jiva
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, କ୍ରିକେଟ୍ ଖେଳନ୍ତୁ ବା ଖେଳ ବାହାରେ ଥାଆନ୍ତୁ , କିନ୍ତୁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥାଆନ୍ତି । ଧୋନିଙ୍କ ପରି ତାଙ୍କ ଝିଅ ଜିଭା ମଧ୍ୟ ନିଜର ଶିଶୁ ସୁଲଭ ଚାଲିଚଳନକୁ ନେଇ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଥାଆନ୍ତି ।
ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀଙ୍କ ଲାଡଲି ଜିଭାର ଗୀତ ଗାଇବା ଭିଡ଼ିଓ ଏବେ ଭାଇରାଲ ହୋଇଛି । ସେ ନିଜର କଅଁଳ କଣ୍ଠରେ ମାଲୟାଲମ୍ ଭାଷାରେ ଗୀତ ଗାଇବା ନଜର ଆସିଛନ୍ତି । ଆଉ ଏହି ସଙ୍ଗ୍ ଭିଡ଼ିଓଟିକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି । ଆଉ କ୍ୟାପସନରେ ଲେଖାଯାଇଛି – ସିଙ୍ଗ୍ଙ୍ଗ୍ ମୋଡ୍.. ।
ଉଲ୍ଲେଖନୀୟ ଯେ , ଏହି ବର୍ଷ ୱର୍ଲଡ କପ୍ ୨୦୧୯ ସମୟରେ ମଧ୍ୟ ଜିଭାଙ୍କ ବଲିଉଡ୍ ଅଭିନେତା ସୈଫ୍ଅଲ୍ଲିଙ୍କ ସହ ଏକ ଫଟୋ ଭାଇରାଲ୍ ହୋଇଥିଲା । ୱର୍ଲଡ କପ୍ରେ ପାକିସ୍ତାନ ବିପକ୍ଷରେ ଭାରତ ଜିତିବା ପରେ ଜିଭା ସୈଫ୍ଙ୍କ ସହ ମସ୍ତି କରୁଥିବାର ଫଟୋରେ ନଜର ଆସିଥିଲେ। ଏହି ଫଟୋ ବହୁତ ଭାଇରାଲ୍ ହୋଇଥିଲା । ସୈଫ୍ ଭାରତ-ପାକିସ୍ତାନ ମଧ୍ୟରେ ହେଉଥିବା ଏହି ଖେଳ ସମୟରେ ଇଂଲଣ୍ଡ ଯାଇଥିଲେ। ଆଉ ସେଠାରେ ସୈଫ୍ ଭାରତ ଜିତିବାର ଖୁସିରେ ସାମିଲ୍ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jiva_1626688321.jpg)