dogg
ନୂଆଦିଲ୍ଲୀ:ସେ ବୁଝେନି କାହାରି ଆକଟ କି ଅନୁରୋଧ। କିଏ କ’ଣ କହୁଛି ତା’ର ସେଥିପ୍ରତି ଖାତିର ନାହିଁ। ସେ ଜାଣିଛି, ମାଲିକ ତା’ର ଡାକ୍ତରଖାନା ଯାଇଛନ୍ତି। ନିଶ୍ଚୟ ଫେରିବେ। ଆଉ ଦୁହେଁ ମିଶି ଘରକୁ ଯିବେ। ହେଲେ ନା ମାଲିକ ଫେରୁଛନ୍ତି..ନା ସେ ଘରକୁ ଯାଇ ପାରୁଛି। ଇତି ମଧ୍ୟରେ ୩ ମାସ ବିତି ଗଲାଣି। ତଥାପି ତା‘ ଅପେକ୍ଷାର ଅନ୍ତ ନାହିଁ।
ମଣିଷ ନୁହେଁ, ଏକ ବଫାଦାର କୁକୁରର ଏମିତି ଦୁଃଖଦ କାହାଣୀ, ଯାହା ଶୁଣିଲେ ଆଖି ଓଦା ହୋଇଯିବ। ମାଲିକ ତା’ର କରୋନାରେ ଆରପାରିକୁ ଚାଲିଗଲେଣି। ହେଲେ କୁକୁରୁଟି ସେକଥା ଜାଣେନି। ଡାକ୍ତରଖାନା ଗେଟ ସମ୍ମୁଖରେ ସେମିତି ଖରାବର୍ଷା ମାଡ ଖାଇ ମାଲିକଙ୍କୁ ଜଗି ବସିଛି। ଘଟଣାଟି ଘଟିଛି ଉହାନର ଟାଇକୁଙ୍ଗ ଡାକ୍ତରଖାନାରେ।
ଏହି କୁକୁରର ନାଁ ‘ଜିଓ-ବାଓ’। ସୋସିଆଲ ମିଡିଆରେ ସେଆର ହୋଇଛି ଏଇ କୁକୁରର କାହାଣୀ ସେଆର ହୋଇଥିବା ପୋଷ୍ଟରେ ଲେଖାଯାଇଛି, ‘ଜିଓ-ବାଓର ମାଲିକଙ୍କର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି, କିନ୍ତୁ ଜିଓ-ବାଓ ଏହା ଜାଣିନି। ତେଣୁ ତିନିମାସ ହେଲା ହସ୍ପିଟାଲର ଫାଟକରେ ମାଲିକଙ୍କୁ ଅପେକ୍ଷା କରିଛି।
ଖବର ଅନୁଯାୟୀ, ସାତ ବର୍ଷର ଜିଓ-ବାଓ ଚାଇନାର ଉହାନ ଟାଇକୁଙ୍ଗ ହସ୍ପିଟାଲରେ ତିନିମାସ ହେଲା ମାଲିକଙ୍କୁ ଅପେକ୍ଷା କରିଛି। ଏନେଇ ମେଡିକାଲ କତ୍ତୃପକ୍ଷ କୁକୁରଟିର ମାଲିକ ବିଷୟରେ ପତ୍ତା ଲଗେଇଥିଲା। ପରେ ଜଣାପଡିଲା ଯେ କୋଭିଡ-୧୯ରେ ଆକ୍ରାନ୍ତ ହୋଇ ମାଲିକ ଜଣଙ୍କ ହସ୍ପିଟାଲରେ ଭର୍ତ୍ତ ହୋଇଥିଲେ। କିନ୍ତୁ ୫ଦିନ ମଧ୍ୟରେ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା।
ଜିଓ-ବାଓ ସବୁଦିନ ତା’ର ମାଲକଙ୍କୁ ଅପେକ୍ଷା କରି ମେଡିକାଲର ଫାଟକ ନିକଟରେ ବସିଥାଏ। ସେଠାକାର ଡାକ୍ତର କର୍ମଚାରୀମାନେ କୁକୁରଟିକୁ ଛିଡା ହୋଇଥିବାର ଦେଖିଥିଲେ। ପରେ କର୍ମଚାରୀମାନେ କୁକୁରଟି ପାଇଁ ସେଠାରେ ଏକ ସ୍ଥାନ ଯୋଗାଡ କରି ଖାଇବାକୁ ଦେଉଥିଲେ। କୁକୁରଟି ସବୁଦିନ ଏମିତି ଅପେକ୍ଷା କରିଥିବା ଦେଖି ମେଡିକାଲ ନିକଟରେ ଥିବା ଜଣେ ମହିଳା ତା’ର ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ପାଇଁ ଚାହିଁଲେ। କିନ୍ତୁ ବିଶ୍ୱସ୍ତ କୁକୁରଟି ମହିଳା ପାଖେ ରହିବା ପରିବର୍ତ୍ତେ ତା’ର ମାଲିକକୁ ଅପେକ୍ଷା କରି ମେଡିକାଲ ଗେଟ୍ ଆଗରେ ପୂର୍ବପରି ସେମିତି ପଡ଼ି ରହିଥିଲା।
ସେହ ମେଡିକାଲରେ କାର୍ଯ୍ୟରତ ଜଣେ କର୍ମଚାରୀ କହିଛନ୍ତି, ‘ମୁଁ ପ୍ରଥମେ ଏହି କୁକୁରଟିକୁ ଏପ୍ରିଲ ମାସରେ ମେଡିକାଲ ଫାଟକରେ ବସିଥିବାର ଦେଖିଥିଲି। ଏହାକୁ ଦେଖି ମୁଁ ଜିଓ-ବାଓ ନାଁରେ କୁକୁରଟିକୁ ଡାକିଥିଲି। ଏହାପରେ ପ୍ରତ୍ୟେକ ଦିନ ମୁଁ ତାକୁ ଗେଟ୍ ବାହାରେ ବସିଥିବାର ଦେଖିବାକୁ ପାଉଛି। ପରେ ଜାଣିବାକୁ ଚେଷ୍ଟା କରିଥିଲି ଘଟଣାଟି କ’ଣ? ଜିଓ-ବାଓର ମାଲିକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି। କିନ୍ତୁ କୁକୁରଟି ଏସବୁ କିଛି ଜାଣିନି। ବାଓ ପ୍ରତିଦିନ ନିଜ ମାଲିକକୁ ଅପେକ୍ଷା କରି ଗେଟ୍ରେ ବସିରହିଛି।
ଯେତେବେଳେ ଜିଓ-ବାଓଙ୍କ ପୁରା କାହାଣୀ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା, ଲୋକମାନେ ଭାବପ୍ରବଣ ହୋଇ ଅନେକ କମେଣ୍ଟ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dogg_1626695916.jpg)