Advertisment

ଅଧା ବାଟରେ ପ୍ରସବ ଯନ୍ତ୍ରଣା, ନିଜ ଗାଡ଼ିରେ ମେଡିକାଲ ନେଲେ ଏସଡିଏମ୍

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରାଯାଇଛି। ଏନେଇ ସବୁକିଛି ଠପ୍‌ ହୋଇଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ବରୱାନୀଠାରେ ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କର ରାସ୍ତାରେ ହଠାତ୍‌ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏହି ସମୟରେ ସ୍ଥାନୀୟ ଏସଡିଏମ୍‌ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏସଡିଏମ୍‌ ଆମ୍ୱୁଲାନ୍ସକୁ ଅପେକ୍ଷା ନକରି ଗର୍ଭବତୀ ମହିଳାଙ୍କୁ […]

ଅଧା ବାଟରେ ପ୍ରସବ ଯନ୍ତ୍ରଣା, ନିଜ ଗାଡ଼ିରେ ମେଡିକାଲ ନେଲେ ଏସଡିଏମ୍

sdm

Advertisment

ନୂଆଦିଲ୍ଲୀ: କରୋନା ଭାଇରସ୍ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରାଯାଇଛି। ଏନେଇ ସବୁକିଛି ଠପ୍‌ ହୋଇଯାଇଛି। ଫଳରେ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ଏନେଇ ମଧ୍ୟପ୍ରଦେଶର ବରୱାନୀଠାରେ ଜଣେ ପ୍ରବାସୀ ଗର୍ଭବତୀ ମହିଳାଙ୍କର ରାସ୍ତାରେ ହଠାତ୍‌ ପ୍ରସବ ବେଦନା ଆରମ୍ଭ ହୋଇଥିଲା।

Advertisment

ଏହି ସମୟରେ ସ୍ଥାନୀୟ ଏସଡିଏମ୍‌ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ଏସଡିଏମ୍‌ ଆମ୍ୱୁଲାନ୍ସକୁ ଅପେକ୍ଷା ନକରି ଗର୍ଭବତୀ ମହିଳାଙ୍କୁ ନିଜ ଗାଡିରେ ଡାକ୍ତରଖାନା ନେଇଥିଲେ। ମେଡିକାଲ ଯିବା ବାଟରେ ହିଁ ଏସଡିଏମ୍‌ଙ୍କ ଗାଡିରେ ମହିଳା ଜଣଙ୍କ ଶିଶୁଟିକୁ ଜନ୍ମ ଦେଇଥିଲେ। ପରେ ମା’ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ ଦୁହେଁ ସୁସ୍ଥ ଅଛନ୍ତି।

Advertisment

ଖବର ଅନୁଯାୟୀ, ମହିଳା ଜଣଙ୍କ ହେଉଛନ୍ତି ଗୁଜୁରାଟର ବରୱାନୀ ଜିଲ୍ଲାର ସୁସ୍ତିଖେଡା ବାସିନ୍ଦା । ତାଙ୍କ ନାଁ ନମା ବାଇ।  ନମା ଘରକୁ ଫେରୁଥିବା ସମୟରେ ହଠାତ୍‌ ରାସ୍ତା ଉପରେ ତାଙ୍କର ପ୍ରବସ ଯନ୍ତ୍ରଣା ଆରମ୍ଭ ହୋଇଥିଲା।  ଏହାପରେ ଘଟଣା ସ୍ଥଳରେ ଉପସ୍ଥିତ ଥିବା ବରୱାନି ଏସଡିଏମ ଅଶୁ ଜାଭାଲା ଆମ୍ୱୁଲାନ୍ସକୁ ଅପେକ୍ଷା କରିନଥିଲେ। ସେ ମହିଳା ଜଣଙ୍କୁ ନିଜ ଗାଡିରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ସହିତ ଡାକ୍ତରଖାନାକୁ ପଠାଇଥିଲେ।

ତେବେ ଗାଡିଟି ଡାକ୍ତରଖାନାର ଗେଟ୍‌ ଭିତରକୁ ଯିବା ମାତ୍ରେ ମହିଳା ଜଣଙ୍କ ଗାଡିରେ ହିଁ ପିଲାଟିକୁ ଜନ୍ମ ଦେଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି।

Advertisment

ଗୁଜୁରାଟ ଏବଂ ମହାରାଷ୍ଟ୍ରରୁ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ପ୍ରଥମେ ସେମାନଙ୍କର କରୋନା ପରୀକ୍ଷା କରାଯାଉଛି। ଯଦି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲରହିଛି ତେବେ ସେମାନଙ୍କୁ ଘରକୁ ଫଠାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ