wife burn
ମୁମ୍ୱାଇ : ସମାଜରେ ନାରୀ ନିର୍ଯାତନାର ମାତ୍ରା କେତେ ଯେ ବଢ଼ି ଚାଲିଛି , ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ,ଯାହାକି ଏ ସଭ୍ୟ ସମାଜ ପାଇଁ ନିଶ୍ଚୟ ଚିନ୍ତାର ବିଷୟ । ନଭି ମୁମ୍ୱାଇର ଜୁହି କମୋଠେ ଗାଁରେ ଘଟିଛି ଏହି ନିଷ୍ଠୁର ଘଟଣା । ଯାହା ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ସ୍ୱାମୀ ସାଜିଲା ନିର୍ଦ୍ଦୟ । ଖାଇବାରେ ମଟନର ଛୋଟ ଖଣ୍ଡ ଖାଇବାକୁ ଦେଲେ ବୋଲି ସ୍ୱାମୀ କିରାସିନି ତେଲ ଛାଟି ଜାଳିଦେଲା ନିଜ ସ୍ତ୍ରୀଙ୍କୁ । ଗୁରୁତର ଭାବେ ପୋଡ଼ି ଯାଇଥିବା ମହିଳା ଜଣଙ୍କର ଗତ ୯ ଡିସେମ୍ୱରରେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି ।
ପୁଲିସ୍ର ସୂଚନା ମୁତାବକ , ମୃତ ମହିଳାଙ୍କ ନାଁ ମତୃକା ପଲ୍ଲବୀ ସରୋଡେ(୩୭)। ଅଭୁଯୁକ୍ତ ସ୍ୱାମୀଙ୍କ ନାଁ ମାରୁତି ସରୋଡେ( ୩୮)। ସେ ନାନ୍ଦେଡ୍ରେ ଶ୍ରମିକ କାମ କରୁଥିଲେ ।
ବରିଷ୍ଠ ଇନ୍ସପେକ୍ଟର ବାବା ସାହେବ ଟୁପେଙ୍କ କହିବାନୁସାରେ, ଏହି ଘଟଣା ୪ ଡିସେମ୍ୱର, ରାତିରେ ଘଟିଛି। ମତୃକା ସ୍ୱାମୀ ମାରୁତିଙ୍କୁ ଖାଇବାକୁ ଦେଉଥିଲେ । ସେ ଖାଇବାରେ କମ୍ ମଟନ୍ ପରସିବାରୁ ସ୍ୱାମୀ ଏଥିରେ ବିରକ୍ତ ହୋଇଥିଲେ । କାହିଁକି କମ୍ ମଟନ୍ ଖାଇବାକୁ ଦେଲା ବୋଲି ନିଶଆରେ ଚୁର୍ ଥିବା ସ୍ୱାମୀର ମୁଣ୍ଡରେ ସଇତାନ ବୁଦ୍ଧି ପଶିଗଲା । ଭୁଲି ଗଲେ ସ୍ୱାମୀ-ସ୍ତ୍ରୀର ମଧୁର ସଂପର୍କ । ସ୍ତ୍ରୀ ଉପରେ କିରୋସିନି ତେଲ ପକାଇ ନିଆଁ ଲଗେଇ ଦେଲେ । ନିରୂପାୟ ପତ୍ନୀ ନିଆଁରେ ଜଳିଗଲେ ।
ପଡ଼ୋଶୀ ଉକ୍ତ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ନେରୁଲର ଡାକ୍ତର ୱାଇ ପାଟିଲ୍ ଡାକ୍ତରଖାନା ନେଇଗଲେ । ତାପର ଦିନ ଗୁରୁତର ଆହତ ଏହି ମହିଳାଙ୍କୁ ସାୟନର ଡାକ୍ତରଖାନାରେ ଭର୍ତ୍ତି କରାଗଲା । ୯ ଡିସେମ୍ୱରରେ ମହିଳା ଜଣକ ପୁଲିସ୍କୁ କହିଥିଲେ କି ନିଜ ସ୍ୱାମୀ ରାଗରେ ତାଙ୍କ ଦେହରେ ନିଆଁ ଲଗେଇ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/wife-burn_1626687661.jpg)