍କ ସହ ସେ ବୁଝାମଣା କରି କଂଗ୍ରେସରେ ସାମିଲ ହେଇଥିଲେ। ପିଭି ନରସିଂହ ରାଓଙ୍କ ସରକାରରେ ପ୍ରଣବଙ୍କୁ ଭାରତୀୟ ଯୋଜନା କମିଶନର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବା ସହ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା। ୧୯୯୫ରେ ସେ ପ୍ରଥମ ଥର ପାଇଁ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।
/odishatv-khabar/media/post_attachments/vi/KYdI9dYW-as/maxresdefault.jpg)
ପ୍ରଣବ ମୁଖାର୍ଜୀଙ୍କ ପାଇଁ ସୋନିଆ ଗାନ୍ଧି ରାଜନୀତିକୁ ଆସିଥିଲେ ବୋଲି କୁହାଯାଏ। ସୋନିଆ କଂଗ୍ରେସ ଅଧ୍ୟକ୍ଷ ହେବାପରେ ୧୯୯୮-୧୯୯୯ ପର୍ଯ୍ୟନ୍ତ ପ୍ରଣବଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଥିଲେ। ୨୦୦୦ ମସିହାରେ ସେ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ। ୨୦୦୪ ମସିହା ସାଧାରଣ ନିର୍ବାଚନରେ ସେ ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ସେ ପଶ୍ଚିମବଙ୍ଗର ଜାଙ୍ଗିପୁରରୁ ଲୋକସଭାକୁ ଯାଇଥିଲେ। ୨୦୦୯ରେ ସେ ପୁଣି ଏହି ଆସନରୁ ନିର୍ବାଚିତ ହୋଇ ଦ୍ୱିତୀୟଥର ଲୋକସଭାକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାରରେ ସେ ପ୍ରତିରକ୍ଷା, ଅର୍ଥ ଓ ବୈଦେଶିକ ବ୍ୟାପର ମନ୍ତ୍ରୀ ହୋଇଥିଲେ।
୨୦୦୮ରେ ତାଙ୍କୁ ପଦ୍ମ ବିଭୂଷଣ ଓ ୨୦୧୯ରେ ତାଙ୍କୁ 'ଭାରତ ରତ୍ନ'ରେ ସମ୍ମାନିତ କରାଯାଇଥିଲା। ୨୦୧୨ରେ ସେ ପିଏ ସାଙ୍ଗମାଙ୍କୁ ହରାଇ ରାଷ୍ଟ୍ରପତି ହୋଇଥିଲେ। ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପ୍ରଣବ ଦା’ ନମ୍ବର-୨ ରହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pranab-da-1_1625373138.jpg)