long hair
ଗୁଜୁରାଟ : ଲମ୍ୱା କେଶ ପାଇଁ ଯୁବତୀ କଲେ ବିଶ୍ୱ ରେକର୍ଡ। ଗିନିଜ୍ ବୁକ୍ରେ ସ୍ଥାନ ପାଇଛି ତାଙ୍କ ନାଁ । ଗୁଜୁରାଟରେ ରହୁଥିବା ଏହି ୧୭ ବର୍ଷୀୟା ନିଲାଂଶି ପଟେଲ୍ଙ୍କର କେଶର ଲମ୍ୱ ୧୯୦ ସେ.ମି ଅର୍ଥାତ୍ ୬ ଫୁଟ୨.୮ଇଂଚ୍ ।
ଉଲ୍ଲେଖନୀୟ ଯେ, ନିଲାଂଶିଙ୍କର ଏହା ପ୍ରଥମ ବିଶ୍ୱ ରେକର୍ଡ ନୁହେଁ । ଏହା ପୂର୍ବରୁ ୨୧ ନଭେମ୍ୱର ୨୦୧୮ରେ ୧୭୦.୫ ସେ.ମି ଲମ୍ୱର କେଶ ସହ ବିଶ୍ୱ ରେକର୍ଡ କରିଥିଲେ । ଗତ ଶୁକ୍ରବାର ଗିନିଜ୍ ୱର୍ଲଡ ରେକର୍ଡସ ନିଜ ଇନ୍ଷ୍ଟାଗ୍ରାମରେ ୨ଟି ଫଟୋ ସେୟାର କରି ଲେଖିଛି, ‘’ଯୁବା ଭାରତୀୟ ଭାବେ ନିଲାଂଶି ପଟେଲ ତାଙ୍କର ଲମ୍ୱା କେଶ (୧୯୦ ସେ.ମି)ପାଇଁ ରେକର୍ଡ କରିଛନ୍ତି ।‘’
ନିଜର ଏହି ଲମ୍ୱା କେଶର ରହସ୍ୟ ବିଷୟରେ କହିବାକୁ ଯାଇ ANIକୁ ନିଲାଂଶି କହିଛନ୍ତି , ତାଙ୍କ ମା ଘରେ ପ୍ରସ୍ତୁତ କରୁଥିବା ସ୍ୱତନ୍ତ୍ର ତେଲକୁ ସେ ନିଜ କେଶରେ ଲଗାଇଥାନ୍ତି । ଆଉ ମଧ୍ୟ କହିଛନ୍ତି , ସେ ନିଜର କେଶକୁ ବହୁତ ଭଲ ପାଆନ୍ତି । ପିଲା ବେଳୁ ସେ କେବେ ଏହି କେଶକୁ କାଟିବାକୁ ପସନ୍ଦ କରନ୍ତି ନାହିଁ । ଏହା ତାଙ୍କ ମାଆଙ୍କର ସ୍ୱପ୍ନ ଥିଲା ଯେ, ଗିନିଜ୍ ବୁକ୍ ରେ ତାଙ୍କ ନାଁ ସ୍ଥାନିତ ହେଉ । ଏହି ସଫଳତା ପାଇଁ ନିଲାଂଶି ନିଜ ଜୀବନରେ ଏହା ଏକ ନୂଆ ପୃଥିବୀ ବୋଲି କହିଛନ୍ତି ।
ନିଲାଂଶି କେମିତି ଏତେ ଲମ୍ୱା କେଶର ଯତ୍ନ ନେଉଥିବେ । କିପରି ନିଜର ଦିନଚର୍ଯ୍ୟା କରୁଥିଲେ ,ଏହା ନିଶ୍ଚିତ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ । ନିଲାଂଶି କହନ୍ତି ସେ ସପ୍ତାହକୁ ଥରେ କେଶ ସଫା କରନ୍ତି । ଆଉ କେଶକୁ ଡ୍ରାଏ କରିବାକୁ ଅଧ ଘଣ୍ଟା ସମୟ ନିଅନ୍ତି ଏବଂ କେଶକୁ ସାଇଜ୍ କରିବାକୁ ଘଣ୍ଟାଏ ସମୟ ଲାଗିଥାଏ ।
ବର୍ତ୍ତମାନ ଯୁକ୍ତ ୨ରେ ପଢ଼ୁଥିବା ନିଲାଂଶି ଜଣେ ସଫ୍ଟୱେୟାର ଇଂଞ୍ଜିନିୟର ହେବାକୁ ଇଚ୍ଛା ରଖିଛନ୍ତି ଏବଂ ବର୍ତ୍ତମାନ ସେ JEE ପାଇଁ ପ୍ରସ୍ତୁତ ହେଉଛନ୍ତି । ସେ କୁହନ୍ତି ଏହି ଲମ୍ୱା କେଶା କେବେ ତାଙ୍କ ପାଠପଢ଼ାରେ ବାଧକ ସାଜିନି । ତାଙ୍କ ମାଆ ତାଙ୍କର ଏହି ଲମ୍ୱା କେଶର ଯତ୍ନ ନେବା ବେଳେ ସେ ବହି ଧରି ବସିଥାନ୍ତି । ଆଉ ଏମିତି ପିଲା ଦିନୁ ଏବେ ଯାଏ ଚାଲିଛି ।
ନିଲାଂଶିଙ୍କର ଆଉ ଏକ ସ୍ୱପ୍ନ ଅଛି ସେ ଭବିଷ୍ୟତରେ ଲମ୍ୱ କେଶଧାରୀ ବୟସ୍କା ମହିଳା ଭାବେ ରେକର୍ଡ କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/long-hair_1626690370.jpg)