ନୂଆଦିଲ୍ଲୀ : ଲୋକପ୍ରିୟ ସପିଂ ସାଇଟ୍ ଫ୍ଲିପ୍କାର୍ଟରେ ରିପବ୍ଲିକ୍ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ଆସନ୍ତା ୪ ଦିନ ଯାଏ ଚାଲିବ । ୧୯ ଜାନୁଆରୀରୁ ଆରମ୍ଭ ହେଉଥିବା ଏହି ସ୍ପେଶାଲ ସେଲ୍ ୨୨ ଜାନୁଆରୀ ଯାଏ ଚାଲିବ । ଅଧିକ ଦାମ୍ର ସ୍ମାର୍ଟଫୋନ୍ରେ ଡିସ୍କାଉଣ୍ଟ ମିଳୁଛି ।
ବିଶେଷ ତଥ୍ୟ ଏହି ଯେ , ଫ୍ଲିପ୍କାର୍ଟରେ ବିକ୍ରି ବେଳେ ଡିଭାଇସ୍ ଉପରେ ତ ଦାମ୍ରେ କାଟ୍ତି ମିଳିବ , ତାହା ସହ ଯଦି ଆପଣ ICICI ବ୍ୟାଙ୍କ୍ ର କ୍ରେଡିଟ୍ କାର୍ଡ ଓ କୋଟକ ମହିନ୍ଦ୍ରା ବ୍ୟାଙ୍କ ର ଡେବିଟ୍ ଓ କ୍ରେଡିଟ୍ କାର୍ଡରେ କିଣିଲେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସ୍କାଉଣ୍ଟ ମିଳିବ ।
ରିପବ୍ଲିକ୍ ଡେ ସେଲ୍ ସମୟରେ ସାମସଙ୍ଗର GALAXY S9 ସିରିଜ୍ ଉପରେ ୬୦ ପ୍ରତିଶତର ଫ୍ଲାଟ୍ ଡିସକାଉଣ୍ଟ ମିଳିବ । ସେଲ୍ରେ SAMSUNG S9 PLUSକୁ କେବଳ ୨୭,୯୯୯ଟଙ୍କାରେ କିଣି ପାରିବେ । ସେଲ୍ ସମୟରେ ଏହି ସ୍ମାର୍ଟଫୋନ୍କୁ କେବଳ ୨୨,୯୯୯ଟଙ୍କାରେ କିଣି ପାରିବେ ।
ଯଦି ଆପଣ କୌଣସି ବଜେଟ୍ ଅନୁଯାୟୀ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତ ମାଇକ୍ରୋମାକ୍ସ Spark Go କୁ ସେଲ୍ରେ ୨,୭୯୯ଟଙ୍କାରେ କିଣିପାରିବେ । ଫଷ୍ଟଟାଇମ୍ ଅଫରରେ Redmi8A କୁ ୭,୯୯୯ଟଙ୍କା ବଦଳରେ ୫,୯୯୯ଟଙ୍କାରେ କିଣି ପାରିବେ ।
ଟ୍ରିପଲ୍ ରିୟର କ୍ୟାମେରା Vivo Z1 Pro କୁ ଫ୍ଲିପ୍କାର୍ଟ ସେଲ୍ରେ ୧୬୫,୯୯୦ଟଙ୍କା ବଦଳରେ ୧୦,୯୯୦ଟଙ୍କାରେ କିଣି ପାରିବେ । ୧୦,୯୯୦ଚଙ୍କାର Realme3କୁ ମଧ୍ୟ ସବୁଠୁ କମ୍ ଦାମ୍ ୬,୯୯୯ଟଙ୍କାରେ ପାଇପାରିବେ । ୬ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ର Redmi Note 7Pro କୁ ଆପଣ ୧୦,୯୯୯ଟଙ୍କାରେ କିଣି ପାରିବେ । ଏହାର ପ୍ରକୃତ ମୂଲ୍ୟ ୧୬,୯୯୯ଟଙ୍କା ଏବଂ ୩ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍ର LenovoA6 Noteକୁ ୫, ୪୯୯ଟଙ୍କାରେ କିଣି ପାରିବେ ।
ଏହି ଅଫ୍ର ସେଲ୍ରେ ୬ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ର Oppo K11 Pro ସ୍ମାର୍ଟଫୋନ୍କୁ ୧୪,୯୯୦ଟଙ୍କାରେ ପାଇପାରିବେ । ୮ଜିବି ରାମ୍ର Realme X କୁ ୧୪,୯୯୯ଟଙ୍କାରେ କିଣି ପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/25-republic-day-hot-discount-offers-top-20-smartphones-buy-in-india-news_1626690242.jpg)