Advertisment

ଭୁଲ୍‌ ରାସ୍ତାରେ ଗଲା ପୁଅ, ହାତୀ ହେଲା ସମ୍ପତ୍ତିର ମାଲିକ

ପାଟନା: ଗତ କିଛି ଦିନ ପୂର୍ବରୁ କେରଳର ଗର୍ଭିଣୀ ହାତୀ ମୃତ୍ୟୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।  ହାତୀଟି ଏକ ସପୁରୀ ଖାଇଥିଲା ଯେଉଁ ସପୁରୀରେ ବାଣ ଭର୍ତ୍ତି କରାଯାଇ ରଖା ଯାଇଥିଲା । ହାତୀଟି ଏହି ସପୁରୀଟି ଖାଇବା ପରେ ଏହା ତା’ର ପାଟି ଭିତରେ ଫାଟି ଯାଇଥିଲା ଯେଉଁ କାରଣରୁ ହାତୀର ମୃତ୍ୟୁ ଘଟିଥିଲା । ଉତ୍ତର କେରଳର ମଲ୍ଲପୁରମ ଜିଲ୍ଲାର ଜଣେ ବନ ଅଧିକାରୀଙ୍କ ଦ୍ୱାରା ସୋଶାଲ ମିଡିଆରେ ଶେୟାର ହେବା […]

ଭୁଲ୍‌ ରାସ୍ତାରେ ଗଲା ପୁଅ, ହାତୀ ହେଲା ସମ୍ପତ୍ତିର ମାଲିକ

elephant

Advertisment

ପାଟନା: ଗତ କିଛି ଦିନ ପୂର୍ବରୁ କେରଳର ଗର୍ଭିଣୀ ହାତୀ ମୃତ୍ୟୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।  ହାତୀଟି ଏକ ସପୁରୀ ଖାଇଥିଲା ଯେଉଁ ସପୁରୀରେ ବାଣ ଭର୍ତ୍ତି କରାଯାଇ ରଖା ଯାଇଥିଲା । ହାତୀଟି ଏହି ସପୁରୀଟି ଖାଇବା ପରେ ଏହା ତା’ର ପାଟି ଭିତରେ ଫାଟି ଯାଇଥିଲା ଯେଉଁ କାରଣରୁ ହାତୀର ମୃତ୍ୟୁ ଘଟିଥିଲା । ଉତ୍ତର କେରଳର ମଲ୍ଲପୁରମ ଜିଲ୍ଲାର ଜଣେ ବନ ଅଧିକାରୀଙ୍କ ଦ୍ୱାରା ସୋଶାଲ ମିଡିଆରେ ଶେୟାର ହେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ମାନବ ଧର୍ମରେ ବିଶ୍ୱାସ କରୁଥିବା ଲୋକମାନେ ଏହି ଘଟଣାକୁ ଦେଖି ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ। କିନ୍ତୁ ପାଟଣାର ଦାନାପୁରର ଜାନିପୁରରୁ ଏଭଳି ଏକ ଖବର ଆସିଛି, ଯାହା ମାନବିକତାର ଉଦାହରଣ ସୃଷ୍ଟି କରିଛି।

Advertisment

ଗୋଟେପଟେ ଅନେକ ଲୋକ ହାତୀକୁ ମାରି ତାହାର ଛାଲ ଓ ଦାନ୍ତ ଚୋରା ଚାଲାଣ କରି ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ରହିଥାନ୍ତି।  ଅନ୍ୟପଟେ ପାଟନା ଜାନିପୁରର ଅଖତର ଇମାମ ନାମକ ଜଣେ ବ୍ୟକ୍ତି ତାଙ୍କର ୫କୋଟି ମୂଲ୍ୟର ସମ୍ପତ୍ତି ରଖିଥିବା ଦୁଇଟି ହାତୀ ମୋତି ଓ ରାନୀଙ୍କ ନାଁରେ ଲେଖି ଦେଇଛନ୍ତି।

ଅଖତରଙ୍କ କହିବା ଅନୁଯାୟୀ, ତାଙ୍କ ପୁଅ ଭୁଲ୍‌ ପଥରେ ଯାଇଥିଲା। ତେଣୁ ତାକୁ ସମ୍ପତ୍ତିରୁ କିଛି ଦେଇନଥିଲେ। ଅର୍ଦ୍ଧେକ ସମ୍ପତ୍ତି ସେ ପତ୍ନୀଙ୍କ ନାଁରେ ଓ ତାଙ୍କ ନାଁରେ ଥିବା ସମ୍ପତ୍ତି ହାତୀମାନଙ୍କୁ ଦେଇଛନ୍ତି। ଏନେଇ ଅଖତର ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଯାଇ ସେ ଉଭୟ ହାତୀଙ୍କ ନାଁରେ ଡକ୍ୟୁମେଣ୍ଟ ମଧ୍ୟ କରିଦେଇଛନ୍ତି।

Advertisment

ଅଖତର ଇମାମ କହିଛନ୍ତି,  ମୁଁ ଦୁଇ ହାତୀଙ୍କ ନାଁରେ ୫କୋଟିର ସମ୍ପତ୍ତି କରିସାରିଛି। ଏହା ପରେ ଯଦି ଆମ ସହିତ କିଛି ବି ଅଘଟଣ ଘଟେ, ତେବେ ୫କୋଟି ସମ୍ପତ୍ତି ହାତୀଙ୍କ ନାଁରେ ରହିବ। ଯାହାଫଳରେ ଦୁଇହାତୀ ସୁରକ୍ଷିତ ରହିବା ସହ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ।

ଅଖତରଙ୍କ ଏପରି ହାତୀ ପ୍ରେମକୁ ଦେଖି ଲୋକେ ତାଙ୍କୁ ହାତୀ ନାଁରେ ମଧ୍ୟ ଡାକିଥାନ୍ତି। ପ୍ରକୃତରେ  ଅଖତରଙ୍କ ପାଇଁ ହାତୀ ଦୁହେଁ ସବୁକିଛି। ଅଖତର ଐରାବତ ସଂସ୍ଥାର ମୁଖ୍ୟ ପରିଚାଳକ ମଧ୍ୟ ଅଟନ୍ତି। ତାଙ୍କର ଜୀବନ ସମ୍ପୂର୍ଣ୍ଣ ରୂପେ ସେ ହାତୀମାନଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି।

Advertisment

ଅଖତର ଇମାମ କହିଛନ୍ତି,  ଥରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା। ସେହି ସମୟରେ ଦୁଇ ହାତୀ ମୋତେ ରକ୍ଷା କରିଥିଲେ। ଥରେ ଜଣେ ଚୋର ହାତରେ ବନ୍ଧୁକ ଧରି ଆମ ଘର ଆଡକୁ ଆସୁଥିଲା। ସେତେବେଳେ ହାତୀଟି ଚୋରକୁ ଦେଖି ଗର୍ଜନ କରିଥିଲା, ଯାହାଫଳରେ ମୋର ନିଦ ଭାଙ୍ଗିଯାଇଥିଲା। ମୁଁ ମଧ୍ୟ ଘର ଭିତରୁ ପାଟି କରିଥିଲି। ତା’ପରେ ପାଟି ଶୁଣି ଚୋର ସେଠାରୁ ପଳାଇଥିଲା। ସେ କହିଛନ୍ତି ଯେ ଯଦି ହାତୀ ମୃତ୍ୟୁବରଣ କରନ୍ତି ତେବେ ମୋ ପରିବାରର କୌଣସି ସଦସ୍ୟ ସମ୍ପତ୍ତିରୁ କିଛି ବି ପାଇବେ ନାହିଁ।

୫୦ବର୍ଷର ଅଖତର ଇମାମ ଗତ ୧୦ ବର୍ଷ ଧରି ତାଙ୍କ ପରିବାରଠୁ ଅଲଗା ରହୁଛନ୍ତି। ଅଖତର ୧୨ ବର୍ଷରୁ ହିଁ ହାତୀମାନଙ୍କର ସେବା କରିଆସୁଛନ୍ତି। ତାଙ୍କ ପୁଅ ମେରାଜ ଭୁଲ୍‌ ପଥରେ ଯିବାରୁ ଅଖତର ତାଙ୍କୁ ସମ୍ପତ୍ତିରୁ ବାହାର କରି ଦେଇଥିଲେ। ଅଧା ସମ୍ପତ୍ତି ତାଙ୍କ ପତ୍ନୀଙ୍କ ନାଁରେ ଓ ଅଧା ସମ୍ପତ୍ତି ପ୍ରାୟ ୫କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି, ଯେମିତି ଫାର୍ମହାଉସ୍‌, ଘର, ବ୍ୟାଙ୍କ ବାଲାନ୍ସ ଇତ୍ୟାଦି ଦୁଇ ହାତୀଙ୍କ ନାଁରେ କରିଛନ୍ତି। ଯଦି ଉଭୟ ହାତୀ ମୃତ୍ୟୁବରଣ କରନ୍ତି, ତେବେ ଏହି ସବୁ ସମ୍ପତ୍ତି ଐରାବତ ସଂଗଠନକୁ ଚାଲିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ