Advertisment

ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ...

ଝାଡ଼ଖଣ୍ଡ: କଥାରେ ଅଛି ରଖେ ହରି ତ ମାରେ କିଏ? ବେଳେବେଳେ ଏହି ପ୍ରବାଦ ବାସ୍ତବ ଜୀବନରେ ମଧ୍ୟ ଦେଖିବାକୁ ମିଳିଥାଏ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଲୋହର୍ଡାଗା ଜିଲ୍ଲାରେ । ଯେଉଁଠାରେ ଏକ ନବଜାତ ଶିଶୁକୁ ମାଟିତଳେ ଜୀବନ୍ତ ପୋତି ଦିଆଯାଇଥିଲା। ଖବର ଅନୁଯାୟୀ, ସମ୍ପୂର୍ଣ୍ଣ ଘଟଣାଟି ଲୋହରଡାଗାର କୁଡୁ ପୋଲିସ୍ ଷ୍ଟେସନ୍ ଅଞ୍ଚଳର। ଗତ ଶନିବାର ଦିନ ସନ୍ଧ୍ୟା ପ୍ରାୟ ସାତଟା ବେଳେ ସେହି ବାଟ ଦେଇ ଜଣେ ବ୍ୟକ୍ତି ଯାଉଥିଲେ। […]

ଅଦ୍ୟତନ ହୋଇଛି
ମାଟି ତଳୁ ଶୁଭିଲା କାନ୍ଦିବାର ଶବ୍ଦ, ଆଉ ତା’ପରେ...

new baby

Advertisment

ଝାଡ଼ଖଣ୍ଡ: କଥାରେ ଅଛି ରଖେ ହରି ତ ମାରେ କିଏ? ବେଳେବେଳେ ଏହି ପ୍ରବାଦ ବାସ୍ତବ ଜୀବନରେ ମଧ୍ୟ ଦେଖିବାକୁ ମିଳିଥାଏ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଲୋହର୍ଡାଗା ଜିଲ୍ଲାରେ । ଯେଉଁଠାରେ ଏକ ନବଜାତ ଶିଶୁକୁ ମାଟିତଳେ ଜୀବନ୍ତ ପୋତି ଦିଆଯାଇଥିଲା।

Advertisment

publive-image

ଖବର ଅନୁଯାୟୀ, ସମ୍ପୂର୍ଣ୍ଣ ଘଟଣାଟି ଲୋହରଡାଗାର କୁଡୁ ପୋଲିସ୍ ଷ୍ଟେସନ୍ ଅଞ୍ଚଳର। ଗତ ଶନିବାର ଦିନ ସନ୍ଧ୍ୟା ପ୍ରାୟ ସାତଟା ବେଳେ ସେହି ବାଟ ଦେଇ ଜଣେ ବ୍ୟକ୍ତି ଯାଉଥିଲେ। ବ୍ୟକ୍ତିକୁ ଛୋଟ ପିଲାଟିର କାନ୍ଦିବାର ଶବ୍ଦ ଶୁଭିଲା। କାନ୍ଦୁଥିବା ସ୍ଥାନକୁ ଯାଇ ସେ ଯାହା ଦେଖିଲେ ତାଙ୍କର ହୋସ୍‌ ଉଡ଼ିଗଲା। ସେଠାରେ ଏକ ନବଜାତ ଶିଶୁକୁ ମାଟି ତଳେ ପୋତି ଦେଇଥିବା ଦେଖିବାକୁ ପାଇଥିଲେ।

जमीन के नीचे से आई रोने की आवाज, मिट्टी हटाई तो हैरान रह गए लोग

ବ୍ୟକ୍ତି ଜଣଙ୍କ ସଙ୍ଗେ ସଙ୍ଗେ ପାଟି କରି ଗ୍ରାମବାସୀଙ୍କୁ ଏକାଠି କରି ନବଜାତ ଶିଶୁକୁ ମାଟି ତଳୁ ବାହାର କରିଥିଲେ। ଶିଶୁକୁ ସୁରକ୍ଷିତ ଭାବେ ମାଟିରୁ ବାହାର କରି ତା’ ଦେହରେ ଲାଗିଥିବା ମାଟିକୁ ପରିଷ୍କାର କରିଥିଲେ। ଶିଶୁଟି ସୁରକ୍ଷିତ ଥିବା ଜଣାପଡ଼ିଛି।

Advertisment

କିଛି ସମୟ ପରେ ଗ୍ରାମବାସୀମାନେ ମିଶି ପୋଲିସ ଓ ଶିଶୁ ସୁରକ୍ଷା ବିଭାଗକୁ ଅବଗତ କରାଇଥିଲେ। ଶିଶୁଟିକୁ ଗାଁର ମହିଳାମାନେ ସ୍ତନ୍ୟପାନ କରାଇଥିଲେ। କେବଳ ସେତିକି ନୁହେଁ ଶିଶୁଟିକୁ ଗାଁର ଅନେକ ଲୋକ ନିଜର କରି ରଖିବାକୁ ମଧ୍ୟ ଚେଷ୍ଟା କରୁଥିଲେ। ଏନେଇ ସ୍ଥାନୀୟ ଲୋକମାନେ ଆଲୋଚନା କରୁଛନ୍ତି ଯେ ମା’ ଟି କେମିତି ଏତେ ନିର୍ଦ୍ଦୟ ହୋଇପାରିବ।

जमीन के नीचे से आई रोने की आवाज, मिट्टी हटाई तो हैरान रह गए लोग

ଅନ୍ୟପକ୍ଷରେ ନବଜାତ ଶିଶୁର ପିତାମାତାଙ୍କୁ ମଧ୍ୟ ଖୋଜିବା କାମ ଆରମ୍ଭ ହୋଇଛି। ଶିଶୁ କଲ୍ୟାଣ ବିଭାଗ ଶିଶୁକୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ