Advertisment

କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ମଶାମାନେ କ’ଣ ପାଇଁ ରକ୍ତ ପିଅନ୍ତି? ସେମାନେ କେବେଠାରୁ ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ?  ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ସାରିଛନ୍ତି। ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣ ଜାଣି ପାରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଦୁନିଆ ଆରମ୍ଭରୁ ମଶାମାନେ ରକ୍ତ ପିଇବାରେ ଅଭ୍ୟସ୍ତ ନଥିଲେ। ଏହା ଧୀରେ ଧୀରେ ମଶାଙ୍କର ଅଭ୍ୟାସ ହୋଇଛି। ମଶାମାନେ ଶୁଖିଲା ସ୍ଥାନରେ ବସବାସ କରୁଥିଲେ। ଏନେଇ ମଶାମାନେ ମଣିଷ ଓ ଅନ୍ୟପ୍ରାଣୀମାନଙ୍କର […]

ଅଦ୍ୟତନ ହୋଇଛି
କାହିଁକି ମଣିଷଙ୍କ ରକ୍ତ ପିଅନ୍ତି ମଶା?

masa

Advertisment

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ମଶାମାନେ କ’ଣ ପାଇଁ ରକ୍ତ ପିଅନ୍ତି? ସେମାନେ କେବେଠାରୁ ରକ୍ତ ପିଇବାର ଅଭ୍ୟାସରେ ପଡ଼ିଲେ?  ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ସାରିଛନ୍ତି। ବୈଜ୍ଞାନିକମାନେ ଏହା ପଛରେ ଥିବା କାରଣ ଜାଣି ପାରିଛନ୍ତି, ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଦୁନିଆ ଆରମ୍ଭରୁ ମଶାମାନେ ରକ୍ତ ପିଇବାରେ ଅଭ୍ୟସ୍ତ ନଥିଲେ। ଏହା ଧୀରେ ଧୀରେ ମଶାଙ୍କର ଅଭ୍ୟାସ ହୋଇଛି।

Advertisment

मच्छर क्यों पीते हैं इंसानों का खून, वजह जानकर हैरान हो गए वैज्ञानिक

ମଶାମାନେ ଶୁଖିଲା ସ୍ଥାନରେ ବସବାସ କରୁଥିଲେ। ଏନେଇ ମଶାମାନେ ମଣିଷ ଓ ଅନ୍ୟପ୍ରାଣୀମାନଙ୍କର ରକ୍ତ ପିଉଥିଲେ। ଯେତେବେଳେ ପାଗ ଶୁଖିଲା ରହିଥାଏ କିମ୍ୱା ମଶାମାନେ ତାଙ୍କର ପ୍ରଜନନ ସମୟରେ ପାଣି ପାଆନ୍ତି ନାହିଁ, ସେହି ସମୟରେ ସେମାନେ ମଣିଷ ଓ ଅନ୍ୟ ପଶୁମାନଙ୍କର ରକ୍ତ ପିଇବା ଆରମ୍ଭ କରନ୍ତି।

ନ୍ୟୁ ଜର୍ସିର ପ୍ରିନ୍ସଟନ୍ ୟୁନିଭର୍ସିଟିର ବୈଜ୍ଞାନିକମାନେ ଆଫ୍ରିକାର  (Aedes Aegypti )ଏଡିସ୍ ଏଜିପ୍ଟିର ମଶାଙ୍କୁ ନେଇ ଗବେଷଣା କରିଥିଲେ। ଏହି ମଶାମାନଙ୍କ ଦ୍ୱାରା ଜିକା ଭାଇରସ ବ୍ୟାପିଥାଏ। ଡେଙ୍ଗୁ ରୋଗ ମଧ୍ୟ ହୋଇଥାଏ।

Advertisment

मच्छर क्यों पीते हैं इंसानों का खून, वजह जानकर हैरान हो गए वैज्ञानिक

ଖବର ଅନୁଯାୟୀ, ଆଫ୍ରିକୀୟ ମଶାମାନଙ୍କ ମଧ୍ୟରେ ଅନେକ ପ୍ରକାରର ଏଡିସ୍ ଏଜିପ୍ଟି ମଶା ରହିଥାନ୍ତି। କିନ୍ତୁ ସମସ୍ତ ପ୍ରଜାତିର ମଶାମାନେ ରକ୍ତ ପିଅନ୍ତି ନାହିଁ। ସେମାନେ ଅନ୍ୟାନ୍ୟ ଜିନିଷକୁ ମଧ୍ୟ ଖାଇଥାନ୍ତି। ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟର ଗବେଷକ ନୋଆ ରୋଜ୍ କହିଛନ୍ତି ଯେ ଏପର୍ଯ୍ୟନ୍ତ ବିଭିନ୍ନ ପ୍ରଜାତିର ମଶାମାନଙ୍କର ଖାଦ୍ୟକୁ କେହି ଅଧ୍ୟୟନ କରିନାହାନ୍ତି। ଆଫ୍ରିକାର ୨୭ଟି ସ୍ଥାନରୁ ଆମେ ଏଡିସ୍ ଏଜିପ୍ଟି ମଶାର ଅଣ୍ଡା ଆଣି ଗବେଷଣା କରିଥିଲୁ।

ଏହି ଅଣ୍ଡାଗୁଡ଼ିକ ମଧ୍ୟରୁ ମଶାମାନଙ୍କୁ ବାହାର କଲୁ। ତା’ପରେ ଏକ ବନ୍ଦ ଲ୍ୟାବ୍ ଭିତରେ ମଣିଷ, ଅନ୍ୟ ଜୀବମାନଙ୍କ ପାଖରେ ଏହି ମଶାମାନଙ୍କୁ ନେଇ ଛାଡ଼ିଥିଲୁ। ସେହି ମଶାମାନେ କିପରି ରକ୍ତ ଶୋଷଣ କରୁଛନ୍ତି, ସେହି ପ୍ରକ୍ରିୟାକୁ ଜାଣିବା ପାଇଁ ଏଭଳି ଗବେଷଣା କରିଥିଲୁ। ପରେ ଜଣାପଡ଼ିଲା ଯେ ବିଭିନ୍ନ ପ୍ରଜାତିର ଏଡିସ୍ ଏଜିପ୍ଟି ମଶାର ଖାଦ୍ୟ ସମ୍ପୂର୍ଣ୍ଣ ଭିନ୍ନ।

Advertisment

ଗବେଷକ ନୋଆ ରୋଜ୍ କହିଛନ୍ତି ଯେ ଏହି ପରୀକ୍ଷଣରୁ ପ୍ରମାଣିତ ହେଲା ସବୁ ମଶା ରକ୍ତ ପିଅନ୍ତି ନାହିଁ। ଯେଉଁଠାରେ ପାଣି କମ୍ ରହିଥାଏ। ସେହି ସ୍ଥାନରେ ମାଶମାନେ ପ୍ରଜନନ ପାଇଁ ଆର୍ଦ୍ରତା ଆବଶ୍ୟକ କରନ୍ତି। ପାଣି ଅଭାବକୁ ପୂରଣ କରିବା ପାଇଁ ମଶାମାନେ ମଣିଷ ଓ ଅନ୍ୟ ଜୀବମାନଙ୍କର ରକ୍ତ ପିଇବା ଆରମ୍ଭ କରନ୍ତି।

मच्छर क्यों पीते हैं इंसानों का खून, वजह जानकर हैरान हो गए वैज्ञानिकमच्छर क्यों पीते हैं इंसानों का खून, वजह जानकर हैरान हो गए वैज्ञानिक

ମଶାମାନଙ୍କର ଏଭଳି ପରିବର୍ତ୍ତନ ଅନେକ ହଜାର ବର୍ଷ ଭିତରେ ଆସିଛି। ଏଡିସ୍ ଏଜିପ୍ଟି ମଶାଙ୍କର ଖାସ୍‌ କଥା ହେଉଛି ଯେ ସହର ବଢ଼ିବା ଯୋଗୁ ଜଳର ଅଭାବ ହେଲା। ଏନେଇ ସେମାନେ ମଣିଷମାନଙ୍କର ରକ୍ତ ପିଇବା ଆରମ୍ଭ କରିଥିଲେ।

କିନ୍ତୁ, ଯେଉଁଠାରେ ମଣିଷ ଜଳ ସଂରକ୍ଷଣ କରେ, ସେଠାରେ ଆନାଫେଲିସ୍ ମଶାଙ୍କ ପାଇଁ କୌଣସି ଅସୁବିଧା ନାହିଁ। ସେମାନେ କୁଲର୍ ଓ ପାଣିଥିବା ସ୍ଥାନରେ ପ୍ରଜନନ କରନ୍ତି। କିନ୍ତୁ ପାଣିର ଅଭାବ ହେବା ମାତ୍ରେ ସେମାନେ ତୁରନ୍ତ ମଣିଷ କିମ୍ବା ଅନ୍ୟ ଜୀବମାନଙ୍କୁ ରକ୍ତ ପିଇବା ପାଇଁ ଆକ୍ରମଣ କରିଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ