Advertisment

କୋଭିଡ କଟକଣା: ଝରକାରେ ଚଢ଼ି ମାଆର ଅନ୍ତିମ ବିଦାୟ ଦେଖିଲା ଅସହାୟ ପୁଅ

ପାଲେଷ୍ଟାଇନ୍: ଦୁନିଆରେ ମା’ଠାରୁ ବଡ଼ ଆଉ କିଛି ନାହିଁ। ମାଆ ଓ ପୁଅ ମଧ୍ୟରେ ଭଲପାଇବା ସମ୍ପର୍କ ସବୁଠାରୁ ନିଆରା। ଏମିକି ଏକ ଅଦ୍ଭୁତ ଭଲପାଇବା ପାଲେଷ୍ଟାଇନର ୱେଷ୍ଟବ୍ୟାଙ୍କ ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାକାର ବିଟ୍‌ ଆୱା ସହରରେ ଜଣେ ଯୁବକ ହସ୍ପିଟାଲର ଝରକା ଉପରେ ଚଢ଼ି ନିଜ ମାଆର ଅନ୍ତିମ ଦର୍ଶନ କରିଛି। ତେବେ କାହିଁକି ମା’ର ଅନ୍ତିମ ଦର୍ଶନରେ ପୁଅ ସାମିଲ୍ ହୋଇପାରିଲା ନାହିଁ, ଆସନ୍ତୁ ଜାଣିବା। ସାରା ଦୁନିଆରେ କରୋନାଭାଇରସ୍ ଦିନକୁ ଦିନକୁ […]

ଅଦ୍ୟତନ ହୋଇଛି
କୋଭିଡ କଟକଣା: ଝରକାରେ ଚଢ଼ି ମାଆର ଅନ୍ତିମ ବିଦାୟ ଦେଖିଲା ଅସହାୟ ପୁଅ

corona

Advertisment

ପାଲେଷ୍ଟାଇନ୍: ଦୁନିଆରେ ମା'ଠାରୁ ବଡ଼ ଆଉ କିଛି ନାହିଁ। ମାଆ ଓ ପୁଅ ମଧ୍ୟରେ ଭଲପାଇବା ସମ୍ପର୍କ ସବୁଠାରୁ ନିଆରା। ଏମିକି ଏକ ଅଦ୍ଭୁତ ଭଲପାଇବା ପାଲେଷ୍ଟାଇନର ୱେଷ୍ଟବ୍ୟାଙ୍କ ଅଞ୍ଚଳରେ ଦେଖିବାକୁ ମିଳିଛି। ସେଠାକାର ବିଟ୍‌ ଆୱା ସହରରେ ଜଣେ ଯୁବକ ହସ୍ପିଟାଲର ଝରକା ଉପରେ ଚଢ଼ି ନିଜ ମାଆର ଅନ୍ତିମ ଦର୍ଶନ କରିଛି। ତେବେ କାହିଁକି ମା'ର ଅନ୍ତିମ ଦର୍ଶନରେ ପୁଅ ସାମିଲ୍ ହୋଇପାରିଲା ନାହିଁ, ଆସନ୍ତୁ ଜାଣିବା।

Advertisment

ସାରା ଦୁନିଆରେ କରୋନାଭାଇରସ୍ ଦିନକୁ ଦିନକୁ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀରେ ଯୁବକଙ୍କ ମାଆ ମଧ୍ୟ ଆକ୍ରାନ୍ତଙ୍କ ଥିଲେ। ତାଙ୍କ ମାଆ ହେବ୍ରନ୍ ଷ୍ଟେଟ୍ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ। କରୋନା ଯୋଗୁ ଉଭୟ ମାଆ ଓ ପୁଅଙ୍କୁ ଅଲଗା ରଖାଯାଇଥିଲା। କିନ୍ତୁ ଗୁରୁବାର ସନ୍ଧ୍ୟାରେ ଯୁବକଟିର ମାଆଙ୍କର କରୋନାରେ ମୃତ୍ୟୁ ହୋଇଥିଲା।

https://twitter.com/mhdksafa/status/1284549287863627776?s=20

ଯେହେତୁ ମାଆ କରୋନାରେ ଆକ୍ରାନ୍ତ ଥିଲେ, ସେଥିପାଇଁ ପୁଅ ଚାହିଁକି ବି ତା' ମା'ର ଶେଷ ଦର୍ଶନ କରିପାରିଲା ନାହିଁ। ଫଳରେ ଯୁବକ ଜଣକ ହସ୍ପିଟାଲର ଝରକା ଉପରେ ଚଢ଼ି ନିଜ ମାଆର ଅନ୍ତିମ ଦର୍ଶନ କରିଥିଲା, ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏଭଳି ଫଟୋକୁ ଦେଖି ସୋସିଆଲ ମିଡିଆ ୟୁଜରମାନେ ଭାବପ୍ରବଣ ହୋଇପଡିଛନ୍ତି।

Advertisment

ଏ ନେଇ ସେହି ଯୁବକ ଜଣକ କହିଛନ୍ତି, 'ମୁଁ ଅସହାୟ ହୋଇ ଆଇସିୟୁର ଝରକାରେ ବସିଥିଲି ଏବଂ ମୋ ମାଆର ଅନ୍ତିମ ସମୟକୁ ଦେଖୁଥିଲି। ମାଆର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ଦେଖି ମୁଁ ଅନେକଥର ହସ୍ପିଟାଲ୍ ଭିତରକୁ ଯିବା ପାଇଁ ପ୍ରୟାସ କରିଛି, କିନ୍ତୁ ମୋତେ ଭିତରକୁ ଛଡ଼ାଯାଇ ନଥିଲା। ଏଥିପାଇଁ ମୁଁ ମୋ ମାଆଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ହସ୍ପିଟାଲ୍ ଝରକାରେ ଚଢ଼ିଥିଲି।' 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ