Advertisment

ଡାକ୍ତର ପଚାରିଲେ କେଉଁ ସାପ କାମୁଡିଛି, ରୋଗୀଙ୍କ ଉତ୍ତର ଶୁଣି ଡାକ୍ତରଙ୍କ ହୋଶ ଉଡ଼ିଗଲା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ବଳରାମପୁର ହସ୍ପପିଟାଲରେ ଗୁରୁବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସେହି ମେଡିକାଲରେ ସାପ କାମୁଡିଥିବା ଜଣେ ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଯେତେବେଳେ ତାଙ୍କୁ ପଚାରିଲେ ଯେ ତମର କ’ଣ ହୋଇଛି ରୋଗୀ ଜଣକ ତାଙ୍କୁ ସାପ କାମୁଡିଥିବା କହିଥିଲେ । ହେଲେ ଡାକ୍ତର କେଉଁ ସାପ କାମୁଡିଛି ବୋଲି ପଚାରିବାରୁ ରୋଗୀ ଜଣଙ୍କ ଯେପରି ତାହାର ଉତ୍ତର ଦେଲେ ତାହା ଦେଖି ଛାନିଆ […]

ଡାକ୍ତର ପଚାରିଲେ କେଉଁ ସାପ କାମୁଡିଛି, ରୋଗୀଙ୍କ ଉତ୍ତର ଶୁଣି ଡାକ୍ତରଙ୍କ ହୋଶ ଉଡ଼ିଗଲା

snake

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ବଳରାମପୁର ହସ୍ପପିଟାଲରେ ଗୁରୁବାର ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ସେହି ମେଡିକାଲରେ ସାପ କାମୁଡିଥିବା ଜଣେ ରୋଗୀଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ଭର୍ତ୍ତି ହୋଇଥିଲେ। ଡାକ୍ତର ଯେତେବେଳେ ତାଙ୍କୁ ପଚାରିଲେ ଯେ ତମର କ’ଣ ହୋଇଛି ରୋଗୀ ଜଣକ ତାଙ୍କୁ ସାପ କାମୁଡିଥିବା କହିଥିଲେ । ହେଲେ ଡାକ୍ତର କେଉଁ ସାପ କାମୁଡିଛି ବୋଲି ପଚାରିବାରୁ ରୋଗୀ ଜଣଙ୍କ ଯେପରି ତାହାର ଉତ୍ତର ଦେଲେ ତାହା ଦେଖି ଛାନିଆ ହୋଇଗଲେ ଡାକ୍ତର।

Advertisment

କେଉଁ ସାପ କାମୁଡିଛି କହିବା ବଦଳରେ ବୋତଲରେ ଆଣିଥିବା ସାପଟିକୁ ସିଧା ଡାକ୍ତରଙ୍କ ଟେବୁଲ ଉପରେ ରଖିଥିଲେ। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ। ତେବେ ଡାକ୍ତରମାନେ କହିଛନ୍ତି ଯେ, ରୋଗୀଙ୍କୁ ଆଣ୍ଟିବେନମ ଇଞ୍ଜେକ୍ସନ୍‌ ଦିଆଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଅଛି।

ଖବର ଅନୁଯାୟୀ, ସାପ କାମୁଡିଥିବା ରୋଗୀଙ୍କ ନାଁ ହର୍ଷ କୁମାର । ସେ ଇନ୍ଦିରାନଗର ସେକ୍ଟର-୫ର ବାସିନ୍ଦା। ହର୍ଷ ନଳା ସଫେଇ କାମ କରନ୍ତି। ଗୁରୁବାର ଦିନ ହିଁ ଇନ୍ଦିରାନଗରର ଡ୍ରେନ୍‌ ସଫା କରୁଥିଲେ। ସଫା କରିବା ସମୟରେ ଡ୍ରେନ୍‌ ଭିତରେ ଏକ ପଥର ପଡିଥିଲା, ହର୍ଷ ସେହି ପଥରକୁ ଉଠାଇବାକୁ ଚେଷ୍ଟା କରୁଥିଲେ। ତା’ପରେ ପଥର ତଳେ ଥିବା ସାପଟି ହର୍ଷଙ୍କର ବାମ ହାତର ଆଙ୍ଗୁଠିକୁ କାମୁଡିଦେଇଥିଲା। ପରେ ହର୍ଷ ସାପଟିକୁ ଧରି ବୋତଲରେ ବନ୍ଦ କରିଦେଇଥିଲେ।

Advertisment

ପରେ ପାଖରେ ଥିବା ସହକର୍ମୀମାନେ ତାଙ୍କୁ ପ୍ରଥମେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଥିବା ଡାକ୍ତରମାନେ ତାଙ୍କର ଚିକିତ୍ସା କରିବା ପାଇଁ ମନା କରିଦେଇଥିଲେ। ଏହାପରେ ହର୍ଷ ଅଚେତ ହେବାକୁ ଲାଗିଲେ, ସେହି ଅବସ୍ଥାରେ ତାଙ୍କୁ ମଧ୍ୟାହ୍ନ ୧୨ଟା ବେଳେ ବଳରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ଯେତେବେଳେ କେଉଁ ସାପ ତମକୁ କାମୁଡିଚି ବୋଲି ପଚାରିଥିଲେ, ସେତେବେଳେ ବୋତଲରେ ରଖିଥିବା ସାପଟିକୁ ଡାକ୍ତରଙ୍କ ଟେବୁଲ ଉପରେ ରଖିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ ହର୍ଷଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ