Advertisment

ଶାରୀରିକ ଭିନ୍ନକ୍ଷମ ପୁଅ ପାଇଁ ମା’ ସାଜିଲା ଶ୍ରବଣ କୁମାର

ଭୋପାଲ: ଦିନେ ଦୃଷ୍ଟିହୀନ ବାପା-ମା’ଙ୍କୁ ଭାରରେ ବୋହି ବୁଲୁଥିଲେ ଶ୍ରବଣକୁମାର। ଆଜି ଭିନ୍ନକ୍ଷମ ପୁଅ ପାଇଁ ଶ୍ରବଣକୁମାର ସାଜିଛନ୍ତି ମା‘। ପୁଅକୁ ଝୁଲାରେ ବୋହି ଚାଲିଚାଲି ଯାଉଛନ୍ତି। ମହାମାରୀ କରୋନା ଯୋଗୁଁ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି। ଜଣେ ମା’ ନିଜ ଶାରୀରିକ ଭିନ୍ନକ୍ଷମ ପିଲାଟିକୁ […]

ଶାରୀରିକ ଭିନ୍ନକ୍ଷମ ପୁଅ ପାଇଁ ମା’ ସାଜିଲା ଶ୍ରବଣ କୁମାର

puadd

Advertisment

ଭୋପାଲ: ଦିନେ ଦୃଷ୍ଟିହୀନ ବାପା-ମା’ଙ୍କୁ ଭାରରେ ବୋହି ବୁଲୁଥିଲେ ଶ୍ରବଣକୁମାର। ଆଜି ଭିନ୍ନକ୍ଷମ ପୁଅ ପାଇଁ ଶ୍ରବଣକୁମାର ସାଜିଛନ୍ତି ମା‘। ପୁଅକୁ ଝୁଲାରେ ବୋହି ଚାଲିଚାଲି ଯାଉଛନ୍ତି।

Advertisment

ମହାମାରୀ କରୋନା ଯୋଗୁଁ ସବୁଠି ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ଲକ୍‌ଡାଉନ୍‌ ଯୋଗୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ମଧ୍ୟପ୍ରଦେଶର ପନ୍ନା ଅଞ୍ଚଳରେ ପ୍ରବାସୀ ଶ୍ରମିକଙ୍କ ଏକ ହୃଦୟ ବିଦାରକ ଚିତ୍ର ଦେଖିବାକୁ ମିଳିଛି। ଜଣେ ମା’ ନିଜ ଶାରୀରିକ ଭିନ୍ନକ୍ଷମ ପିଲାଟିକୁ ଏକ କାଠ ବାଡ଼ିରେ ତିଆରି ହୋଇଥିବା ଝୁଲାରେ ବୋହି ଆଣୁଥିବାରୁ ଦେଖିବାକୁ ମିଳିଛି।

ସେ ପିଲାଟିକୁ ଝୁଲାରେ ବୋହି ସୁରଟରୁ ପନ୍ନା ଅଞ୍ଚଳରେ ପହଞ୍ଚଥିଲେ ମା’। ସେ ଅଧିକାଂଶ ସମୟ ଚାଲି ଚାଲି ଆସିଥିଲେ। ବାଟରେ ଚାଲି ଚାଲି ଯିବାବେଳେ ଯଦି କୌଣସି ବସ୍‌ ଦେଖି ତାଙ୍କୁ ଦୟା କରେ, ତେବେ ତାଙ୍କୁ କିଛି ବାଟ ଆଣି ଛାଡିଥାଏ। ମହିଳା ଜଣଙ୍କ ପନ୍ନା ଅଞ୍ଚଳରୁ ସତନା ଯିବାକୁ ଚାହୁଁଥିଲେ।

Advertisment

ବସ୍‌ରୁ ଓହ୍ଲାଇବା ପରେ ଠିକ୍‌ ପୂର୍ବଭଳି ଶାରୀରିକ ଭିନ୍ନକ୍ଷମ ପିଲାଟିକୁ ଧରି ଆଗକୁ ଚାଲିଲେ। ମହିଳାଙ୍କର ଏହି ଯାତ୍ରାରେ ଆଉ ଦୁଇଜଣ ପିଲା ମଧ୍ୟ ରହିଛନ୍ତି। ଏହି ପିଲାମାନଙ୍କ ସାହାଯ୍ୟରେ ଅସହାୟ ମା’ ଜଣଙ୍କ ଶ୍ରବଣ କୁମାରଙ୍କ ପରି କାନ୍ଧରେ ପିଲାଟିକୁ ବୋହି ନେଉଥିବାର ଚିତ୍ର ଦେଖିବାକୁ ମଳିଛି।

ପନ୍ନାସ୍ଥିତ ପୁରୁଣା ରୁଦ୍ର ପ୍ରତାପ ବିଦ୍ୟାଳୟ ନିକଟରେ ଲୋକମାନେ ଏହି ମହିଳାଙ୍କୁ ଦେଖିଥଲେ। ସେତେବେଳେ ମହିଳା ଜଣକ ଜାତୀୟ ରାଜପଥରେ ଏକ ବସ୍‌ରୁ ଓହ୍ଲାଇଥିଲେ। ଏହାପରେ ସେ ୧୦୦ କ.ମି ଦୂରରେ ଥିବା ମଜଗୱାନ୍‌ ଅଞ୍ଚଳକୁ ଚାଲି ଚାଲି  ଯାଉଥିଲେ।

Advertisment

ମହିଳା ଶ୍ରମିକଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ଖାଇବା ଓ ପିଇବା ପାଇଁ କିଛି ନଥିଲା। ବାଟରେ ଆସିଲାବେଳେ ଯିଏ ଯାହା ଦେଉଥିଲେ ତାକୁ ଖାଉଥିଲେ।  ଛୁଆଟିକୁ କାନ୍ଧରେ ବୋହିକି ବାଟ ଚାଲୁଥିଲେ । ଯେତେବେଳେ ସେମାନ ପନ୍ନାରେ ପହଞ୍ଚିଲେ ସେତେବେଳେ ସେଠାକାର ଲୋକମାନେ କିଛି ଖାଦ୍ୟର ବ୍ୟବସ୍ଥା କରିଥିଲେ।

ମହିଳା ଶ୍ରମିକଙ୍କ ନାଁ ରାଜକୁମାରୀ। କିନ୍ତୁ ଦରିଦ୍ରତା ହେତୁ ତାଙ୍କ ଅବସ୍ଥା ବହୁତ ଖରାପ। ଲକ୍‌ଡାଉନ୍‌ କାରଣରୁ କାମ ମଧ୍ୟ ବନ୍ଦ ହୋଇଯାଇଛି। ସେ ଘରେ ପହଞ୍ଚିଲା ପରେ କ’ଣ କରିବେ ସେକଥା ମଧ୍ୟ ଜାଣି ନାହାନ୍ତି। ତଥାପି ସେ ହାର ମାନିନଥିଲେ। ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାଜକୁମାରୀ ପିଲାଟିକୁ ଯେପିରି ଝୁଲାଇ ନେଉଥିଲେ, ପ୍ରଥମେ ସେମାନେ ଭାବିଲେ ଯେ ବୋଧହୁଏ କେହି ଜଣେ ମରିଯାଇଛି।  ତାକୁ ଏପରି ବୋହି  ନେଉଛନ୍ତି। କିନ୍ତୁ ଯେତେବେଳେ ସେମାନେ ପ୍ରକୃତ କଥାଟି ଜାଣିଲେ  ସେତେବେଳେ ସେମାନଙ୍କର ହୋସ୍‌ ଉଡିଗଲା। ରାଜକୁମାରୀ ଯେଉଁ ବସ୍‌ରେ ଆସିଥିଲେ, ସେହି ବସ୍‌ ମଧ୍ୟ ତାଙ୍କଠୁ ୨୦୦ଶହ ଟଙ୍କା ଭଡ଼ା ନେଇ ତାଙ୍କୁ ଜାତୀୟ ରାଜପଥ ଉପରେ ଛାଡି ଦେଇଥିଲା।

ରାଜକୁମାରୀଙ୍କ ଅବସ୍ଥା ଜାଣି‍ବା ପରେ ସ୍ଥାନୀୟ ଲୋକେ କିଛି ସାହାଯ୍ୟ କରିଥିଲେ ଓ ପ୍ରଶାସନକୁ ମଧ୍ୟ ଜଣାଇଥିଲେ।   ପନ୍ନା ତହସିଲଦାର ଦୀପକ ଚର୍ତୁବେଦୀ ଏକ ଆମ୍ୱୁଲାନ୍ସର ବ୍ୟବସ୍ଥା କରିଥିଲେ। ଆମ୍ୱୁଲାନ୍ସଟି ରାଜକୁମାରୀ ଓ ତାଙ୍କ ତିନି ପିଲାଙ୍କୁ ଧରି ମଡେଲ ପବ୍ଲିକ୍‌ ସ୍କୁଲ ବାଇପାସ୍‌ରେ ଥିବା କ୍ୱାରେଣ୍ଟିନ୍‌ ସେଣ୍ଟରରେ ପହଞ୍ଚାଇଥିଲା। ପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରି ପ୍ରଶାସନ ଓ ପୋଲିସ ଅଧିକାରୀ ସେଠାରୁ ଏକ ବସ୍‌ ବ୍ୟବସ୍ଥା କରି ସତନାକୁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ