makara
ମକର ସଂକ୍ରାନ୍ତିରେ ମକର ଶବ୍ଦ ସୌର ମଣ୍ଡଳର ବାର ରାଶି ଗୁଡ଼ିକ ମଧ୍ୟରେ ଗୋଟିଏ ରାଶି , ଯାହାର ସ୍ୱାମୀଦେବ ଶନି ଗ୍ରହ । ସଂକ୍ରାନ୍ତିର ଅର୍ଥ ସଂକ୍ରମଣ ଅର୍ଥାତ୍ ଗ୍ରହର ପ୍ରବେଶ କରିବା ।
ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିକୁ ଛାଡ଼ି ମକର ରାଶିରେ ପ୍ରବେଶ କରିଥାନ୍ତି । ଭାରତୀୟ ଜ୍ୟୋତିଷ ବିଜ୍ଞାନ ଅନୁସାରେ , ସୂର୍ଯ୍ୟ ଏହି ଦିନ ଠାରୁ ଉତ୍ତରାୟଣ ହୋଇଥାନ୍ତି। ଉତ୍ତରାୟଣ ସୂର୍ଯ୍ୟର ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ବୋଲି ଧରାଯାଏ । ଏହାକୁ ଦେବତାଙ୍କ ଦିନ ବୋଲୁ କୁହାଯାଏ । ଏହି ଦିନ ଠାରୁ ଦିନ ବଡ଼ ହୋଇଥାଏ ଏବଂ ରାତିର ଅବଧି କମି ଯାଏ । ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନକୁ ଅନ୍ଧକାରରୁ ଆଲୋକ ଆଡ଼କୁ ପରିବର୍ତ୍ତନ ବୋଲି ବିଶ୍ୱାସ କରାଯାଏ ।
ମକର ସଂକ୍ରାନ୍ତି ୨୦୨୦ କେବେ ପାଳନ କରାଯିବ ?
ସାଧାରଣ ଭାବେ ମକର ସଂକ୍ରାନ୍ତିର ପର୍ବ ୧୪ ଜାନୁଆରୀ ଦିନ ପାଳନ କରାଯାଏ । କିନ୍ତୁ ଏଥର ସୂର୍ଯ୍ୟଙ୍କର ମକର ରାଶିରେ ପରିବର୍ତ୍ତନ ମଙ୍ଗଳବାର ୧୪ ଜାନୁଆରୀ ରାତି ୨ଟା ୭ମିନିଟ୍ରେ ହେଉଛି । ଏହି କାରଣରୁ ଏହି ଥର ମକର ସଂକ୍ରାନ୍ତି ୧୫ ଜାନୁଆରୀ ଦିନ ବୁଧବାର ଦିନ ପାଳିତ ହେବ ।
ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ -
ମକର ସଂକ୍ରାନ୍ତି ୨୦୨୦ :୧୫ ଜାନୁଆରୀ ,ବୁଧବାର
ସଂକ୍ରାନ୍ତି ସମୟ : ୧୪ ଜାନୁଆରୀ ମଧ୍ୟ ରାତ୍ରୀ ପରେ ୨ଟା ୭ ମିନିଟ୍
ପୁଣ୍ୟ କାଳ : ୧୫ ଜାନୁଆରୀ ୦୭: ୧୯ ରୁ ୧୨: ୩୧ ମିନିଟ୍ ଯାଏ
ମହାପୁଣ୍ୟ କାଳ : ୦୭: ୧୯ରୁ ୦୯: ୦୩ ମିନିଟ୍
ସଂକ୍ରାନ୍ତି ସ୍ନାନ : ପ୍ରାତଃ କାଳ , ୧୫ ଜାନୁଆରୀ ୨୦୨୦
ମକର ସଂକ୍ରାନ୍ତିର ଧାର୍ମିକ ମହତ୍ୱ :
ଧାର୍ମିକ ମତ ଅନୁସାରେ , ଏହି ଦିନ ଠାରୁ ମଳମାସ ଶେଷ ହୋଇ ଶୁଭ ମାସର ପ୍ରାରମ୍ଭ ହୋଇଥାଏ । ଏହି ଦିନ ଗଙ୍ଗା ନଦୀରେ ସ୍ନାନ ,ଦାନ, ପୂଜା ଆଦି ଶହେ ଗୁଣା ଫଳ ମିଳିଥାଏ । ଏହି ଦିନ ଘିଅ ଓ କମ୍ବଳ ଦାନ କଲେ ଅପାର ମହିମା ହୁଏ ବୋଲି ପୁରାଣରେ ଅଛି । ଏହା ବି ଅଛି ଯେ, ମୋକ୍ଷପ୍ରାପ୍ତି ମିଳିଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/makara_1626689972.jpg)