Advertisment

କରୋନା ମୁକାବିଲା ପାଇଁ ଭାରତୀୟ ରେଲୱେର ବଡ଼ ପଦକ୍ଷେପ; ଆଣିଲା ଏମିତି ସୁବିଧା

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ଏପରିକି ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ମଧ୍ୟ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ଯାତ୍ରୀମାନଙ୍କର ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଲୱେ ସ୍ୱତନ୍ତ୍ର କୋଚ୍ ନିର୍ମାଣ କରିଛି। ଏହି କୋଚରେ ଏମିତି କିଛି ସୁବିଧା ଅଛି, ଯାହାଦ୍ୱାରା ଯାତ୍ରୀମାନଙ୍କୁ କୋଭିଡ୍-୧୯ ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବାରେ ସହାୟତା ମିଳିବ। Post-COVID Coach 🚋: Indian Railways creates a unique coach, with design […]

କରୋନା ମୁକାବିଲା ପାଇଁ ଭାରତୀୟ ରେଲୱେର ବଡ଼ ପଦକ୍ଷେପ; ଆଣିଲା ଏମିତି ସୁବିଧା

railway

Advertisment

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି। ଏପରିକି ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ମଧ୍ୟ ଚିହ୍ନଟ ହେଉଛନ୍ତି। ଏଭଳି ସ୍ଥିତିରେ ଯାତ୍ରୀମାନଙ୍କର ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଲୱେ ସ୍ୱତନ୍ତ୍ର କୋଚ୍ ନିର୍ମାଣ କରିଛି। ଏହି କୋଚରେ ଏମିତି କିଛି ସୁବିଧା ଅଛି, ଯାହାଦ୍ୱାରା ଯାତ୍ରୀମାନଙ୍କୁ କୋଭିଡ୍-୧୯ ଭାଇରସ୍ ସଂକ୍ରମଣରୁ ରକ୍ଷା ପାଇବାରେ ସହାୟତା ମିଳିବ।

Advertisment

https://twitter.com/PiyushGoyal/status/1283009030613397506?s=20

କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇ ମଧ୍ୟରେ କପୁରଥାଲା ରେଳ କୋଚ୍ ଫ୍ରାକ୍ଟ୍ରି ଏକ 'ପୋଷ୍ଟ କୋଭିଡ୍‌ କୋଚ୍'ର ନିର୍ମାଣ କରିଛି। ଏହି କୋଚକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି। ରେଳଯାତ୍ରୀ କିପରି କୋଭିଡମୁକ୍ତ ଭାବେ ଯାତ୍ରା କରିପାରିବେ, ଏଥିପାଇଁ ଏଥିରେ ହ୍ୟାଣ୍ଡସଫ୍ରୀ ସୁବିଧା, କପର୍ କୋଟିଂ ଥିବା ରେଲିଂ ଏବଂ ଏୟାର ପ୍ୟୁରିଫାୟର୍ ବ୍ୟତୀତ ଟାଇଟାନିୟମ ଡାଇ-ଅକ୍ସାଇଡ୍ କୋଟିଂ ମଧ୍ୟ କରାଯାଇଛି।

publive-imageହ୍ୟାଣ୍ଡସଫ୍ରୀ ସୁବିଧା: 'ପୋଷ୍ଟ କୋଭିଡ୍ କୋଚ୍'ରେ ଅନେକ ହ୍ୟାଣ୍ଡସଫ୍ରୀ ସୁବିଧା ରହିଛି। ଯେପରି ପାଦ ଦ୍ୱାରା ଚାଳିତ ପାଣିର ଟ୍ୟାପ୍ ଏବଂ ସାବୁନ୍ ବାହାରୁଥିବା ମେଶିନ୍, ପାଦରେ ଖୋଲୁଥିବା ଟଏଲେଟର କବାଟ, ପାଦରେ ଚାଲୁଥିବା ଫ୍ଲଶ୍ ଭାଲ୍‌ଭ, ପାଦ ଦ୍ୱାରା ବନ୍ଦ ଏବଂ ଖୋଲୁଥିବା କବାଟ ଖିଡକି, ଟଏଲେଟ୍ ବାହାରେ ଥିବା ୱାଶ ମେଶିନରେ ପାଦରେ ଚାଳିତ ପାଣିର ଟ୍ୟାପ୍ ଏବଂ ସାବୁନ୍ ବାହାରୁଥିବା ମେଶିନ୍ ଏବଂ କର୍ମ୍ପାଟମେଣ୍ଟର କବାଟରେ କାନ୍ଧରେ ପରିଚାଳିତ ହ୍ୟାଣ୍ଡଲ୍ ଆଦି ରହିବ। ଅର୍ଥାତ୍ ଯାତ୍ରୀଙ୍କୁ ଏବେ କୌଣସି କାମ ପାଇଁ ହାତର ବ୍ୟବହାର କରିବାକୁ ପଡ଼ିବ ନାହିଁ।

Advertisment

publive-imageକପର୍ କୋଟିଂ ରେଲିଂ: 'ପୋଷ୍ଟ କୋଭିଡ୍ କୋଚ୍'ରେ କପର କୋଟିଂ ଥିବା ରେଲିଂ ତଥା ଖିଡକି ଲଗାଯାଇଛି, କାରଣ ଏହାଦ୍ୱାରା କପରର ସଂସ୍ପର୍ଶରେ ଆସୁଥିବା ଭାଇରସ୍ କିଛି ଘଣ୍ଟା ଭିତରେ ନିଷ୍କ୍ରିୟ ହୋଇଯାଇଥାଏ। ଯେତେବେଳେ କପରର ପୃଷ୍ଠଭାଗରେ ଭାଇରସ୍ ଆସେ, ତାହା ଆୟନ-ଭାଇରସକୁ ଝଟକା ଦେଇଥାଏ ଏବଂ ଏହି ଭାଇରସର ଭିତରେ ଥିବା ଡିଏନଏ ଏବଂ ଆରଏନଏକୁ ନଷ୍ଟ କରିଦେଇଥାଏ।

publive-imageପ୍ଲାଜମା ଏୟାର୍ ପ୍ୟୁରିଫାୟର୍: 'ପୋଷ୍ଟ କୋଭିଡ୍‌ କୋଚ୍'ରେ ଏସି ଥିବା ପାଇପରେ ପ୍ଲାଜମା ଏୟାର୍ ଉପକରଣ ଲଗାଯାଇଛି। ଏହା ଟେକନିକ୍ ପବନ ସହାୟତାରେ ଏସି କୋଚର ଭିତରେ ପବନ ଓ ପୃଷ୍ଠକୁ ଭାଇରସ୍ ମୁକ୍ତ କରିଦେବ। ଏହିପରି ଭାବେ କୋଚ୍ କିମ୍ବା କମ୍ପାର୍ଟମେଣ୍ଟକୁ କୋଭିଡ୍‌-୧୯ ଭାଇରସ୍ ମୁକ୍ତ କରିହେବ।

Advertisment

publive-imageଟାଇଟାନିୟମ ଡାଇ-ଅକ୍ସସାଇଡ୍ କୋଟିଂ: 'ପୋଷ୍ଟ କୋଭିଡ୍ କୋଚ୍'ରେ ଟାଇଟାନିୟମ ଡାଇ-ଅକ୍ସସାଇଡ୍ କୋଟିଂର ସୁବିଧା ରହିଛି। ନାନୋ ପଦାର୍ଥ ଥିବା ଟାଇଟାନିୟମ ଡାଇ-ଅକ୍ସସାଇଡ୍ କୋଟିଂ ଫୋଟୋଆକ୍ଟିଭ୍ ସାମଗ୍ରୀ ଭାବେ କାମ କରିଥାଏ। ଏହା ପାଣିରେ ହୋଇଥିବା କୋଟିଂ ପରିବେଶକୁ କୌଣସି କ୍ଷତି ପହଞ୍ଚାଏ ନାହିଁ। ଏହାସହ ଏହା ଭାଇରସ୍, ବ୍ୟାକ୍ଟେରିଆ, ଉଦ୍ଭିଦକୁ ନଷ୍ଟ କରି ଏହାକୁ ସତେଜ ହେବାକୁ ଦେଇନଥାଏ। ତେବେ ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି, ଏହା ଭିତରର ପବନକୁ ଉନ୍ନତ କରିଥାଏ।

ଏହା ଆଦୌ ବିଷାକ୍ତ ନୁହେଁ ବୋଲି ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ)ର ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ ଦ୍ୱାରା ପ୍ରମାଣିତ ମଧ୍ୟ ହୋଇସାରିଛି। ଟାଇଟାନିୟମ ଡାଇ-ଅକ୍ସସାଇଡକୁ ଏକ ସୁରକ୍ଷିତ ପଦାର୍ଥ କୁହାଯାଏ ଏବଂ ଏହା ମନୁଷ୍ୟ ପାଇଁ ଆଦୌ ହାନିକାରକ ନୁହେଁ। ଏହା ଲୋକମାନଙ୍କ ହାତ ଲାଗିଥିବା ଟାଇଟାନିୟମ ଡାଇ-ଅକ୍ସସାଇଡ୍ କୋଟିଂ ୱାଶ୍ ମେଶିନ୍, ଶୌଚାଳୟ, ସିଟ୍‌ ଏବଂ ବର୍ଥ, ସ୍ନାକ୍ ଟେବୁଲ୍, ଗ୍ଲାସ୍ ୱିଣ୍ଡୋ, ଫ୍ଲୋର୍ ସମେତ ସମସ୍ତ ପୃଷ୍ଠ ଉପରେ ବ୍ୟବହାର କରାଯାଇଛି। ଏହି କୋଟିଂର ପ୍ରଭାବ ୧୨ ମାସ ପର୍ଯ୍ୟନ୍ତ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ