Advertisment

ଡାକ୍ତରଙ୍କୁ ଧରି ଖୁସିରେ କାନ୍ଦିଲେ ସହିଦ୍‌‌ଙ୍କ ମାଆ

ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦର ଜଣେ ୟୁରୋଲୋଜିଷ୍ଟଙ୍କର ଆଜିକାଲି ଢେର୍‌ ପ୍ରଶଂସା ହେଉଛି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ଡାକ୍ତରଙ୍କ ନିଆରା କାର୍ଯ୍ୟପାଇଁ ତାଙ୍କୁ ସାଧୁବାଦ ଜଣାଉଛନ୍ତି।  ଦେଶ ପାଇଁ ଜୀବନ ଦେଇଥିବା ଜଣେ ଯବାନଙ୍କ ମାଆଙ୍କର ମାଗଣାରେ ଚିକିତ୍ସା କରୁଥିଲେ ଡାକ୍ତର। ନିକଟରେ ଉକ୍ତ ମହିଳାଙ୍କର ଚିକିତ୍ସା ସରିବା ପରେ ସେ ଡାକ୍ତରଙ୍କୁ ଧରି କାନ୍ଦିବାରେ ଲାଗିଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ […]

ଡାକ୍ତରଙ୍କୁ ଧରି ଖୁସିରେ କାନ୍ଦିଲେ ସହିଦ୍‌‌ଙ୍କ ମାଆ

pic

Advertisment

ମୁମ୍ବାଇ: ମହାରାଷ୍ଟ୍ରର ଔରଙ୍ଗାବାଦର ଜଣେ ୟୁରୋଲୋଜିଷ୍ଟଙ୍କର ଆଜିକାଲି ଢେର୍‌ ପ୍ରଶଂସା ହେଉଛି। ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଏହି ଡାକ୍ତରଙ୍କ ନିଆରା କାର୍ଯ୍ୟପାଇଁ ତାଙ୍କୁ ସାଧୁବାଦ ଜଣାଉଛନ୍ତି।  ଦେଶ ପାଇଁ ଜୀବନ ଦେଇଥିବା ଜଣେ ଯବାନଙ୍କ ମାଆଙ୍କର ମାଗଣାରେ ଚିକିତ୍ସା କରୁଥିଲେ ଡାକ୍ତର। ନିକଟରେ ଉକ୍ତ ମହିଳାଙ୍କର ଚିକିତ୍ସା ସରିବା ପରେ ସେ ଡାକ୍ତରଙ୍କୁ ଧରି କାନ୍ଦିବାରେ ଲାଗିଲେ। ଯାହାର ଭିଡ଼ିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ଏହି ଭିଡିଓରେ ଆଇପିଏସ୍ ଅଧିକାରୀ ଦୀପାନ୍ସୁ କାବ୍ରା ଶେଆର କରିଛନ୍ତି। ଭିଡିଓ ଶେଆର କରି ସେ ଲେଖିଛନ୍ତି, ଶହୀଦଙ୍କ ମା' ଏକ ପୁଅ ହରାଇଛନ୍ତି, କିନ୍ତୁ ତାଙ୍କର ୧୩୫ କୋଟି ପୁଅ ଏବଂ ଝିଅ ଅଛନ୍ତି। ଦେଶ ପାଇଁ ବଳିଦାନ ଦେଇଥିବା ଶହୀଦମାନଙ୍କ ପରିବାରର ଯତ୍ନ ନେବା ପାଇଁ ଆମେ ସମସ୍ତେ ଡକ୍ଟର ସାହେବଙ୍କଠାରୁ ପ୍ରେରଣା ନେବା ଉଚିତ।

ମହାରାଷ୍ଟ୍ର ପିଡବ୍ଲ୍ୟୁଡି ମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଚାଭାନ କହିଛନ୍ତି, ଯେତେବେଳେ ସେ ଡାକ୍ତରଙ୍କ ବିଷୟରେ ଜାଣିଲେ ସେତେବେଳେ ସେ ଅଲତାଫଙ୍କୁ ଡାକି ତାଙ୍କ ସମ୍ବେଦନଶୀଳତା ପାଇଁ ତାଙ୍କୁ ପ୍ରଶଂସା କରିଥିଲେ।

Advertisment

ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ୟୁରୋ ସର୍ଜନ ଡକ୍ଟର ଶେଖ କହିଛନ୍ତି ଯେ, ଶାନ୍ତବାଇ ସୋରଦ ଅତ୍ୟନ୍ତ ଗରିବ ଏବଂ କିଡନୀ ସମ୍ବନ୍ଧୀୟ ରୋଗ ହେତୁ ଯନ୍ତ୍ରଣା ଭୋଗୁଥିଲେ। ତାଙ୍କର ଆବଶ୍ୟକ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଟଙ୍କା ଦରକାର ଥିଲା। ତାଙ୍କର ଜଣେ ପୁଅ ହୃଦଘାତରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସାତ ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀରର କୁପୱାଡାଠାରେ ମୃତ୍ୟୁ ବରଣ କରିଥିଲେ। ତେବେ ମୁଁ ଡାକ୍ତରଖାନାଙ୍କୁ ତାଙ୍କର ମାଗଣା ଚିକିତ୍ସା ପାଇଁ କହିଥିଲି। ସହିଦ୍ ପୁଅର ପେନ୍‌ସନ୍‌ ତାଙ୍କ ବିଧବା ପତ୍ନୀଙ୍କ ନିକଟକୁ ଯାଇଥାଏ ଏବଂ ଶାନ୍ତବାଇଙ୍କର କୌଣସି ରୋଜଗାରର ଉତ୍ସ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ