Advertisment

ଆଉ ଜଣେ ବୁଦ୍ଧ ; ରାଜଗାଦି ଛାଡ଼ି ବନିଲେ ସନ୍ୟାସୀ

ସିକିମ୍‌ : ଇତିହାସରୁ ଆମେ ଗୌତମ ବୁଦ୍ଧଙ୍କ କାହାଣୀ ବିଷୟରେ ଜାଣିଛେ। ପିତା ସୁଦ୍ଧୋଦନଙ୍କ ରାଜକୀୟ ସାମ୍ରାଜ୍ୟକୁ ଛାଡ଼ି ଗୌତମ ଆପଣେଇ ଥିଲେ ସନ୍ୟାସର ବାଟ। ପତ୍ନୀ, ପୁତ୍ର ଓ ରାଜ ପରିବାର ଧନ ସମ୍ପତ୍ତିର ମୋହ ତାଙ୍କୁ ଅଟକାଇ ପାରିନଥିଲା। ସେ ସିଦ୍ଧାର୍ଥ ଗୌତମରୁ ପାଲଟିଗଲେ ଗୌତମ ବୁଦ୍ଧ। ଇଏ ଥିଲା ଭଗବାନ ବୁଦ୍ଧଙ୍କ କଥା।  କିନ୍ତୁ ଆମେ ଏପରି ଜଣେ ରାଜକୁମାରଙ୍କ କଥା କହିବୁ ଯିଏ ଆପଣାଇଥିଲେ ଗୌତମ ବୁଦ୍ଧଙ୍କ ପଥ। ବାପାଙ୍କ ରାଜଗାଦି […]

ଆଉ ଜଣେ ବୁଦ୍ଧ ; ରାଜଗାଦି ଛାଡ଼ି ବନିଲେ ସନ୍ୟାସୀ

sikkim

Advertisment

ସିକିମ୍‌ : ଇତିହାସରୁ ଆମେ ଗୌତମ ବୁଦ୍ଧଙ୍କ କାହାଣୀ ବିଷୟରେ ଜାଣିଛେ। ପିତା ସୁଦ୍ଧୋଦନଙ୍କ ରାଜକୀୟ ସାମ୍ରାଜ୍ୟକୁ ଛାଡ଼ି ଗୌତମ ଆପଣେଇ ଥିଲେ ସନ୍ୟାସର ବାଟ। ପତ୍ନୀ, ପୁତ୍ର ଓ ରାଜ ପରିବାର ଧନ ସମ୍ପତ୍ତିର ମୋହ ତାଙ୍କୁ ଅଟକାଇ ପାରିନଥିଲା। ସେ ସିଦ୍ଧାର୍ଥ ଗୌତମରୁ ପାଲଟିଗଲେ ଗୌତମ ବୁଦ୍ଧ। ଇଏ ଥିଲା ଭଗବାନ ବୁଦ୍ଧଙ୍କ କଥା।

Advertisment

publive-image କିନ୍ତୁ ଆମେ ଏପରି ଜଣେ ରାଜକୁମାରଙ୍କ କଥା କହିବୁ ଯିଏ ଆପଣାଇଥିଲେ ଗୌତମ ବୁଦ୍ଧଙ୍କ ପଥ। ବାପାଙ୍କ ରାଜଗାଦି ଓ ଅଚଳାଚଳ ସମ୍ପତ୍ତିର ମୋହ ତ୍ୟାଗ କରି ରାଜକୁମାରରୁ ପାଲଟି ଗଲେ ବୌଦ୍ଧ ସନ୍ୟାସୀ। ରାଜକୀୟ ବେଶଭୂଷା ଛାଡ଼ି ପରିଧାନ କଲେ ଗେରୁଆ ବସ୍ତ୍ର। ମୁହଁରେ ଗୌରବାନ୍ନିତ ହସ ବଦଳରେ ଝଙ୍କାର ହେଉଛି ବୁଦ୍ଧଂ ଶରଣଂ  ଗଚ୍ଛାମି, ଶଙ୍ଘଂ ଶରଣଂ ଗଚ୍ଛାମି।

ଇଏ ହେଉଛନ୍ତି ସିକିମ ରାଜକୁମାର ୱାଂଚୁକ ନାମଗ୍ୟାଲ । ସିକିମର ଶେଷ ରାଜା ପାଲଡେନ ଥୋଣ୍ଡପଙ୍କ ଏକମାତ୍ର ପୁଅ ହେଉଛନ୍ତି ୱାଂଚୁକ୍ ନାମଗ୍ୟାଲ। ୧୯୫୨ମସିହାରେ ଜନ୍ମ ହୋଇଥିଲେ ୱାଂଚୁକ। ଦୁର୍ଘଟଣାରେ ତାଙ୍କର ବଡ଼ ଭାଇ ଓ ଭଉଣୀଙ୍କର ମୃତ୍ୟ ହୋଇ ଯାଇଥିବାରୁ  ୱାଂଚୁକ ଥିଲେ ସିକିମ ରାଜାଙ୍କ ଏକମାତ୍ର ଦାୟାଦ। ସେତେବେଳେ ସିକିମ ଥିଲା ଏକ ସ୍ୱତନ୍ତ୍ର ପ୍ରଦେଶ।

Advertisment

ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜ ଶାସନର ଅନ୍ତ ଘଟିଲା। ଅନେକ ଛୋଟ ଛୋଟ ପ୍ରଦେଶ ଭାରତରେ ମିଶିଗଲେ। ସିକିମର ଜନତା ପାଲଡେନଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ୧୯୭୫ ମସିହାରେ ସିକିମ ମଧ୍ୟ ଭାରତରେ ମିଶିଗଲା। ସେତେବେଳକୁ ୱାଂଚୁକ ୨୨ ବର୍ଷର ହୋଇଥିଲେ। ଏହି ଘଟଣା ପରେ ନାମଗ୍ୟାଲ ରାଜପରିବାର ସହିତ ଜଡିତ କିଛି ଲୋକ ନିଜ ନିଜର ସମ୍ପତ୍ତି ବଢ଼ାଇବାକୁ ଚାହିଁଲେ। କିପରି ରାଜ ପରିବାରର ସମ୍ପତି ଦୁଇଗୁଣ ହୋଇପାରିବ ସେ ଚିନ୍ତାର ବୁଡ଼ି ରହିଲେ। ରାଜପରିବାରରେ ଜଡିତ କିଛି ଲୋକ ପାଲଟିଗଲେ ଜଣେ ଜଣେ ଧନଶାଳୀ ବ୍ୟକ୍ତି। କିଏ ବଡ଼ ହୋଟେଲର ମାଲିକ ତ ଆଉ କିଏ ଗୁଜୁରାତି ବଗିଚାର ମାଲିକ। କିନ୍ତୁ ରଜାଙ୍କ ପ୍ରକୃତ ଦାୟାଦ ଜଣେ ସନ୍ୟାସୀ। ୱାଂଚୁକ ଥିଲେ ସମ୍ପୁର୍ଣ୍ଣ ଭିନ୍ନ। ସେ ରାଜକୀୟ ଭୋଗ ବିଳାସରୁ ଦୂରେଇ ରହିବାକୁ ଚାହିୁଁଥିଲେ । ଶେଷରେ ସେ ବାପାଙ୍କ ଅଚଳାଚଳ ସମ୍ପତ୍ତିର ମୋହ ତ୍ୟାଗ କରି ନିଜ ପାଇଁ ବାଛି ନେଲେ ସନ୍ୟାସର ପଥ। ସେବେଠାରୁ ବିଗତ ୩୫ ବର୍ଷ ହେବ ସେ ବୌଦ୍ଧ ଗୁମ୍ଫା ଗୁଡିକରେ ବୁଲି ବୁଲି ଯୋଗ ସାଧନା  କରୁଛନ୍ତି। ସେ ଲୋକ ଲୋଚନକୁ ବହୁତ କମ ସମୟରେ ଆସିଥାନ୍ତି।

publive-imageନେପାଳ ଓ ଭୁଟାନରେ ଥିବା ଗୁମ୍ଫା ଗୁଡିକରେ ଯୋଗ ସାଧନ କରୁଥିବା ଅବସ୍ଥାରେ ଲୋକ ତାଙ୍କୁ ଦେଖିଥିବାର କଥା ଶୁଣାଯାଏ। କେବେ କେବେ ୱାଂଚୁକ ଗ୍ୟାଙ୍ଗଟକରେ ଥିବା ତାଙ୍କ ପୈତୃକ ରାଜମହଲକୁ ଯିବା ଆସିବ କରନ୍ତି। କିନ୍ତୁ ସେଠାରେ କିଛି ସମୟ ବୁଲା ବୁଲି କରି ପୁଣି ଫେରି ଯାଆନ୍ତି ବଣ ପାହଡ ଘେରା ଗୁମ୍ଫାକୁ। ୧୯୮୨ ମସିହାରେ ତାଙ୍କ ବାପାଙ୍କ ମୃତ୍ୟ ହେବା ପରେ ୱାଂଚୁକ ସମ୍ପୁର୍ଣ୍ଣ ଘର ଛାଡି ଚାଲିଯାଇଥିଲେ ଯେ  କେବେ ଆଉ ଫେରି ନାହାଁନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ