Advertisment

ଈଶ୍ୱରଙ୍କ ଶରଣରେ ରାଜନେତା, କିଏ ଯଜ୍ଞ କରୁଛନ୍ତି ତ କିଏ ମାଗୁଛନ୍ତି ଆଶୀର୍ବାଦ

ନୂଆଦିଲ୍ଲୀ : କାହା ଭାଗ୍ୟରେ କ’ଣ ଅଛି, କିଏ କହିବ? ସବୁ ଭଗବାନଙ୍କ ହାତରେ। ଏମିତି କିଛି କଥା ଆମ ରାଜନେତାଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି। କାରଣ ଦୀର୍ଘ ସମୟ ଧରି କସରତ୍‌ କରିବା ପରେ ଆଜି ବାହାରୁଛି ଫଳ । କାହା ପେଡିରେ ବିଜୟ ଆଉ କାହା ପେଡିରେ ପରାଜୟ ଥିବ କିଏ ଜାଣିଛି ? ଏଣୁ ଭଗବାନଙ୍କ ଶରଣାପନ୍ନ ହେବାକୁ ରାଜନେତାମାନେ ଏବେ ଠିକ୍‌ ମଣୁଛନ୍ତି କହିବା ଠିକ୍‌ ହେବ। ନିକଟରେ ବିଜେପି […]

ଈଶ୍ୱରଙ୍କ ଶରଣରେ ରାଜନେତା, କିଏ ଯଜ୍ଞ କରୁଛନ୍ତି ତ କିଏ ମାଗୁଛନ୍ତି ଆଶୀର୍ବାଦ

77

Advertisment

ନୂଆଦିଲ୍ଲୀ : କାହା ଭାଗ୍ୟରେ କ’ଣ ଅଛି, କିଏ କହିବ? ସବୁ ଭଗବାନଙ୍କ ହାତରେ। ଏମିତି କିଛି କଥା ଆମ ରାଜନେତାଙ୍କ ମୁହଁରୁ ଏବେ ଶୁଣିବାକୁ ମିଳୁଛି। କାରଣ ଦୀର୍ଘ ସମୟ ଧରି କସରତ୍‌ କରିବା ପରେ ଆଜି ବାହାରୁଛି ଫଳ । କାହା ପେଡିରେ ବିଜୟ ଆଉ କାହା ପେଡିରେ ପରାଜୟ ଥିବ କିଏ ଜାଣିଛି ? ଏଣୁ ଭଗବାନଙ୍କ ଶରଣାପନ୍ନ ହେବାକୁ ରାଜନେତାମାନେ ଏବେ ଠିକ୍‌ ମଣୁଛନ୍ତି କହିବା ଠିକ୍‌ ହେବ।

Advertisment

ନିକଟରେ ବିଜେପି ଜାତୀୟ କାର୍ଯ୍ୟାଳୟ ସମ୍ମୁଖରେ ଯଜ୍ଞ ହେଉଥିବା ଦେଖିବାକୁ ମିଳିଛି। ହେଲେ ଏହ ଯଜ୍ଞ କେତେବେଳେ ସରିବ ତାର କୌଣସି ଠିକ୍‌ ଠିକଣା ନାହିଁ ବୋଲି କୁହାଯାଉଛି। ଦେଶବ୍ୟାପି ବିଜେପିର ବିଜୟ ପାଇଁ ଏହି ଯଜ୍ଞର ଆୟୋଜନ କରାଯାଉଛି ବୋଲି ଶୁଣିବାକୁ ମିଳୁଛି।

ସେହିପରି ବିଜେପିର ଦଳୀୟ ନେତା ମନୋଜ ତିୱାରୀ ମଧ୍ୟ ଭୋଟ ଗଣନା ପୂର୍ବରୁ ଠାକୁରଙ୍କ ଶରଣାପନ୍ନ ହୋଇ ଯଜ୍ଞ କରିଥିବା ଦେଖିବାକୁ ମିଳିଛି। ଦିଲ୍ଲୀସ୍ଥିତ ନିଜ ବାସଭବନରେ ତାଙ୍କୁ ଆଜି ସକାଳେ ଯଜ୍ଞ କରୁଥିବା କ୍ୟାମେରାରେ କଏଦ ହୋଇଛି। ଖାଲି ସେ ନୁହଁନ୍ତି, ଗୋରଖପୁରର ବିଜେପି ପ୍ରାର୍ଥୀ ତଥା ଅଭିନେତା ରବି କିଶାନ ମଧ୍ୟ ସପତ୍ନୀକ ଠାକୁର ପୂଜା କରି ମନ୍ଦିରରେ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇଥିବା ଦେଖିବାକୁ ମିଳୁଛି। ଦେଖାଯାଉ ଠାକୁର ଏମାନଙ୍କ ପ୍ରାର୍ଥନା ଶୁଣୁଛନ୍ତି କି ନାହିଁ ।

Advertisment

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ