spine
ହାଇଦ୍ରାବାଦ : ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଥିବା NIMS ଡାକ୍ତରଖାନାରେ ଡାକ୍ତରମାନେ ଜଣେ ୧୯ ବର୍ଷୀୟ ଯୁବତୀଙ୍କ ମେରୁଦଣ୍ଡର ହାଡ଼ରୁ ଏକ ବୁଲେଟ୍ (ଗୁଳି) ବାହାର କରିଛନ୍ତି। ଯାହାକୁ ନେଇ ଏବ ଚର୍ଚ୍ଚା ଜୋର ଧରିଛି ।
ଡାକ୍ତରଙ୍କ କହିବା ମୁତାବକ ଅସମା ବେଗମ ନାମକ ଏହି ଯୁବତୀଙ୍କ ଗତ ୨ ବର୍ଷ ହେଲା ବହୁତ ଅଣ୍ଟା ବିନ୍ଧା ହେଉଥିଲା । ସେ ବହୁତ କଷ୍ଟ ଅନୁଭବ କରୁଥିଲେ । ଯନ୍ତ୍ରଣା ଅସହ୍ୟ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଏକ୍ସ-ରେ ରିପୋର୍ଟ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କର ମେରୁଦଣ୍ଡ ହାଡ଼ରେ ଏକ ବୁଲେଟ୍ ( ଗୁଳି ) ରହିଥିବା ଜଣାପଡିଲା । ଡାକ୍ତର ସର୍ଜରୀ କରି ସେହି ଗୁଳିକୁ ବାହାର କରିଥିଲେ ।
ଯୁବତୀ ଜଣକ କିନ୍ତୁ ଏହି ଗୁଳି ବିଷୟରେ କିଛି ଜାଣିନାହାଁନ୍ତି । ଗୁଳି କେବେ ଓ କେତେବେଳେ ତାଙ୍କ ଦେହରେ ପଶିଛି ତାଙ୍କୁ ଜଣାନାହିଁ।
ଏ ଘଟଣା ପରେ ପୁଂଜାଗୁଟ୍ଟା ପୁଲିସ୍ ଷ୍ଟେସନରେ ଆର୍ମସ ଆକ୍ଟ ଅନୁସାରେ ଏତଲା ଦିଆଯାଇଛି। ଏସ୍ଆଇ ନାଗାର୍ଜୁନ କହିଛନ୍ତି ପୁଲିସ୍ ଯାଂଚ କରୁଛି ଯୁବତୀଙ୍କୁ ଗୁଳି କେବେ ଓ କେମିତି ଲାଗିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/spine_1626688079.jpg)