Advertisment

ମରିବା ପୂର୍ବରୁ ପଡ଼ୋଶୀଙ୍କ ନାମରେ କରିଗଲେ ୫୫ କୋଟିର ସମ୍ପତ୍ତି

ସାଧାରଣତଃ ଯଦି କୁହାଯାଏ ପରିବାରରେ କେଉଁ କାରଣକୁ ନେଇ ଅଧିକ ଝଗଡ଼ା ହୁଏ, ତେବେ ଏହାର ଉତ୍ତର ସମ୍ପତ୍ତି ବିବାଦ ହିଁ ହେବ। କୌଣସି ବ୍ୟକ୍ତି ଏକ ଇଞ୍ଚ ଜମି ବା ଗୋଟିଏ ଟଙ୍କା କାହାକୁ ଦେବାକୁ ଚାହାଁନ୍ତି ନାହିଁ। କିନ୍ତୁ ଜର୍ମାନୀରେ ଜଣେ ମହିଳା ପଡ଼ୋଶୀଙ୍କ ନାମରେ ୫୫ କୋଟି ମୂଲ୍ୟର ସମ୍ପତ୍ତି କରି ଦେଇଛନ୍ତି। ବର୍ତ୍ତମାନ ଆପଣ ଭାବିବେ ଯେ ଖାସ୍‌ ମୁଁ ସେ ମହିଳାଙ୍କ ପଡ଼ୋଶୀ ହୋଇଥାନ୍ତି କି! ମୋ ନାମରେ ମଧ୍ୟ […]

ମରିବା ପୂର୍ବରୁ ପଡ଼ୋଶୀଙ୍କ ନାମରେ କରିଗଲେ ୫୫ କୋଟିର ସମ୍ପତ୍ତି

13

Advertisment

ସାଧାରଣତଃ ଯଦି କୁହାଯାଏ ପରିବାରରେ କେଉଁ କାରଣକୁ ନେଇ ଅଧିକ ଝଗଡ଼ା ହୁଏ, ତେବେ ଏହାର ଉତ୍ତର ସମ୍ପତ୍ତି ବିବାଦ ହିଁ ହେବ। କୌଣସି ବ୍ୟକ୍ତି ଏକ ଇଞ୍ଚ ଜମି ବା ଗୋଟିଏ ଟଙ୍କା କାହାକୁ ଦେବାକୁ ଚାହାଁନ୍ତି ନାହିଁ। କିନ୍ତୁ ଜର୍ମାନୀରେ ଜଣେ ମହିଳା ପଡ଼ୋଶୀଙ୍କ ନାମରେ ୫୫ କୋଟି ମୂଲ୍ୟର ସମ୍ପତ୍ତି କରି ଦେଇଛନ୍ତି। ବର୍ତ୍ତମାନ ଆପଣ ଭାବିବେ ଯେ ଖାସ୍‌ ମୁଁ ସେ ମହିଳାଙ୍କ ପଡ଼ୋଶୀ ହୋଇଥାନ୍ତି କି! ମୋ ନାମରେ ମଧ୍ୟ ମାଗଣାରେ ସମ୍ପତ୍ତି ହୋଇଯାଇଥାନ୍ତା।

Advertisment

ଘଟଣା ଏହିପରି ଯେ ଜର୍ମାନୀର ବର୍ଲିନରେ ରହୁଥିବା ଜଣେ ବୃଦ୍ଧ ମହିଳା ରେନାଟେ ନିଜ ନାମରେ ଥିବା ସମସ୍ତ ସମ୍ପତ୍ତି ଅନ୍ୟମାନଙ୍କୁ ଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ମରିବା ପୂର୍ବରୁ ୫୫.୩୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପଡ଼ୋଶୀମାନଙ୍କୁ ଦେଇଥିଲେ। ତେବେ ସମ୍ପତ୍ତି ଦାନ କରିଥିବା ଏହି ବୃଦ୍ଧ ମହିଳାଙ୍କର ଡିସେମ୍ବର ୨୦୧୯ ରେ ମୃତ୍ୟୁ ହୋଇଥିଲା।

ରେନେଟ୍ ତାଙ୍କ ସ୍ୱାମୀ ଆଲଫ୍ରେଡ୍ ଭେସେଲଙ୍କ ସହ ୧୯୭୫ ମସିହାରୁ କେନ୍ଦ୍ର ଜର୍ମାନୀର ହେସର ୱାଲଡୋଲପ୍ସର ୱେର୍ଫେଲଡେନ୍ ଜିଲ୍ଲାରେ ରହୁଥିଲେ। ତାଙ୍କ ସ୍ୱାମୀ ଆଲଫ୍ରେଡ୍ ଷ୍ଟକ୍ ମାର୍କେଟରେ ଟଙ୍କା ବିନିଯୋଗ କରୁଥିଲେ ଏବଂ ସେ ଏଥିରୁ ବହୁତ ରୋଜଗାର କରି ସଞ୍ଚୟ ମଧ୍ୟ କରିଥିଲେ।

Advertisment

ଆଲଫ୍ରେଡ୍‌ଙ୍କର ୨୦୧୪ରେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁପରେ ରେନେଟ୍ ୨୦୧୬ରୁ ଫ୍ରାଙ୍କଫର୍ଟର ଏକ ନର୍ସିଂହୋମରେ ରହୁଥିଲେ। ହେଲେ ତାଙ୍କର ମଧ୍ୟ ଡିସେମ୍ବର ୨୦୧୯ରେ ୮୧ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ହେସେନାଚାଉର ରିପୋର୍ଟ ଅନୁସାରେ ରେନେଟଙ୍କ ଭଉଣୀ ତାଙ୍କର ମୂଳ ଉତ୍ତରାଧିକାରୀ ଅଟନ୍ତି। କିନ୍ତୁ ରେନେଟ୍‌ଙ୍କ ପୂର୍ବରୁ ସେ ମଧ୍ୟ ମରି ସାରିଛନ୍ତି।

ତେବେ ଏପ୍ରିଲ ମାସରେ ଜିଲ୍ଲା ପ୍ରଶାସନ ଏହି ସମ୍ପତ୍ତି ସମ୍ପର୍କରେ ସୂଚନା ଦେବା ପରେ ରେନେଟ ବ୍ୟାଙ୍କ ବାଲାନ୍ସ, ସେୟାର ଏବଂ ମୂଲ୍ୟବାନ ସମ୍ପତ୍ତି ଛାଡ଼ି ଯାଇଥିବା କଥା ସାମ୍ନାକୁ ଆସିଥିଲା। ରେନେଟ୍‌ ଏହି ସମ୍ପତ୍ତିକୁ କିଛି ପଡ଼ୋଶୀଙ୍କ ନାମରେ ଭାଗ କରିଥିଲେ। କିନ୍ତୁ ସେମାନଙ୍କ ପଡ଼ୋଶୀମାନେ ଏହି ଟଙ୍କାକୁ ବ୍ୟକ୍ତିଗତ ଖର୍ଚ୍ଚରେ ବ୍ୟବହାର କରିପାରିବେ ନାହିଁ ଏବଂ ଏହା ସେହି ଅଞ୍ଚଳର ବିକାଶରେ ବ୍ୟବହୃତ ହେବ ବୋଲି ସେ ଦଲିଲ୍‌ରେ ଉଲ୍ଲେଖ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ