Advertisment

ଅସୁବିଧାରେ ଥାଇ ବି BSNL ଗ୍ରାହକଙ୍କୁ ଦେଉଛି ଏହି ସୁବିଧା...ପଢ଼ନ୍ତୁ

ବର୍ତ୍ତମାନ BSNLର ଆର୍ଥିକ ଅବସ୍ଥା ବହୁତ ଖରାପ । ସରକାର ଏହି ଅସୁବିଧାରୁ ମୁକୁଳାଇବା ପାଇଁ ଚେଷ୍ଟା ଚଳାଉଛନ୍ତି । ପ୍ରଥମେ କୁହାଯାଉଥିଲା କି ସରକାର BSNL ସହ ଥିବା ନିଜର ସହଭାଗୀତା ଅଂଶକୁ ବିକ୍ରି କରିଦେଇପାରନ୍ତି । କିନ୍ତୁ ସରକାର ଏହା ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ବର୍ଷରେ କଂପାନୀର କିଛି ଆସେଟ୍‌କୁ ବିକ୍ରି କରିବାର ଲକ୍ଷ୍ୟ ରଖାଯାଇଛି । ସବୁଠୁ ବଡ଼ କଥା ହେଲା ଆର୍ଥିକ ସଂକଟରେ ଥାଇ ବି BSNL ଅନ୍ୟ […]

ଅସୁବିଧାରେ ଥାଇ ବି BSNL ଗ୍ରାହକଙ୍କୁ ଦେଉଛି ଏହି ସୁବିଧା...ପଢ଼ନ୍ତୁ

bsnl

Advertisment

ବର୍ତ୍ତମାନ BSNLର ଆର୍ଥିକ ଅବସ୍ଥା ବହୁତ ଖରାପ । ସରକାର ଏହି ଅସୁବିଧାରୁ ମୁକୁଳାଇବା ପାଇଁ ଚେଷ୍ଟା ଚଳାଉଛନ୍ତି । ପ୍ରଥମେ କୁହାଯାଉଥିଲା କି ସରକାର BSNL ସହ ଥିବା ନିଜର ସହଭାଗୀତା ଅଂଶକୁ ବିକ୍ରି କରିଦେଇପାରନ୍ତି । କିନ୍ତୁ ସରକାର ଏହା ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଆର୍ଥିକ ବର୍ଷରେ କଂପାନୀର କିଛି ଆସେଟ୍‌କୁ ବିକ୍ରି କରିବାର ଲକ୍ଷ୍ୟ ରଖାଯାଇଛି ।

Advertisment

ସବୁଠୁ ବଡ଼ କଥା ହେଲା ଆର୍ଥିକ ସଂକଟରେ ଥାଇ ବି BSNL ଅନ୍ୟ ଟେଲିକମ୍‌ କଂପାନୀଙ୍କ ପରି ନିଜର ପ୍ରିପେଡ୍‌ ପ୍ଲାନ୍‌କୁ ମହଙ୍ଗା କରିନାହିଁ । ଗୋଟେପଟେ ଏୟାରଟେଲ୍‌, ଭୋଡ଼ାଫୋନ୍‌, ଆଇଡ଼ିଆ ଓ ଜିଓ ନିଜର ତାରିଫ ରେଟ୍‌କୁ ବଢ଼ାଇଛନ୍ତି । କିନ୍ତୁ ସେପଟେ BSNL ୨୦୦ ଟଙ୍କାରେ ୨ଜିବି ଡାଟା ପ୍ଲାନ୍‌ ଦେଉଅଛି । ଏହି ପ୍ଲାନ୍‌ର ଭାଲିଡିଟି ୫୪ ଦିନ ରହିଛି । ମୁଖ୍ୟ କଥା ହେଲା କଂପାନୀ ଗ୍ରାହକଙ୍କ ବିଶ୍ୱାସକୁ ଭାଙ୍ଗି ନାହିଁ । ତାରିଫ ବଢ଼ିବା ପୂର୍ବରୁ ଓ ପରେ ମଧ୍ୟ କଂପାନୀ ନିଜର ପ୍ଲାନ୍‌ରେ କୌଣସି ପରିବର୍ତ୍ତନ କରିନାହିଁ ।

ଯଦି ଏହା ସହ ଅନ୍ୟ କଂପାନୀର ତୁଳନା କରିବା ତ ଏତିକି ଭାଲିଡିଟିର ପ୍ଲାନ୍‌ ପାଇଁ ଗ୍ରାହକଙ୍କୁ ଅତି କମ୍‌ରେ  ୩୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । BSNLର ଏହି  ୨୦୦ଟଙ୍କାରୁ କମ୍‌ ପ୍ଲାନ୍‌ରେ ମଧ୍ୟ ଲୋକଙ୍କୁ ଭଲ ଇଣ୍ଟରନେଟ୍‌ ସହ ଭାଲିଡିଟ୍‌ ସୁବିଧା ମିଳିବା ସହ  କିନ୍ତୁ କଲିଂ ମାମଲାରେ ଟିକେ ଅନ୍ୟ କଂପାନୀଙ୍କ ଠାରୁ ପଛରେ ରହିଛି । BSNLର ୧୯୭ ଟଙ୍କିଆ ପ୍ଲାନ୍‌ରେ ୨ଜିବି ଡାଟା ମିଳୁଛି , ହେଲେ ଅନ୍‌ଲିମିଟେଡ୍‌ କଲିଂ ସୁବିଧା ନାହିଁ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ