Advertisment

ଏହି ସହରରେ ଲକ୍ଷ ଲକ୍ଷ ଟନ୍ ସୁନା ରହିଛି

ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲା ଏବେ ଦେଶରେ ନୂଆ ସୁନା ଉତ୍ପାଦନକାରୀ ଜିଲ୍ଲା ଭବେ ପରିଗଣିତ ହେବ। କାରଣ ସେଠାରେ ସୁନା ଭଣ୍ଡାର ଥିବା ଜଣାପଡ଼ିଛି। ଯାହାପରେ ସେହି ସ୍ଥାନର ନିଲାମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ଖବର ଅନୁଯାୟୀ, ବିଦ୍ୟୁତ୍ ଓ କୋଇଲା ଉତ୍ପାଦନ ଭାବରେ ଜଣାଶୁଣା ସିଙ୍ଗ୍ରାଉଲି ଜିଲ୍ଲା ଖୁବ୍ ଶୀଘ୍ର ଚକମକ୍‌ ସୁନା ଉତ୍ପାଦନରେ  ସାରା ଦେଶରେ ନିଜ ନାଁ କରିବାକୁ ଯାଉଛି। ସିଙ୍ଗ୍ରାଉଲି ଜିଲ୍ଲାରେ ଦୁଇଟି ସୁନା ଖଣି ସ୍ଥାପନ କରାଯାଇପାରିବ […]

ଏହି ସହରରେ ଲକ୍ଷ ଲକ୍ଷ ଟନ୍ ସୁନା ରହିଛି

gold

Advertisment

ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲା ଏବେ ଦେଶରେ ନୂଆ ସୁନା ଉତ୍ପାଦନକାରୀ ଜିଲ୍ଲା ଭବେ ପରିଗଣିତ ହେବ। କାରଣ ସେଠାରେ ସୁନା ଭଣ୍ଡାର ଥିବା ଜଣାପଡ଼ିଛି। ଯାହାପରେ ସେହି ସ୍ଥାନର ନିଲାମ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି।

Advertisment

ଖବର ଅନୁଯାୟୀ, ବିଦ୍ୟୁତ୍ ଓ କୋଇଲା ଉତ୍ପାଦନ ଭାବରେ ଜଣାଶୁଣା ସିଙ୍ଗ୍ରାଉଲି ଜିଲ୍ଲା ଖୁବ୍ ଶୀଘ୍ର ଚକମକ୍‌ ସୁନା ଉତ୍ପାଦନରେ  ସାରା ଦେଶରେ ନିଜ ନାଁ କରିବାକୁ ଯାଉଛି।

ସିଙ୍ଗ୍ରାଉଲି ଜିଲ୍ଲାରେ ଦୁଇଟି ସୁନା ଖଣି ସ୍ଥାପନ କରାଯାଇପାରିବ ବୋଲି ଜଣାପଡିଛି। ପୂର୍ବରୁ ଚିତ୍ରଙ୍ଗୀ ଅଞ୍ଚଳର ଚକ୍‌ରିଆ ଗ୍ରାମରେ ଏକ ସୁନା ଖଣି ନିର୍ମାଣ ହୋଇସାରିଛି, ଯାହାକୁ ନିଲାମ ମଧ୍ୟ କରାଯାଇଛି।

Advertisment

ଏହା ପରେ ଚିତ୍ରାଙ୍ଗିର ସିଲଫୋରୀ ଏବଂ ସିଦ୍ଧାରୀ ଅଞ୍ଚଳରେ ଏକ ନୂତନ ସୁନା ଖଣି ଚିହ୍ନଟ କରାଯାଇଛି। ଏଠାରେ ୭.୨୯ ନିୟୁତ ଟନ୍ ସୁନା ଭଣ୍ଡାର ରହିଥିବା ଅନୁମାନ କରାଯାଉଛି। ଜିଏସ୍‌ଆଇ ସର୍ଭେରୁ ଏହା ପ୍ରକାଶ ପାଇଛି।

ଏହାପରେ ଏହାକୁ ନୂତନ ସୁନା ଭଣ୍ଡାର ଭାବେ ଚିହ୍ନଟ କରାଯାଇଛି । ଜିଲ୍ଲାର ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ରାଜ୍ୟକୁ ପଠାଯାଉଛି। ଏହା ପରେ ନିଲାମ ପ୍ରକ୍ରିୟା ଆରମ୍ଭ କରାଯିବ।

Advertisment

ସିଙ୍ଗ୍ରାଉଲିର ଖଣିଜ ଅଧିକାରୀ ଏ.କେ ରାୟ କହିଛନ୍ତି ଯେ ବର୍ତ୍ତମାନ ସିଙ୍ଗ୍ରାଉଲି ଜିଲ୍ଲା ମଧ୍ୟ ଏକ ସୁନା ଉତ୍ପାଦନକାରୀ ଜିଲ୍ଲା ଭାବେ ପରିଗଣିତ ହେବ। ସୁନା ଖଣିରେ ଅନେକ ଲୋକେ ନିଯୁକ୍ତି ମଧ୍ୟ ପାଇବେ। ଏହାସହିତ ଜାତୀୟ ସ୍ତରରେ ଜିଲ୍ଲାର ପରିଚୟ ମଧ୍ୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ