bhikari
ଯଦି ମା’ ଲକ୍ଷ୍ମୀ କାହା ଉପରେ ପ୍ରସନ୍ନ ହେଇଯାଆନ୍ତି ତାହେଲେ ଜଣେ ଭିକାରୀରୁ ରାଜା ହୋଇଯାଆନ୍ତି। ଆଉ ଯେଉଁଠି ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ସେଠାରେ ବଡ଼ ବଡ଼ ଧନୀବ୍ୟକ୍ତି ମଧ୍ୟ ଭିକାରୀ ହୋଇଯାଆନ୍ତି। ଜାଣତରେ ହେଉ ବା ଅଜଣାତରେ ହେଉ ଆମେ ଏମିତି କିଛି ଭୁଲ କରି ବସୁ, ଯାହାଦ୍ୱାରା ମା’ ଲକ୍ଷ୍ମୀ ଆମଠାରୁ ଦୂରେଇ ଯାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ୬ ଟି ଲକ୍ଷଣ ବିଷୟରେ କହିବୁ, ଯେଉଁ କାରଣରୁ ମା’ ଲକ୍ଷ୍ମୀ ଆମଠାରୁ ଦୂରେଇ ଯାଇଥାନ୍ତି।
ପ୍ରଥମ: ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା ।
/odishatv-khabar/media/post_attachments/imagenext/nbtblogs/photo/astro/wp-content/uploads/2018/10/sleeping-servant-640x479.png)
ବେଦ ଓ ପୁରାଣରେ କୁହାଯାଇଛି ଯେ ସୂର୍ଯ୍ୟୋଦୟ ପୂର୍ବରୁ ନିଦରୁ ଉଠିବା ହେଉଛି ଶୁଭଙ୍କର କାମ। କିଛି ଲୋକ ନିଜର ଆଳସ୍ୟ ଗୁଣ ଯୋଗୁ ସୂର୍ଯ୍ୟୋଦୟ ପରେ ବହୁତ ସମୟ ଶୋଇ ରହିଥାନ୍ତି। ଯାହା ଆଦୌ ଶୁଭଙ୍କର ନୁହେଁ ବୋଲି କୁହାଯାଇଥାଏ। ଯେଉଁମାନେ ବେଶି ସମୟ ପର୍ଯ୍ୟନ୍ତ ଶର୍ଯ୍ୟାରେ ଶୋଇ ରୁହନ୍ତି, ସେମାନଙ୍କ ଉପରେ ମା’ ଲକ୍ଷ୍ମୀ କଦାପି ପ୍ରସନ୍ନ ହୋଇନଥାନ୍ତି। କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଦିନ ସାରା ଶୋଇନଥାନ୍ତି, ସନ୍ଧ୍ୟା ହେବାମାତ୍ରେ ଶୋଇପଡ଼ନ୍ତି। ଏହା ଆଦୌ ଭଲ ଅଭ୍ୟାସ ନୁହେଁ। ସନ୍ଧ୍ୟା ସମୟରେ ପୂଜାପାଠ କରିବା ବେଳ ବୋଲି ବିଶ୍ୱାସ ରହିଛି। ତେଣୁ ଏହି ସମୟରେ ଶୋଇବା ଉଚିତ୍ ନୁହେଁ।
ଦ୍ୱିତୀୟ- ହାତରେ ଲୁଣ ଦେବା ନେବା କରିବା
/odishatv-khabar/media/post_attachments/imagenext/nbtblogs/photo/astro/wp-content/uploads/2018/06/32647-0-try-these-tips-of-salt-and-get-benefit-640x479.jpg)
ଏମିତି କିଛି ଲୋକ ଅଛନ୍ତି ଯେତେବେଳେ ତାଙ୍କୁ ଲୁଣ ମଗାଯାଇଥାଏ, ସେମାନେ ନିଜ ହାତରେ ଲୁଣକୁ ଆଣି ଦେଇଥାନ୍ତି। ଯଦି ନିଜକୁ ମଧ୍ୟ ଲୁଣର ଆବଶ୍ୟକତା ପଡୁଛି, ସେ ମଧ୍ୟ ଅନ୍ୟଠାରୁ ନିଜ ହାତରେ ଆଣିଥାନ୍ତି। ଏଭଳି ଅଭ୍ୟାସ ମା’ଲକ୍ଷ୍ମୀ କେବେ ବି ପସନ୍ଦ କରି ନଥାନ୍ତି। ଯଦି ଆପଣଙ୍କୁ କେହି ବି ଲୁଣ ମାଗୁଛନ୍ତି, ତେବେ କୌଣସି ଏକ ପାତ୍ରରେ ଲୁଣ ଦିଅନ୍ତୁ। ହାତରେ ଭୁଲ୍ରେ ବି ଲୁଣ କାହାକୁ ଦିଅନ୍ତୁ ନାହିଁ। ଆଉ ଗୋଟେ କଥା ସନ୍ଧ୍ୟା ସମୟରେ ମଧ୍ୟ କାହାଠାରୁ ଲୁଣ ଉଦ୍ଧାର ନିଅନ୍ତୁ ନାହିଁ କି ଉଦ୍ଧାର ଦିଅନ୍ତୁ ନାହିଁ।
ତୃତୀୟ- ଅଇଁଠା ମୁହଁ ନଧୋଇ ପାଠ ପଢ଼ିବା
/odishatv-khabar/media/post_attachments/imagenext/nbtblogs/photo/astro/wp-content/uploads/2018/06/33375-4-vastu-tips-for-study-room-640x479.jpg)
ଅଧିକାଂଶ ଘରେ ପିଲାମାନେ ଖାଇବା ପରେ ମୁହଁ କି ହାତ ନଧୋଇ ପାଠ ପଢ଼ିବାକୁ ବସିପଡ଼ନ୍ତି। ଏଭଳି ଅଭ୍ୟାସ ଆଦୌ ଭଲ ନୁହଁ। ଯେଉଁ ଘରେ ଏଭଳି କାର୍ଯ୍ୟ କରାଯାଇଥାଏ, ସେ ଘରେ ମା‘ ଲକ୍ଷ୍ମୀ ବାସ କରନ୍ତି ନାହିଁ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରେ ଏଭଳି ଘଟଣା ନଘଟୁ, ତେବେ ଆପଣଙ୍କର ପିଲାମାନେ ଖାଇ ସାରିବା ପରେ ସେମାନଙ୍କ ମୁହଁ ହାତ ଧୋଇଦିଅନ୍ତୁ। ଏପରିକି ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ ଅଇଁଠା ହାତରେ ପାଠ ପଢ଼ିବା ଶୁଭଙ୍କର ହୋଇନଥାଏ। ଏହାକୁ ଅଶୁଭ ବୋଲି କୁହାଯାଥାଏ।
ଚତୁର୍ଥ-ଖାଇବା ଅଧାରୁ ଉଠିଯିବା।
/odishatv-khabar/media/post_attachments/imagenext/nbtblogs/photo/astro/wp-content/uploads/2020/07/food-640x479.gif)
ଯଦି ଆପଣ ମଧ୍ୟ ଖାଇବା ସମୟରେ କୌଣସି କଥାକୁ ମନେ ପକାଇ ଖାଇବା ଅଧାରୁ ଉଠି ଯାଉଛନ୍ତି, ତେବେ ଏହା ସବୁଠାରୁ ଖରାପ ଅଭ୍ୟାସ। ଖାଇବା ସମ୍ପୂର୍ଣ୍ଣ କରି ଉଠିବା ଉଚିତ୍। ନଚେତ୍ ମା’ ଲକ୍ଷ୍କୀ ଆପଣଙ୍କ ଉପରେ ଅପ୍ରସନ୍ନ ହୋଇଯିବେ। ଯେଉଁମାନେ ଭୋଜନ ଅଧାରୁ ଖାଇବା ଛାଡ଼ି ଉଠି ଯାଆନ୍ତି, ସେମାନଙ୍କ ଘରେ ମା’ ଲକ୍ଷ୍ମୀ ବାସ କରନ୍ତି ନାହିଁ। ମାତା ଅନ୍ନପୂର୍ଣ୍ଣା ମଧ୍ୟ ଏପରି ଲୋକଙ୍କ ଉପରେ କ୍ରୋଧିତ ହୁଅନ୍ତି।
ପଞ୍ଚମ-ରାତ୍ରି ସମୟରେ କେଶ ଓ ନଖ କାଟିବା
/odishatv-khabar/media/post_attachments/imagenext/nbtblogs/photo/astro/wp-content/uploads/2018/06/33376-5-do-not-cut-or-wash-hair-on-these-days-of-week-640x479.jpg)
/odishatv-khabar/media/post_attachments/imagenext/nbtblogs/photo/astro/wp-content/uploads/2018/11/hair-8-640x479.png)
ରାତିରେ କେଶ ଓ ନଖ କାଟିବା ସମ୍ପୂର୍ଣ୍ଣ ଭାବେ ଅଶୁଭ ବୋଲି କୁହାଯାଇଥାଏ। ବିଶ୍ୱାସ କରାଯାଏ ଯେ ରାତିରେ ଅଶୁଭ ଆତ୍ମାମାନେ ସକ୍ରିୟ ହୋଇଥାନ୍ତି, ଏନେଇ ରାତିରେ କେଶ ଓ ନଖ କାଟିବା ଦ୍ୱାରା ଘର ପ୍ରତି ଖରାପ ପ୍ରଭାବ ପଡ଼ିଥାଏ। ମା‘ ଲକ୍ଷ୍ମୀ ମଧ୍ୟ ଏଭଳି କାର୍ଯ୍ୟରେ ପ୍ରସନ୍ନ ହୁଅନ୍ତି ନାହିଁ। ଆସ୍ତେ ଆସ୍ତେ ଆପଣଙ୍କ ପାଖରେ ଧନର ମଧ୍ୟ ଅଭାବ ଦେଖାଯାଇଥାଏ। ଯଦି ଆପଣ ଏଭଳି କାର୍ଯ୍ୟ କରୁଛନ୍ତି, ତେବେ ଏହାକୁ ଆଉ କରନ୍ତୁ ନାହିଁ।
ଷଷ୍ଠ-ଚନ୍ଦନକୁ ଘୋରିଲା ପରେ ଏପରି କରନ୍ତୁ ନାହିଁ
/odishatv-khabar/media/post_attachments/imagenext/nbtblogs/photo/astro/wp-content/uploads/2019/05/chandan-640x479.jpg)
କିଛି ଲୋକ ଅଛନ୍ତି ଚନ୍ଦନକୁ ଘୋରିଲା ପରେ ସିଧାସଳଖ ଭଗବାନଙ୍କୁ ଲଗାଇଥାନ୍ତି। କିନ୍ତୁ ଏଭଳି କରିବା ଉଚିତ୍ ନୁହେଁ। ପ୍ରଥମେ ଚନ୍ଦନକୁ ଘୋରିଲା ପରେ ତାକୁ ନେଇ ଏକ ପାତ୍ରରେ ରଖନ୍ତୁ, ପରେ ଭଗବାନଙ୍କୁ ଲଗାନ୍ତୁ। ଶାସ୍ତ୍ରରେ କୁହାଯାଇଛି ଯେ ଭଗବାନଙ୍କୁ ଶୃଙ୍ଗାର କରିବା ସମୟରେ ଏପରି କଲେ ଶୁଭଫଳ ମିଳିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bhikari_1625460888.jpg)