Advertisment

କହ୍ନେୟା ପଛରେ, ଆଗରେ ଗିରିରାଜ

ବେଗୁସରାଇ: ଚଳିତ ସାଧାରଣ ନିର୍ବାଚନରେ ବାମପନ୍ଥୀଙ୍କର ବହୁ ଚର୍ଚ୍ଚିତ ପ୍ରାର୍ଥୀ କୁହାଯାଉଥିବା ପୂର୍ବତନ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଭୋଟ୍‌ ଗଣତିରେ ପଛରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବହୁ ବିବାଦୀୟ ବିଜେପି ନେତା ଗିରିରାଜ ସିଂହ ତାଙ୍କଠାରୁ ୨ ଗୁଣରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଆଗୁଆ ଅଛନ୍ତି। ଏହି ଆସନରେ ଗିରିରାଜ ଏବଂ କହ୍ନେୟାଙ୍କ ବ୍ୟତୀତ ଆରଜେଡି ପ୍ରାର୍ଥୀ ତନବୀର ହାସନ୍‌ ମଧ୍ୟ ଅଛନ୍ତି। ନିର୍ବାଚନ ପୂର୍ବରୁ ସିପିଆଇ ସହ ଆରଜେଡିର ମେଣ୍ଟ […]

କହ୍ନେୟା ପଛରେ, ଆଗରେ ଗିରିରାଜ

kn

Advertisment

ବେଗୁସରାଇ: ଚଳିତ ସାଧାରଣ ନିର୍ବାଚନରେ ବାମପନ୍ଥୀଙ୍କର ବହୁ ଚର୍ଚ୍ଚିତ ପ୍ରାର୍ଥୀ କୁହାଯାଉଥିବା ପୂର୍ବତନ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଭୋଟ୍‌ ଗଣତିରେ ପଛରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବହୁ ବିବାଦୀୟ ବିଜେପି ନେତା ଗିରିରାଜ ସିଂହ ତାଙ୍କଠାରୁ ୨ ଗୁଣରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଆଗୁଆ ଅଛନ୍ତି।

Advertisment

ଏହି ଆସନରେ ଗିରିରାଜ ଏବଂ କହ୍ନେୟାଙ୍କ ବ୍ୟତୀତ ଆରଜେଡି ପ୍ରାର୍ଥୀ ତନବୀର ହାସନ୍‌ ମଧ୍ୟ ଅଛନ୍ତି। ନିର୍ବାଚନ ପୂର୍ବରୁ ସିପିଆଇ ସହ ଆରଜେଡିର ମେଣ୍ଟ ହୋଇଥିଲେ ମଧ୍ୟ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ କହ୍ନେୟାଙ୍କୁ ସମର୍ଥନ ଦେବାରୁ ଓହରିଯାଇଥିଲେ।

ବର୍ତ୍ତମାନରେ ଟ୍ରେଣ୍ଡ ଅନୁଯାୟୀ ଗିରିରାଜ ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ଭୋଲା ସିଂହ ଏହି ଆସନରୁ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆରଜେଡିର ତନବୀର ହାସନ୍‌ଙ୍କୁ ସେ ୫୮,୩୩୫ ଭୋଟ୍‌ ବ୍ୟବଧାନରେ ହରାଇଥିଲେ। ଯଦିଓ ସବୁଆଡ଼େ ମୋଦିହାୱା କାମ କରିଥିଲା ଏହି ଆସନରେ ୧,୯୨,୬୯୩ ଭୋଟ୍‌ ସହ ସିପିଆଇ ନିଜର ଦବ୍‌ଦବା ପ୍ରଦର୍ଶନ କରିପାରିଥିଲା।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ